ରେଲୱେ ଟ୍ରାକରେ କାର,ଡ୍ରାଇଭର ହାଲତ ଦେଖି ଲୋକ କାବା

ନନ୍ଦିଘୋଷ ବ୍ୟୁରୋ: ରେଲଓ୍ବେ ଟ୍ରାକରେ ଟ୍ରେନ ବଦଳରେ ଦେଖିବାକୁ ମିଳିଲା କାର । ବଡ଼ ଦୁର୍ଘଟଣା ପୂର୍ବରୁ ବର୍ତ୍ତି ଯାଇଛନ୍ତି । କର୍ଣ୍ଣାଟକରୁ ନଜରକୁ ଆସିଛି ଏଭଳି ଖବର । ଜଣେ ମଦ୍ୟପ ଡ୍ରାଇଭର କାରକୁ ଭାରସାମ୍ୟ ହରାଇ ଟ୍ରେନ୍ ଟ୍ରାକ ଉପରକୁ ନେଇ ଯାଇଛନ୍ତି । ଭାଗ୍ୟ ଭଲ ସେହି ସମୟରେ କୌଣସି ଟ୍ରେନ୍ ଆସି ନଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ରେଲଓ୍ବେ କର୍ମାଚାରୀମାନେ କାରକୁ ଉଦ୍ଧାର କରିଥିଲେ । ପ୍ରଥମେ ସେ ଟିକେଟ୍ କାଉଣ୍ଟର ପାଖକୁ ଆସିଥିଲେ । ପରେ ସିଧା ସଳଖ ପ୍ଲାଟଫର୍ମରେ ଗାଡ଼ିକୁ ଭାରସାମ୍ୟ ହରାଇ ଭର୍ତ୍ତି କରି ଦେଇଥିଲେ ।

ତେବେ ମଦ୍ୟପ ଡ୍ରାଇଭରଙ୍କ ନାମ ରାକେଶ ବୋଲି ଜଣା ପଡ଼ିଛି । ସେ ଏତେ ପରିମାଣରେ ମଦ୍ୟପାନ କରିଥିଲେ କି, ନିଜେ ନିଜକୁ ମଧ୍ୟ ନିୟନ୍ତ୍ରଣ କରିପାରୁନଥିବା ଦେଖିବାକୁ ମିଳିଥିଲା । ତେବେ ରେଲଓ୍ବେ କର୍ମଚାରୀମାନେ ମଧ୍ୟରାତ୍ରରେ ଜେସିବି ଡକାଇ ଗାଡ଼ିକୁ ଟ୍ରାକରୁ ବାହାର କରିଥିଲେ । ଏବେ ଡ୍ରାଇଭର ଏବଂ ଗାଡ଼ି ପୋଲିସ ହେପାଜତରେ ରହିଥିବା ସୂଚନା ମିଳିଛି ।