ସତରେ କ’ଣ ଏହି ପାନୀୟ ଦ୍ବାରା ଓଜନ ହ୍ରାସ ହୁଏ ?

1 min read

 

ନନ୍ଦିଘୋଷ ବ୍ୟୁରୋ: ଆଜିର ଦୁନିଆରେ ସମସ୍ତଙ୍କ ଚିନ୍ତାର କାରଣ ହେଉଛି ମୋଟାପଣ ବା ଓଜନ ବୃଦ୍ଧି । ଦୈନନ୍ଦିନ ଜୀବନ ଶୈଳୀରେ ସଠିକ୍‌ ଖାଦ୍ୟପେୟ ଠିକ ନରହିଲେ ଆମକୁ ମେଦ ବହୁଳତା ବା ଓଜନ ବୃଦ୍ଧିର ଶିକାର ହେବାକୁ ପଡିଥଶଏ । ଲୋକେ ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ଉପାୟ ଆପଣାଉଛନ୍ତି। ହେଲେ ଆପଣମାନେ ଦେଖିଥିବେ ପ୍ରାୟତଃ ଲୋକମାନେ ସମୟ ଅଭାବରୁ ଘରୋଇ ଉପଚାର ମାଧ୍ୟମରେ ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି ।ଏଥିପାଇଁ ସହଜ ଉପାୟ ପ୍ରାୟତଃ ଲୋକମାନେ ଆଜିକାଲି  ଜିରା ପାଣିର ସେବନ ଅଧିକ ମାତ୍ରାରେ କରୁଛନ୍ତି  । କ’ଣ ସତରେ ଜିରା ପାଣି ସେବନ କରିବା ଦ୍ବାରା ଓଜନ ହ୍ରାସ ହେଇଥାଏ ।

ସତରେ ଏହି ପାନୀୟ ଦ୍ବାରା ଓଜନ ହ୍ରାସ ହୁଏ ?

ଜିରା ପାଣି ଶରୀରର ମେଟାବୋଲିଜିମରେ ଉନ୍ନତି ଆଣେ ଏହା ହଜମକୁ ଉନ୍ନତ କରିଥାଏ ଏବଂ ଆପଣଙ୍କ ଖାଦ୍ୟକୁ ଭଲ ଭାବରେ ହଜମ କରିଥାଏ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଏହା ଓଜନ ହ୍ରାସ କରିବ। ଜିରା ପାଣିରେ ପ୍ରଚୁର ମାତ୍ରାରେ ଆଣ୍ଟି ଆକ୍ସିଡେଣ୍ଟ ରହିଥାଏ। ତେଣୁ ଏହାର ସେବନ କରିବା ଦ୍ଵାରା ଆପଣଙ୍କ ଶରୀରରୁ ଖରାପ ଜୀବାଣୁ ନିଷ୍କାସିତ ହୋଇ ଯାଇଥାଏ, ଯାହାଦ୍ଵାରା ଆପଣଙ୍କ ଲିଭର ଓ ଚର୍ମ ସୁସ୍ଥ ରହେ। ଜିରାରେ ଆଇରନର ମାତ୍ରା ମଧ୍ୟ ପ୍ରଚୁର ପରିମାଣରେ ରହିଥାଏ, ତେଣୁ ଏହାର ସେବନ କରିବା ଦ୍ଵାରା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଯଦି ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସଠିକ ମାତ୍ରାରେ ରହିବ, ତାହେଲେ ଆପଣ ସମସ୍ତ ପ୍ରକାରର ରୋଗରୁ ବଞ୍ଚିତ ରହି ପାରିବେ। ଏହାଛଡା ଜିରାରେ ଭିଟାମିନ A ଓ C ପ୍ରଚୁର ପରିମାଣରେ ରହିଥାଏ, ଏହା ଶରୀରକୁ ଇନଫେକସନ ସହିତ ଲଢିବା ପାଇଁ ସାହାଯ୍ୟ କରିଥାଏ।

ଅନେକ ଥର ଲୋକମାନେ ବିଭିନ୍ନ ପାଣିର ବ୍ୟବହାର କରନ୍ତି, ତେଣୁ ଏସବୁ ଆପଣଙ୍କ ଶରୀରକୁ ହାଇଡ୍ରେଟ୍ କରେ, ଏହା ଛଡା ଆଉ କିଛି ନୁହେଁ  । ଯେତେବେଳେ ଆପଣ ଡାଏଟ୍ ବଦଳାଇବ ସେତେବେଳେ ଓଜନ ହ୍ରାସ ପାଇବ  ।  ଓଜନ ହ୍ରାସ କରିବାକୁ ହେଲେ ଆପଣଙ୍କୁ ହାଇ ଫାଇବର, ମିଲେଟ, ସୁସ୍ଥ ଚର୍ବି, ଫଳ ଏବଂ ପନିପରିବା ଖାଦ୍ୟରେ ଅନ୍ତର୍ଭୂକ୍ତ କରିବାକୁ ପଡିବ  । ଏହା ବ୍ୟତୀତ ବ୍ୟାୟାମ ଏବଂ ଯୋଗ ମଧ୍ୟ କରିବାକୁ ପଡିବ  ।

ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଏସବୁ ଜିନିଷ

ଆପଣ ଯେତେ ପ୍ରକାରର ରାସାୟନିକ ପାନୀୟ କିମ୍ବା ଔଷଧ ଖାଇବେ ଏହା ଆପଣଙ୍କୁ ପତଳା କରାଇଦେଇପାରେ କିନ୍ତୁ ଭବିଷ୍ୟତରେ ଏହା ଆପଣଙ୍କ ପାଇଁ କ୍ଷତିକାରକ ହେଇପାରେ । ଆପଣ ଭବିଷ୍ୟତରେ ଅନେକ ରୋଗର ଶିକାର ହେଇପାରନ୍ତି ।ତେଣୁ ଏହି ସବୁ ଜିନିଷର ଜାଲରେ ପଡ଼ନ୍ତୁ ନାହିଁ |ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ  ।