ଭୀମସାର ହଷ୍ଟେଲ ଛାତରୁ କେମିତି ଖସି ପଡ଼ିଲେ ଡାକ୍ତରୀ ଛାତ୍ରୀ ?

ସମ୍ବଲପୁର: ବୁର୍ଲା ଭୀମସାର ହଷ୍ଟେଲର ଛାତରୁ କେମିତି ତଳକୁ ଖସି ପଡ଼ିଲେ ଡାକ୍ତରୀ ଛାତ୍ରୀ । ମୋବାଇଲରେ କଥା ହେଲା ବେଳେ ଗଳି ପଡ଼ିଲେ ନା କୌଣସି କାରଣକୁ ନେଇ କରିଛନ୍ତି ଆତ୍ମହତ୍ୟା ଉଦ୍ୟମ । ଏନେଇ ତଦନ୍ତ ଆରମ୍ଭ କରିଛି ବୁର୍ଲା ଥାନା ପୋଲିସ ।
ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ଛାତ୍ରୀ ଜଣକ ଏମବିବିଏସ ପ୍ରଥମ ବର୍ଷରେ ପଢୁଥିଳେ । ଗତକାଲି ବିଳମ୍ବିତ ରାତିରେ ଛାତରୁ ଖସି ଗୁରୁତର ହୋଇଥିଲେ । ବୁର୍ଲା ମେଡିକାଲ ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇଛି । ତାଙ୍କ ଉଭୟ ଗୋଡ଼ ଓ ଗୋଟିଏ ହାତ ଭାଙ୍ଗିବା ସହିତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ପୋଲିସ ଠାରୁ ଖବର ପାଇ ପରିବାର ଲୋକ ବୁର୍ଲା ଆସୁଥିବା ସୂଚନା ମିଳିଛି ।