ସୁସ୍ଥ ହେଲେ ୨୭ କରୋନା ଆକ୍ରାନ୍ତ…

1 min read

ଭୁବନେଶ୍ୱର: ରାଜ୍ୟ ପାଇଁ ପୁଣି ଏକ ଭଲ ଖବର ।  ସୁସ୍ଥ ହେଲେ ଆଉ ୨୭ କରୋନା ଆକ୍ରାନ୍ତ । ସେମାନଙ୍କ ମଧ୍ୟରେ ବାଲେଶ୍ୱରରୁ ୯ ଜଣ ସୁସ୍ଥ ହୋଇଥିବା, ଭୁବନେଶ୍ୱରରୁ ୮ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ଭଦ୍ରକରୁ ମଧ୍ୟ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଞ୍ଜାମ ଓ ସୁନ୍ଦରଗଡ଼ରୁ ଦୁଇ ଜଣ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କୋରାପୁଟ ଓ କେନ୍ଦୁଝରରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ସମସ୍ତଙ୍କୁ ଡିସଚାର୍ଜ କରାଯାଇଛି । ଏହାସହ ଘରେ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ଏହି ୨୭ ଜଣଙ୍କୁ ମିଶାଇ ରଜ୍ୟରେ ଏବେ ସୁଦ୍ଧା ୧୪୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଅନ୍ୟପଟେ ଆଜି ସକାଳୁ ୧୦୧ ଜଣ କରୋନା ଆକ୍ରାନ୍ତ ହୋଇଥିବା ନୂଆ ମାମଲା ସାମ୍ନାକୁ ଆସିଥିଲା । ଏହା ହେଉଛି ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ସର୍ବାଧିକ ସଂକ୍ରମିତଙ୍କ ସଂଖ୍ୟା । ଆଜି ୧୦୧ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମରୁ ୫୨ ଜଣ, ବାଲେଶ୍ୱରରୁ ୩୩ ଜଣ, ଯାଜପୁରରୁ ୭ ଏବଂ ସୁନ୍ଦରଗଡ଼ରୁ ୭ ଜଣ, କେନ୍ଦୁଝରରୁ ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩୮ରେ ପହଞ୍ଚିଛି । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଗଞ୍ଜାମରେ କରୋନା ସଂଖ୍ୟା ୨୧୦ରେ ପହଞ୍ଚିଛି ସେହିଭଳି ବାଲେଶ୍ୱରରେ ୯୦ ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା, ସେପଟେ ଯାଜପୁରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୧ ଥିବାବେଳେ ସୁନ୍ଦରଗଡ଼ରେ ୨୩ ରହିଥିବା ବେଳେ କେନ୍ଦୁଝରରେ ୪ ରହିଛି ।

Leave a Reply