ବସ୍‌ ଭିତରେ ଅସଦାଚରଣ, ବସ୍‌ ବାହାରେ ଉଠ୍‌ବସ୍‌

ଅନୁଗୋଳ: ମହଙ୍ଗା ପଡ଼ିଲା ମହିଳାଙ୍କୁ ଅସଦାଚରଣ । ବିଚ ରାସ୍ତାରେ ମହିଳା କରାଇଲେ ଉଠ୍‌ବସ୍‌ । ମହିଳାଙ୍କ ଧମକରେ କଣ୍ଡକ୍ଟର ମଧ୍ୟ ବଠ୍‌ବସ୍‌ ହେବାକୁ ବାଧ୍ୟ ହୋଇଥିଲେ । ଏଭଳି ଏକ ଘଟଣା ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ମହାତ୍ମା ଗାନ୍ଧୀ ବସଷ୍ଟାଣ୍ଡରେ ଦେଖିବାକୁ ମିଳିଛି । ମହିଳାଙ୍କୁ ଦୁର୍ବ୍ୟବହାର କରିବା ଯୋଗୁଁ ଏଭଳି ଅବସ୍ଥା ଭୋଗିବାକୁ ପଡିଛି ।

ସୂଚନା ନୁଯାୟୀ, ଅନୁଗୋଳରୁ ଆଠମଲ୍ଲିକ ଆସୁଥିବା ଘରୋଇ ଶ୍ରୀରାମର ବସ କଣ୍ଡକ୍ଟର ମହିଳାଙ୍କୁ ବସ ଭିତରେ ଦୁର୍ବ୍ୟବହାର କରିଥିଲେ । କିନ୍ତୁ ମହିଳା ଜଣକ ବସ ଭିତରେ କିଛି ନକହି ଆଠମଲ୍ଲିକ ବସ ଷ୍ଟାଣ୍ଡ ରେ ପହଞ୍ଚିବାପରେ ଉକ୍ତ କଣ୍ଡକ୍ଟରଙ୍କ ନାମରେ ଅଭିଯୋଗ କରିଥିଲେ ।

ଶେଷରେ ସ୍ଥାନୀୟ ଲୋକେ ଓ ମହିଳା ଜଣଙ୍କ ଉକ୍ତ କଣ୍ଡକ୍ଟରଙ୍କୁ  କାନ ଧରି ବସ୍‌ଉଠ୍‌ କରାଇଥିଲେ । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Leave a Reply