୮ରୁ ଉପକୂଳରେ ବର୍ଷିବ, ସବୁ ବନ୍ଦରକୁ ୧ ନମ୍ବର ବିପଦ ସଂକେତ

1 min read

ଭୁବନେଶ୍ୱର: ବଙ୍ଗୋପସାଗରରେ ଆସୁଛି ବାତ୍ୟା । ପୂର୍ବ -କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଅବପାତ ଆଜି ବାତ୍ୟାର ରୂପ ନେବ । ପାରାଦୀପଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ଘନିଭୂତ ରହିଛି । ବର୍ତ୍ତମାନ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଏହା ଗତି କରୁଛି । ତେବେ ଏହି ବାତ୍ୟା କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ପାରାଦୀପଠାରୁ ୮୨୦ ଓ ଆଣ୍ଡାମାନଠାରୁ ୩୭୦ କିଲୋମିଟର ଦୂରରେ ରହିଛି ଅବପାତ। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତାକାଲି ପର୍ଯନ୍ତ ରାଜ୍ୟର ପାଗ ଶୁଖିଲା ରହିବ । ୮ ତାରିଖ ବେଳକୁ ଉପକୂଳ ଓଡ଼ିଶା ସମେତ ଉତ୍ତର- ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହେବ । ଉତ୍ତର ଉପକୂଳ ଓଡିଶାରେ ଘଣ୍ଟାପ୍ରତି ୪୦ରୁ ୬୦ କିଲୋମିଟର ବେଗରେ ପବନ ବହିବ। ସେପଟେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟାକୁ ୧୨୦ରୁ ୧୪୫ କିଲୋମିଟର ବେଗରେ ପବନ ବହିବ। ୯ ତାରିଖରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।  ପୂର୍ବ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରକୁ ମାଛ ଧରିବାକୁ ଯାଇଥିବା ମୃତ୍ସ୍ୟଜୀବୀମାନେ ତୁରନ୍ତ ଫେରି ଆସିବା ପାଇଁ ସତର୍କତା ଜାରି କରାଯାଇଛି । ସମସ୍ତ ବନ୍ଦରରେ ଦିଆଯାଇଛି ୧ ନମ୍ବର ବିପଦ ସଙ୍କେତ । ବାତ୍ୟା ଉତ୍ତର ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଆଡ଼କୁ ମୁ୍ହାଁଇପାରେ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର ବିଶ୍ୱାସ ସୂଚନା ଦେଇଛନ୍ତି । ବାତ୍ୟାର ସ୍ଥିତି ଶୁକ୍ରବାର ସ୍ପଷ୍ଟ ହେବ  । ')}

Leave a Reply