spot_img

Latest Posts

ଥାନାରେ ପହଞ୍ଚିଲା ବିଜେପି-କଂଗ୍ରେସ କଳି

ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସ ଭବନ ସମ୍ମୁଖରେ ବିଜେପି ଯୁବ ମୋର୍ଚ୍ଚା ଓ କଂଗ୍ରେସ କର୍ମୀ ମୁହଁମୁହିଁ। କଂଗ୍ରେସ ଭବନ ସମ୍ମୁଖରେ ରାହୁଲ ଗାନ୍ଧୀଙ୍କ ପୋଷ୍ଟର ଉପରେ ଗୋବର ମାଡ କରିଛି ବିଜେପି ଯୁବ ମୋର୍ଚ୍ଚା। ଏହାକୁ ବିରୋଧ କରି କଂଗ୍ରେସ ଯୁବ ସଂଗଠନ ତରଫରୁ ବି ପାଣି ଓ କାଦୁଅ ମାଡ଼ ହୋଇଛି । ଦୁଇ ପକ୍ଷ ମୁହାଁମୁହିଁ। ଦୁଇ ପକ୍ଷ ଭିତରେ ପଥର ମାଡ ହୋଇଛି। ପଥର ମାଡ଼ରେ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ସଂଯୋଜକ ଶୁଭ୍ରାଂଶୁ ଶେଖର ପାତ୍ର ଆହତ ହୋଇଛନ୍ତି। ଶୁଭ୍ରାଂଶୁଙ୍କ ମୁଣ୍ଡରେ ଢେଲା ବାଜିବା ପରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ସେ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାରେ କଂଗ୍ରେସ କର୍ମୀଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ଅନ୍ୟପଟେ ବିଜେପି ଯୁବ ମୋର୍ଚ୍ଚା ବିରୋଧରେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛି ଛାତ୍ର କଂଗ୍ରେସ। ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଓ ଶରତ ରାଉତ ପହଞ୍ଚି ଏତଲା ଦେଇଛନ୍ତି।

ରାହୁଲ ଗାନ୍ଧୀଙ୍କ ପ୍ରତି ଓଡ଼ିଶା ବିଜେପି ଯୁବମୋର୍ଚ୍ଚାର ଏଭଳି ବ୍ୟବହାର ଓ  ହିଂସାକାଣ୍ଡକୁ ଓଡ଼ିଶା କଂଗ୍ରେସ ଦୃଢ଼ ଭାବେ ନିନ୍ଦା କରିଛି। ବିଜେପି କର୍ମୀ ଯେଉଁଭଳି ଭାବେ ହିଂସାକାଣ୍ଡ ଘଟାଇଲେ, ତାହାକୁ ଦୃଢ଼ ନିନ୍ଦା କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ତେଣୁ ଦୋଷୀଙ୍କ ବିରୋଧରେ ସେ କଡ଼ା କାର୍ଯାନୁଷ୍ଠାନ ପାଇଁ ଦାବି କରିଛନ୍ତି। ବିଜେପିର ଗୁଣ୍ଡାଗର୍ଦି ଏହାର ଅସଲ ଚରିତ୍ରକୁ ପଦାରେ ପକାଇଛି ବୋଲି କହିଛନ୍ତି ଶରତ।

Latest Posts

Don't Miss