ଗ୍ରୀନ୍ ଜୋନକୁ ଆସିବ ରାଜଧାନୀ ଭୁବନେଶ୍ୱର !

ଭୁବନେଶ୍ୱର: ଏକଦା କରୋନାର ହଟସ୍ପଟ୍ ପାଲଟିଥିବା ରାଜଧାନୀ ଭୁବନେଶ୍ୱର ଧିରେ ଧିରେ ସଂକ୍ରମଣରୁ ମୁକୁଳୁଛି । ରାଜଧାନୀରେ ମୋଟ୍ ୫୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ସୁଦ୍ଧା ୪୫ ଜଣ ସୁସ୍ଥ ହୋଇଛନ୍ତି । ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି । ଲକଡାଉନ୍ କଟକଣା କୋହଳ ହେବା ସହ ସ୍ୱାଭାବିକ ହେଉଛି ରାଜଧାନୀର ଜୀବନ ଯାତ୍ରା ।

ପ୍ରଥମ ସଂକ୍ରମଣ

ରାଜ୍ୟର ପ୍ରଥମ କରୋନା ସଂକ୍ରମଣ ମାମଲା ରାଜଧାନୀରେ ଚିହ୍ନଟ ହୋଇଥିଲା । ଯାହାକୁ ନେଇ ସାରା ରାଜ୍ୟରେ ଚିନ୍ତା ବଢ଼ି ଯାଇଥିଲା । ମାର୍ଚ୍ଚ ୧୬ରେ ଇଟାଲୀ ଫେରନ୍ତାଙ୍କ ଠାରେ ଚିହ୍ନଟ ହୋଇଥିଲା କରୋନା । ୧୯ରେ ଆଉ ଗୋଟିଏ ମାମଲା ଚିହ୍ନଟ ହୋଇଥିଲା । ଏମିତି ଗୋଟିଏ ପରେ ଗୋଟିଏ ସଂକ୍ରମିତ ମାମଲା ବଢ଼ି ଚାଲିଥିଲା ରାଜଧାନୀରେ । ଏପ୍ରିଲ ୩ ତାରିଖରେ ୧୦ ଜଣ ଓ ଏପ୍ରିଲ୍ ୫ ତାରିଖରେ ସର୍ବାଧିକ ୧୮ ଜଣ ସଂକ୍ରମିତ ଭୁବନେଶ୍ୱରରେ ଚିହ୍ନଟ ହୋଇଥିଲେ । ଏଥିସହ ରାଜଧାନୀ କରୋନା ହଟସ୍ପଟରେ ପରିଣତ ହୋଇଥିଲା ।

ଆଶ୍ୱସ୍ତି ଆଣିଛି ଆରୋଗ୍ୟ

ଇତି ମଧ୍ୟରେ ରାଜଧାନୀର ସଂକ୍ରମିତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି । ତେବେ, ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ଖୁସିର କଥା ହେଉଛି ସଂକ୍ରମିତଙ୍କ ମଧ୍ୟରୁ ଆଜି ସୁଦ୍ଧା ୪୫ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏବେ କୋଭିଡ୍ ହସ୍ପିଟାଲରେ ୩ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି । ସେମାନେ ଖୁବଶୀଘ୍ର ସୁସ୍ଥ ହେବେ ବୋଲି ଆଶା ରହିଛି ।

ହେଳା କଲେ ହେବ ଅଣାୟତ୍ତ

ସଂକ୍ରମିତ ସୁସ୍ଥ ହେଉଥିବା ବେଳେ ସାବଧାନତା ଅବଲମ୍ବନ ନକଲେ ସ୍ଥିତି ପୁଣି ବିଗିଡ଼ିପାରେ । ତେଣୁ, ଲୋକ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ଜରୁରୀ । ପୂର୍ବରୁ ସଂକ୍ରମିତ ସୁସ୍ଥ ହେବା ପରେ କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲା ଗ୍ରୀନ୍ ଜୋନରେ ଥିଲେ । ଏବେ ପୁଣି ସେଠାରୁ ସଂକ୍ରମିତ ଚିହ୍ନଟ ହେଲେଣି । ରାଜଧାନୀରେ ଏବେ ସଂକ୍ରମିତ ଥିବା ୩ ଜଣ ସୁସ୍ଥ ହେଲା ପରେ ସଂକ୍ରମଣ ଏଡ଼ାଇବାକୁ ସମସ୍ତେ ନିୟମ ମାନିବା ଉଚିତ୍ ।

ଏପରିକି ଲକଡାଉନ୍ ଯୋଗୁଁ ବିଭିନ୍ନ ସ୍ଥାନରେ ଫସିଥିବା ଲୋକ ଏବେ ରାଜଧାନୀକୁ ଫେରୁଛନ୍ତି । ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖି ସଂକ୍ରମଣ ରୋକିବାକୁ ପ୍ରଶାସନ ପ୍ରୟାସ ଜାରି ରଖିଛି । ରାଜଧାନୀର ୩ ପ୍ରବେଶ ପଥରେ ପ୍ରବାସୀଙ୍କୁ ସ୍କ୍ରିନିଂ ମଧ୍ୟ କରାଯାଉଛି ।

ସୁସ୍ଥ ହେଲେ ୨୭ କରୋନା ଆକ୍ରାନ୍ତ…

Leave a Reply