କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାରର ଆଜି ଶେଷ ଦିନ । ଶେଷ ପ୍ରଚାର ପାଇଁ ନିର୍ବାଚନୀ ରଣାଙ୍ଗନରେ କଂଗ୍ରେସ, ବିଜେପି ଓ ଜେଡିଏସ । ବିରାଟ ଜନସଭା ସହ ଦଳର ଆଗ ଧାଡ଼ିର ନେତା ମାନେ କରିବେ କ୍ୟାମ୍ପେନିଂ ।

ରାଜ୍ୟରେ ବଢୁଥିବା ଦୁର୍ନୀତି, ବେରୋଜଗାର ଏବଂ ୪୦ ପ୍ରତିଶତ ପିସି କାରବାରକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ କରୁଥିବା ବେଳେ ବିଜେପି ଭିନ୍ନ ମୁଦ୍ଦାଇ ଉଠାଇ ଟାର୍ଗେଟ କରୁଛି । ବିଭିନ୍ନ ସର୍ଭେରେ ମଧ୍ୟ ଏଥର କଂଗ୍ରେସକୁ ବହୁମତ ମିଳିବ ବୋଲି ଚର୍ଚ୍ଚା ହେଉଛି । ୨୨୪ରୁ ୧୫୦ ଆସନ କଂଗ୍ରେସକୁ ଦେବା ପାଇଁ ଜନତାଙ୍କୁ ଅପିଲ କରୁଛନ୍ତି କଂଗ୍ରେସ ନେତା । ଗତକାଲି ମଧ୍ୟ ଜୋରଦାର ପ୍ରଚାର କରିଥିଲା ଦଳ ।

କେନ୍ଦ୍ର ଓ କର୍ଣ୍ଣାଟକ ସରକାରଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟାର୍ଗେଟ କରିଥିଲେ । ଗ୍ୟାସ ଦର, ପଟ୍ରୋଲ ଦର, ଜିଏସଟି, ଦୁର୍ନୀତି ଆଦି ପ୍ରସଙ୍ଗରେ ସେ ଟାର୍ଗେଟ କରିଥିଲେ । ରାଜ୍ୟରେ ସମବାୟ ବ୍ୟାଙ୍କ ସ୍କାମ, ପୋଲିସ ଏସଆଇ ସ୍କାମ, ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ସ୍କାମ ଆଦି ପ୍ରସଙ୍ଗରେ ସେ ବର୍ଷିଥିଲେ । ସେହିପରି ନିର୍ବାଚନ ପ୍ରଚାର ଅବସରରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ରାଜ୍ୟରେ ବଢିଛି ବେରୋଜଗାରୀ । ୪୦ ପ୍ରତିଶତ କମିଶନରେ ଚାଲିଛି ସରକାର । ସରକାରୀ ପଦବୀ ବିକ୍ରି ହେଉଛି । ନିର୍ବାଚନରେ ବିଜେପିକୁ ପରାସ୍ତ କରିବା ଲାଗି ଆହ୍ବାନ ଦେଇଛନ୍ତି ପ୍ରିୟଙ୍କା ।