ବାଲେଶ୍ୱରର ବିଶିଷ୍ଟ ଶିଳ୍ପପତି ହିମାଂଶୁ ଦାସଙ୍କ ପରଲୋକ

ବାଲେଶ୍ବର: ବିଶିଷ୍ଟ ଶିଳ୍ପପତି ହିମାଂଶୁ ଦାସଙ୍କ ପରଲୋକ । ଗତକାଲି ରାତିରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ବର୍ଷ ବୟସ ହୋଇଥିଲା । ଗତକାଲି ରାତିରେ ସେ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ବାଲେଶ୍ବର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ହରି ପ୍ଲାଷ୍ଟ, ହରି ମେରାଇଲ, ହରି ପ୍ଲାଜା, ହରି ମୋଟର୍ସ ଭଳି ହରି ଉଦ୍ୟୋଗର ପ୍ରତିଷ୍ଠାତା ଥିଲେ ସ୍ବର୍ଗତ ହିମାଂଶୁ ଦାସ । ବାଲେଶ୍ବର ଚାମ୍ବର ଅଫ୍‌ ଇଣ୍ଡଷ୍ଟ୍ରି ଏଣ୍ଡ କମର୍ସର ଅଧ୍ୟକ୍ଷ ମଧ୍ୟ ଥିଲେ । ବାଲେଶ୍ବରରେ ହୋଇଆସୁଥିବା ଏକ୍ସପୋ ମେଳାକୁ ହିମାଂଶୁ ଦାସ ପରିଚାଳନା କରୁଥିଲେ । ଏହାସହ ସେ ଜଣେ ମେଳାପି, ସମୟାନୁବର୍ତ୍ତି ଶିଳ୍ପପତି ଭାବେ ସାରା ଓଡ଼ିଶାରେ ବେଶ୍‌ ପରିଚିତ ଥିଲେ । ତାଙ୍କ ବିୟୋଗରେ ବାଲେଶ୍ବର ଜିଲ୍ଲା ଜଣେ ମୁରବି ହରାଇବା ସହିତ ଜଣେ ଉତ୍ସାହି ଶିଳ୍ପଦ୍ୟୋଗୀଙ୍କୁ ହରାଇଲା ବୋଲି ବିଶିଷ୍ଟ ବ୍ୟକ୍ତିମାନେ ଶୋକପ୍ରକାଶ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଶାଳୀକୁ ହତ୍ୟା ପରେ ଶାଶୂଙ୍କୁ ଦୁଷ୍କର୍ମ ଅଭିଯୋଗ

Leave a Reply