ବିଧାନସଭାକୁ ଫେରିଲା ପ୍ରଶ୍ନକାଳ, ଆସିବ ପେପରଲେସ ବଜେଟ

1 min read

ଭୁବନେଶ୍ୱର: ଆସନ୍ତା ୧୮ରୁ ଆରମ୍ଭ ହେବ ରାଜ୍ୟ ବଜେଟ ଅଧିବେଶନ ।  ବିଧାନସଭାରେ ଚଳିତ ବର୍ଷ ପେପରଲେସ ବଜେଟ ଆଗତ ହେବ । ଲୋକସଭାରେ ଯେପରି ଚଳିତବର୍ଷ ପେପରଲେସ ବଜେଟ ଆଗତ ହୋଇଛି । ଠିକ ସେହିପରି ବିଧାନସଭାରେ ମଧ୍ୟ ପେପରଲେସ ବଜେଟ ଆଗତ ହେବା ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ଫେବୃୟାରୀ ୧୮ରୁ ବଜେଟ ଅଧିବେଶନ ଆରମ୍ଭ ହୋଇ ଏପ୍ରିଲ ୯ ପର୍ଯ୍ୟନ୍ତ ଚାଲିବ । କିନ୍ତୁ ଚଳିତ ଅଧିବେଶନର ସମସ୍ତ ଗାଇଡଲାଇନ ନେଇ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି । କୋଭିଡ ସମୟରେ ପ୍ରଶ୍ନକାଳ ଉଚ୍ଛେଦ ହୋଇଥିବା ବେଳେ ବଜେଟ ଅଧିବେଶନରେ କିନ୍ତୁ ପ୍ରଶ୍ନକାଳ ପୂର୍ବ ପରି ରହିବା । ସେହିପରି ଚଳିତ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଥିବା ପ୍ରତିକ୍ରିୟାରେ କହିଛନ୍ତି ବାଚସ୍ପତି ।

ସେହିପରି ପୂର୍ବ ଢାଞ୍ଚାରେ ଚାଲିବ ବିଧାନସଭା । କୋଭିଡ ଟେଷ୍ଟ ବାଧ୍ୟତାମୂଳକ ନୁହେଁ । କିନ୍ତୁ ଲକ୍ଷଣ ଥିଲେ ଆଣ୍ଟିଜେନ ଟେଷ୍ଟ କରାଯିବ । ସେପଟେ ବଜେଟ ଅଧିବେଶନରେ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦିଆଯିବା ସହ ପ୍ରତିଦିନ ବିଧାନସଭାକୁ ସାନିଟାଇଜ କରାଯିବ ବୋଲି କହିଛନ୍ତି ବାଚତସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.