ଆତ୍ମସମ୍ମାନ ବିରୋଧରେ କାମ କରିପାରିବି ନାହିଁ : ଜଷ୍ଟିସ ରୋହିତ ବି. ଦେଓ

ବମ୍ବେ : ଇସ୍ତଫା ଦେଲେ ବମ୍ବେ ହାଇକୋର୍ଟର ଜଷ୍ଟିସ ରୋହିତ ବି. ଦେଓ । ଆତ୍ମସମ୍ମାନ ବିରୋଧରେ ସେ କାମ କରିପାରିବେ ନାହିଁ ବୋଲି କହିଛନ୍ତି । ଏଥିସହ ସେ ଯଦି ତାଙ୍କ ନିଷ୍ପତ୍ତି ଦ୍ବାରା କାହାକୁ ଆଘାତ ପହଞ୍ଚାଇଥାନ୍ତି ସେଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ତେବେ ସେ ତାଙ୍କ ଇସ୍ତଫା ପଛର କାରଣ ଦର୍ଶାଇ ନାହାନ୍ତି । ବ୍ୟକ୍ତିଗତ କାରଣରୁ ସେ ଏହି ପଦ ଛାଡିଛନ୍ତି ବୋଲି କହିଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ଜଷ୍ଟିସ୍ ଦେବଙ୍କୁ ଜୁନ୍ 2017ରେ ବମ୍ବେ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା । ସେ ଡିସେମ୍ବର 2025ରେ ଅବସର ନେଇଥାନ୍ତେ । ବିଚାରପତି ହେବା ପୂର୍ବରୁ ସେ ଆଡଭୋକେଟ୍ ଜେନେରାଲ୍ ଥିଲେ।