- ନୂଆ ବଜେଟରୁ ମହିଳାଙ୍କୁ ଶକ୍ତି ମିଳିବ
- ଆତ୍ମନିର୍ଭର ଭାରତ ଉପରେ ଗୁରୁତ୍ୱ
- ୫ ପ୍ରମ୍ମୁଖ କ୍ଷେତ୍ରରେ ଗ୍ଲୋବାଲ ଚମ୍ପିୟାନ ତିଆରି କରାଯିବ
- ଟେକ୍ସଟାଇଲରେ ମେଗା ଇନଭେଷ୍ଟମେଣ୍ଟ୍ ଯୋଜନା
- ଏହା ଦ୍ୱାରା ବିଶ୍ୱସ୍ତରୀୟ ଭିତ୍ତିଭୂମି ତିଆରି ହେବ
- ୭ ପାର୍କ ୩ ବର୍ଷରେ ତିଆରି ହେବ
- ୨୧୭ ପ୍ରୋଜେକ୍ଟ ୧ଲକ୍ଷ କୋଟିର ସମ୍ପୂର୍ଣ୍ଣ ହୋଇଛି
- ଏହି ବଜେଟରେ ଏଥିପାଇଁ ତିନି ପ୍ରକାରର ଯୋଜନା
- ଲଙ୍ଗ ଟର୍ମ ଡେବ୍ଟ ଫାଇନାନ୍ସ ଉପରେ ଗୁରୁତ୍ୱ
- ବିକାଶ ବିତ୍ତୀୟ ସଂସ୍ଥାର ଆବଶ୍ୟକତା
- ୫ ଲକ୍ଷ କୋଟିର ଲାଣ୍ଡିଂ ପୋର୍ଟଫୋଲିଓ ୩ ବର୍ଷ ପାଇଁ ହେବ
- ସାର୍ବଜନିକ ସମ୍ପତିକୁ ମନିଟାଇଜେସନ ଗୁରୁତ୍ୱପୂର୍ଣ୍ଣ ହେବ
- ଅନ୍ତର୍ଜାତୀୟ ନିବେଶକଙ୍କୁ ଆକୃଷ୍ଠ କରିବାକୁ NHAI ବିଶେଷ ପଦକ୍ଷେପ ନେଉଛି
- ବିମାନ ବନ୍ଦରକୁ ମନିଟାଇଜ୍ କରାଯିବ
- କ୍ୟାପିଟାଲ ବଜେଟରେ ବୃଦ୍ଧି କରାଯିବ
- ୨୧-୨୨ ପାଇଁ ଅତ୍ୟଧିକ ବୃଦ୍ଧି ପାଇଁ ପ୍ରସ୍ତାବ
- ୨ ଲକ୍ଷ କୋଟି ରାଜ୍ୟ ଓ ସ୍ୱାୟତ ସଂସ୍ଥାଙ୍କୁ ଦେବୁ ଯେମିତି ସେମାନେ ନିଜ ପୁଂଜିଗତ ଖର୍ଚ୍ଚ ଉଠାଇ ପାରିବେ
- ଆମେ ଏମିତି ଉଦ୍ୟମ କରିବୁ ଯାହା ଦ୍ୱାରା ରାଜ୍ୟ ମଧ୍ୟ ନିଜର ପୁଂଜିଗତ ଖର୍ଚ୍ଚ ଉଠାଇ ପାରିବେ
- ଭାରତ ମାଳା ପ୍ରୋଜେକ୍ଟ ଅନ୍ତର୍ଗତରେ ୩୮୦୦ କିମି ସଡକ ତିଆରି ହୋଇଛି
- ଏଥିରେ ଆସନ୍ତା ବର୍ଷ ମାର୍ଚ୍ଚ ବେଳକୁ ଅଧିକ ବୃଦ୍ଧି ହେବ
- ରାଜପଥ ସଂପ୍ରସାରଣ ଉପରେ ଗୁରୁତ୍ୱ
- ତାମିଲନାଡୁରେ ୩ ହଜାର ୫ ଶହ କିମିରୁ ଅଧିକ ରାସ୍ତା ତିଆରି ହୋଇଛି
- ଏଥିରେ ୧ ଲକ୍ଷ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି
- କେରଳରେ ୧ ଲକ୍ଷ କିଲୋମିଟର ରାସ୍ତା ତିଆରି ହୋଇଛି
- ଏଥିରୁ ୬ଶହ କିଲୋମିଟର ରାଜପଥ ମୁମ୍ବାଇ-କନ୍ୟାକୁମାରୀ ରାସ୍ତା ରହିଛି
- ପ.ବଙ୍ଗରେ ୨୫ ହଜାର କୋଟି ବ୍ୟୟରେ ରାସ୍ତା ତିଆରି ହୋଇଛି
- କୋଲକତା-ସିଲିଗୁଡି ରାସ୍ତା ଉନ୍ନତି କରଣ ଲକ୍ଷ୍ୟ
- ଆସାମରେ ମଧ୍ୟ ରାସ୍ତା ଉନ୍ନତି କରଣ କାର୍ଯ୍ୟ ଚାଲିଛି
- ଆସାମରେ ଆସନ୍ତା ୩ ବର୍ଷରେ ୩୪ ହଜାର କୋଟି ଟଙ୍କାରେ ୩ ହଜାର କିମି ରାସ୍ତା ତିଆରି ହେବ
- ଜାତୀୟ ରାଜପଥ ବିଭାଗ ପାଇଁ ୧ ଲକ୍ଷ ୮ ହଜାର କୋଟି ଟଙ୍କାର ବ୍ୟବସ୍ଥା,ଯାହା ଇତିହାସରେ ସର୍ବାଧିକ
- ମେକ ଇନ୍ ଇଣ୍ଡିଆ ପାଇଁ ଉଦ୍ୟମ ହେଉଛି
- ରେଳପଥ କରିଡର ତିଆରି ହେବ
- ବ୍ରୋଡଗେଜ ରାସ୍ତାର ୧୦୦ ପ୍ରତିଶତ ବିଦ୍ୟୁତିକରଣ ଡିସେମ୍ବର ସୁଧା ହେବ
- ଭିସ୍ଟା ଡୋମ କୋଚ୍ ତିଆରି ହେବ
- ପର୍ଯ୍ୟଟନ କରିଡରରେ ଭିସ୍ଟା ଡୋମ୍ ଚାଲିବ
- ରେଳ ସୁରକ୍ଷା ଉପରେ ଗୁରୁତ୍ୱ
- ଦେଶର ଅଟୋମେଟେଡ୍ ରେଳ ସୁରକ୍ଷା ଉପରେ ଗୁରୁତ୍ୱ
- ୧ ଲକ୍ଷ୧୦ ହଜାର ୫୫ କୋଟି ଟଙ୍କା ରେଳବାଇ ପାଇଁ
- ମେଟ୍ରୋ ରେଳର ସୀମାକ୍ଷେତ୍ର ବଢାଯିବ
- ବସ ସେବା ବଢାଇବା ପାଇଁ ପିପିଟି ମଡେଲ ଆପଣା ଯିବ
- ଏହି ଯୋଜନାରୁ ଅଟୋମୋବାଇଲ ସେକ୍ଟରକୁ ସାହାଯ୍ୟ ମିଳିବ
- ରୋଜଗାର ବୃଦ୍ଧି ହେବ
- ଦେଶରେ ୭୦୨ କିମି ମେଟ୍ରୋ ରେଳ ଚାଲୁଛି,ଏହାକୁ ଅଧିକ ବିସ୍ତାର କରାଯିବ
- କୋଚି ମେଟ୍ର ରେଲୱେ ମେଟ୍ରୋକୁ କେନ୍ଦ୍ର ସାହାଯ୍ୟ କରିବ
- ଚେନ୍ନାଇ ମେଟ୍ରୋକୁ ମଧ୍ୟ କେନ୍ଦ୍ର ଅତିରିକ୍ତ ସାହାଯ୍ୟ ଦେବ
- ବେଙ୍ଗାଲୁରୁ ମେଟ୍ରୋ ରେଲୱର ଫେଜ୍ ୨କୁ କେନ୍ଦ୍ରୀୟ ସାହାଯ୍ୟ
- ନାସିକ ମେଟ୍ରୋକୁ ମଧ୍ୟ କେନ୍ଦ୍ର ସାହାଯ୍ୟ ଦେବ
- ବିଦ୍ୟୁତ କ୍ଷେତ୍ରରେ ସୁଧାର ପାଇଁ ପଦକ୍ଷେପ ନିଆଯାଉଛି
- ବିଗତ ବର୍ଷରେ କେନ୍ଦ୍ର ଅନେକ ପଦକ୍ଷେପ ନେଇଛି
- ଦେଶରେ ଅନେକ ଭାଗରେ ବିତରକ କମ୍ପାନୀଙ୍କ ଏକାଧିପତ୍ୟ ଶେଷ କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି
- ଏକରୁ ଅଧିକ ବିତରକଙ୍କ ସେବା ଯେମିତି ମିଳିବ ସେଥିପାଇଁ ସରକାର ଉଦ୍ୟମ କରୁଛନ୍ତି
- ବିତରକ କମ୍ପାନୀଙ୍କ କାର୍ଯ୍ୟକୁଶଳତା ଗୁରୁତ୍ୱ ରଖେ
- ଉଜ୍ୱଳା ସ୍କିମ୍: ଉଜ୍ୱଳା ସ୍କିମର ଲାଭ ଏକ କୋଟି ହିତାଧିକାରୀଙ୍କ ନିକଟରେ ପହଞ୍ଚାଯିବ । ନୂଆ ଆର୍ଥିକ ବର୍ଷରେ ହାଇଡ୍ରୋଜେନ୍ ଏନର୍ଜି ମିଶନର ଲଂଚ୍ କରାଯିବ । ସରକାର ୧୦୦ ନୂଆ ଜିଲ୍ଲାକୁ ଆସନ୍ତା ୩ ବର୍ଷ ମଧ୍ୟରେ ସିଟି ଗ୍ୟାସ୍ ବିତରଣ ନେଟୱର୍କରେ ଯୋଡିବ । ଏକ ସ୍ୱତନ୍ତ୍ର ଗ୍ୟାସ ଟ୍ରାନ୍ସପୋର୍ଟ ଅପରେଟର ସେଟ୍ ଅଫ୍ କରାଯିବ ।
- ଚଳିତ ବର୍ଷ ନ୍ୟାସନାଲ ହାଇଡ୍ରୋ ଏନର୍ଜୀ ମିଶନ ଲଂଚ୍ ହେବ
- ବନ୍ଦର ବିକାଶରେ ପ୍ରାଇଭେଟ୍-ପବ୍ଲିକ୍ ପାର୍ଟନସସିପ୍
- ମର୍ଚେଣ୍ଟ୍ ସିପ୍ କ୍ଷେତ୍ରରେ ଭାରତୀୟ କମ୍ପାନୀଙ୍କୁ ସୁବିଧା ଦିଆଯିବ
- ୫ ବର୍ଷ ଭିତରେ ଏଥିପାଇଁ ସରକାର ଟଙ୍କା ଯୋଗାଇ ଦେବ
- ଭାରତୀୟ ନାବିକଙ୍କୁ ପ୍ରଶିକ୍ଷଣ ମିଳିବ
- ବିଶ୍ୱରେ ଭାରତର ଭାଗିଦାରୀ ବଢିବ
- ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ସପ୍ଲାଇ କୋଭିଡ୍ ଲକଡାଉନ କାଳରେ ଜାରି ଥିଲା
- ୮ କୋଟି ପରିବାରଙ୍କ ପାଇଁ ଚାଲିଥିବା ଉଜ୍ୱଳା ସ୍କିମ୍ ଜାରି ରହିବ
- ଗ୍ୟାସ ଟ୍ରାନ୍ସପୋର୍ଟେସନର ଏକ ସ୍ୱାଧୀନ ଅପରେଟର ସ୍ଥାପନ କରାଯିବ
- ସୋଲାର ପାୱାରେ ୧ ହଜାର ୫ ଶହ କୋଟିର ଅତିରିକ୍ତ ପୁଂଜି
- ୧୯୩୮ର ବିମା ଆଇନରେ ସଂଶୋଧନ
- FDI ସୀମା ବୃଦ୍ଧି
- ପ୍ରମ୍ମୁଖ ପଦରେ ଭାରତୀୟ ହିଁ ରହିବେ
- ଏକ ନିଶ୍ଚିତ ପଦ ସଂରକ୍ଷିତ ରହିବ
- ବ୍ୟାଙ୍କଙ୍କ ବହିଖାତା ଠିକ୍ ରଖିବାକୁ ପ୍ରସ୍ତାବ
- ଆସେଟ୍ ମ୍ୟାନେଜମେଣ୍ଟ୍ ଉପରେ ଗୁରୁତ୍ୱ
- ସାର୍ବଜନିକ ବ୍ୟାଙ୍କଗୁଡିକ ପାଇଁ ୨୦ ହଜାର କୋଟିର ରିକ୍ୟାପିଟାଲାଇଜେସନ
- ଜମା ଉପରେ ଗ୍ୟାରେଣ୍ଟି ରାଶି ବୃଦ୍ଧି
- ବୁଡି ଯାଇଥିବା ଋଣକୁ ନେଇ ସରକାରଙ୍କ ବଡ ଘୋଷଣା
- ଏଥିପାଇଁ ଆସେସ ମ୍ୟାନେଜମେଣ୍ଟ୍ କମ୍ପାନୀ
- ବୀମା କମ୍ପାନୀ ଉପରେ ଭାରତୀୟଙ୍କ ନିୟନ୍ତ୍ରଣ
- ବୀମା କ୍ଷେତ୍ରରେ ଏଫଡିଆଇ ୭୪ ପ୍ରତିଶତକୁ ବୃଦ୍ଧି
- MSME ପାଇଁ ନୂଆ ପଦକ୍ଷେପ
- କୋଭିଡ୍-୧୯ ସତ୍ୱେ ପୁଂଜି ପ୍ରତ୍ୟାହାର ଦୀଗରେ ସରକାର ନିଜ ନିଷ୍ପତିରୁ ପଛକୁ ହଟି ନାହାନ୍ତି
- ଅନେକ ସାର୍ବଜନିକ କ୍ଷେତ୍ରର କମ୍ପାନୀରୁ ପୁଂଜି ପ୍ରତ୍ୟାହାର ଆସନ୍ତା ଆର୍ଥିକ ବର୍ଷରେ ହେବ
- ଏଥିପାଇଁ ଅନେକ ଆଇନରେ ପରିବର୍ତ୍ତନ ଆବଶ୍ୟକ ହେବ
- ତେଣୁ ମଝିରେ ମଝିରେ ପରିବର୍ତ୍ତନ ଘୋଷଣା କରାଯିବ
- ରାଜ୍ୟ ସରକାରଙ୍କୁ ସେମାନଙ୍କ ଉପକ୍ରମର ବିନିବେଶ ଦୀଗରେ କେନ୍ଦ୍ର ଉଚିତ ପରାମର୍ଶ ଦେବ
- ସରକାରଙ୍କ ଅନେକ ବିଭାଗ ଓ ରାଷ୍ଟ୍ରାୟତ କଂପାନୀଙ୍କ ପାଖରେ ବହୁତ ଜମି ଅଛି
- କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ କମ୍ପାନୀଙ୍କୁ ବନ୍ଦ କରିବା ପାଇଁ ସରକାର ନୀତି ଆଣୁଛନ୍ତି
- ବ୍ୟବସାୟକୁ ଅଧିକ ସୁରୁଖୁରୁରେ ଚଳାଇବା ପାଇଁ ଅଲଗା ପ୍ରଶାସନିକ ବ୍ୟବସ୍ଥା
- ଆମ ସରକାର କୃଷକଙ୍କ କଲ୍ୟାଣ ପାଇଁ ସମର୍ପିତ
- ଉତ୍ପାଦନର ଦେଢଗୁଣା ଅଧିକ ଦେବା ପାଇଁ ଉଦ୍ୟମ
- କୃଷକଙ୍କଠାରୁ ସେମାନଙ୍କ ଉତ୍ପାଦନ କିଣା ହେଉଛି
- ଗହମ ମାମଲାରେ କୃଷକଙ୍କୁ ୨୦୧୩-୧୪ରେ ୩୩ ହଜାର ୮୭୪ କୋଟି ଟଙ୍କା,୨୦-୨୧ରେ ୭୫ ହଜାର ୭ଶହ କୋଟି ଟଙ୍କା ଦିଆଯାଇଥିଲା
- ଆଉ ଏକ ମହତ୍ୱପୂର୍ଣ୍ଣ ତଥ୍ୟ ହେଉଛି,ଗହମ ଉତ୍ପାଦକ ୪୩ ଲକ୍ଷ ଚାଷୀ ଏହାଦ୍ୱାରା ଲାଭାନ୍ୱିତ ହୋଇଛନ୍ତି,୨୦୧୩-୧୪ରେ ଏହି ସଂଖ୍ୟା ୩୩ ଲକ୍ଷ ଥିଲା
- କୃଷକଙ୍କୁ ୭୫ ହଜାର କୋଟିରୁ ଅଧିକ ଟଙ୍କା ଦିଆଯାଇଛି
- ଚାଷୀଙ୍କ ଆୟ ବୃଦ୍ଧି ସରକାରଙ୍କ ଲକ୍ଷ
- ସ୍ୱାମୀତ୍ୱ ଯୋଜନା ଅନ୍ତର୍ଗତରେ କୃଷକଙ୍କୁ ଜମି ପଟା ଦିଆଯାଉଛି
- ୨୦୨୦-୨୧ ମଧ୍ୟ ଏହା ଜାରି ରହିବ
- ପଶୁ ପାଳନ,ମତ୍ସ୍ୟ ଚାଷ ପାଇଁ ଆର୍ଥିକ ସାହାଯ୍ୟ ବଢାଯିବ
- ନାବାର୍ଡ ଅନ୍ତର୍ଗତରେ ମିଳୁଥିବା ରାଶି ୫ ହଜାର କୋଟିକୁ ବୃଦ୍ଧି
- ଖରାପ ହେଉଥିବା ୨୨ ଫସଲକୁ ଅପରେସନ ଗ୍ରୀନରେ ସାମିଲ କରାଯିବା
- ଏହାଦ୍ୱାରା ୧ ଲକ୍ଷ ୬୮ ହଜାର ଚାଷୀଙ୍କୁ ସାମିଲ କରାଯାଇଥିଲା
- ଇନାନ୍ ଅନ୍ତର୍ଗତରେ ଅଧିକ ୧ ହଜାର ମଣ୍ଡିକୁ ସାମିଲ କରାଯିବ
- ଏଗ୍ରିକଲଚର ଇନଫ୍ରାଷ୍ଟ୍ରକଚର ଫଣ୍ଡକୁ ବଢାଯିବ
- ଆଧୁନିକ ମତ୍ସ୍ୟ ଚାଷ ପାଇଁ ସରକାର ସଂସାଧନ ବୃଦ୍ଧି
- ଏହା ଅନ୍ତର୍ଗତରେ ୫ ନୂଆ ହାର୍ବର ତିଆରି ହେବ
- ପ୍ରବାସୀ ଶ୍ରମିକଙ୍କ ପାଇଁ ୱାନ୍ ନେଶନ ୱାନ୍ କାର୍ଡ୍ ଘୋଷଣା ହୋଇଥିଲା
- ୱାନ ନେଶନ,ୱାନ୍ ରାସନ କାର୍ଡ ବ୍ୟବସ୍ଥା ୩୨ ରାଜ୍ୟରେ ଲାଗୁ କରାଯିବ
- ଯାହାଦ୍ୱାରା ୬୯ କୋଟି ଶ୍ରମୀକ ଉପକୃତ ହେବେ
- ପ୍ରବସୀ ଶ୍ରମିକଙ୍କ ବାବଦରେ ସଠିକ ତଥ୍ୟ ପାଇଁ ସରକାର ଏକ ପୋର୍ଟାଲ ଲଂଚ କରିବେ
- ୪ ଲେବର କୋଡ୍ ଲାଗୁ ପାଇଁ ୨୦ ବର୍ଷ ତଳର ପ୍ରକ୍ରିୟାକୁ ଆଗକୁ ବଢାଯିବ
- ସର୍ବନିମ୍ନ ମଜୁରୀ ସବୁ ଶ୍ରମିକଙ୍କ ପାଇଁ ଲାଗୁ ହେବ
- ଏମଏସଏମଇକୁ ଅଧିକ ବିକଶିତ କରିବା ପାଇଁ ବଜେଟରେ ୧୫ ହଜାର ୭ ଶହ କୋଟିର ବ୍ୟବସ୍ଥା
- ୧୫ ହଜାର ସ୍କୁଲର ସ୍ତର ବୃଦ୍ଧି ହେବ
- ସୈନିକ ସ୍କୁଲ ସଂଖ୍ୟ ବଢିବ
- ଲଦାଖରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ
- ଲେହରେ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ
- ୭୫୦ ଏକଲବ୍ୟ ବିଦ୍ୟାଳୟ ଆଦିବାସୀ କ୍ଷେତ୍ରରେ ପ୍ରତିଷ୍ଠା ହେବ
- ଏହା ଦ୍ୱାରା ଆଦିବାସୀ କ୍ଷେତ୍ରରେ ଶିକ୍ଷା ପ୍ରସାର ହେବ
- ଅନୁସୂଚିତ ଜାତିର ବିଦ୍ୟାର୍ଥୀଙ୍କ ପାଇଁ କେନ୍ଦ୍ରୀୟ ସହାୟତାରେ ବୃଦ୍ଧି
- ଦକ୍ଷତା ବିକାଶ ପାଇଁ ଟ୍ରେନିଂ ସ୍କିଲକୁ ନୂଆ ରୂପ ଦିଆଯିବ
- ଭାରତ-ଜାପାନ ମଧ୍ୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲୁଛି
- ଭାରତୀୟ ଭାଷାରେ ଉପଲବ୍ଧ ଜ୍ଞାନ ଇଣ୍ଟରନେଟରେ ଉପଲବ୍ଧ ହେବା ପାଇଁ ବ୍ୟବସ୍ଥା
- ଡିପ୍ ଓସେନ୍ ମିଶନ ଲଂଚ୍ ହେବ
- ଏଥିପାଇଁ ଆଗାମୀ ୫ ବର୍ଷ ଲାଗି ୫ ହଜାର କୋଟି ଟଙ୍କା
- ପ୍ରଥମ ଡିଜିଟାଲ ଜନଗଣନା ସଂପର୍କରେ ଘୋଷଣା
- ଏଥିପାଇଁ ବଜେଟରେ ୩ ହଜାର ୫ ଶହ କୋଟିର ବ୍ୟବସ୍ଥା
- ଗୋଆ ସ୍ୱାଧିନତାର ହୀରକ ଜୟନ୍ତି ପାଇଁ ୩ ଶହ କୋଟି
- ୧ ହଜାର କୋଟି ଟଙ୍କା ଆସାମ,ପ.ବଙ୍ଗର ଚା’ ବଗିଚା ଶ୍ରମିକଙ୍କ ପାଇଁ
- ଏହି ଦୁଇ ରାଜ୍ୟର ମହିଳା ଶ୍ରମିକଙ୍କ ପାଇଁ ଏହା ଖର୍ଚ୍ଚ ହେବ
- କୋଭିଡ୍ କାରଣରୁ ଦେଶ ଅର୍ଥ ବ୍ୟବସ୍ଥା ଉପରେ ନକରାତ୍ମକ ପ୍ରଭାବ ପଡିଥିଲା
- ଦେଶର ନାଗରିକ ପ୍ରଭାବିତ ହୋଇଥିଲେ
- ଏହି ସମୟରେ ସରକାର ମହାମାରୀର ମୁକାବିଲା ପାଇଁ କିଛି ପଦକ୍ଷେପ ନେଇଥିଲେ
- ଆମେ ବ୍ୟୟକୁ ବ୍ୟବସ୍ଥିତ କରିଛୁ
- ଏଥିପାଇଁ ଆର୍ଥିକ ବର୍ଷ ଆରମ୍ଭରେ ୪ ଲକ୍ଷ କୋଟିର ଆବଶ୍ୟକତା ଥିଲା,ଯାହା ଏବେ ୪ ଲକ୍ଷ ୪୦ ହଜାର କୋଟି ହୋଇଛି
- ୨୦୨୧ ଆର୍ଥିକ ବର୍ଷ ପାଇଁ ଖର୍ଚ୍ଚ ୩୪. ୫ ଲକ୍ଷ କୋଟି ଟଙ୍କା
- ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆର୍ଥିକ କ୍ଷତି ୯.୫ ପ୍ରତିଶତ ଥିଲା
- ୨୦୨୧-୨୨ ଆର୍ଥିକ କ୍ଷତି ୬.୮ ପ୍ରତିଶତ ରହିବା ଅନୁମାନ
- ଜରୁରୀକାଳୀନ ଫଣ୍ଡ୍ ପାଇଁ ୩୦ ହଜାର କୋଟି ଟଙ୍କା
- ପ୍ରକୃତ ଶାସକ ସିଏ ଯିଏ ଧନ ଏକାଠି କରେ କିନ୍ତୁ ତାକୁ ସାଧାରଣ ନାଗରିକଙ୍କ ପାଖରେ ପହଞ୍ଚାଏ
- ଡିଜିଟାଲ ଇଣ୍ଡିଆ ପାଇଁ ୩୭ଶହ କୋଟି
- ୫୦ ଲକ୍ଷରୁ ଅଧିକ ଆୟ ଲୁଚାଇବାର ପ୍ରମାଣ ମିଳିଲେ ଆସେସମେଣ୍ଟର ପୁନଃ ସମୀକ୍ଷା ହେବ
- ଆୟକର ସ୍ଲାବ୍ ଅପରିବର୍ତ୍ତିତ
- ମଧ୍ୟବିତ୍ତଙ୍କୁ ଆୟକର ମାମଲାରେ କୌଣସି ଆଶ୍ୱସ୍ତି ନାହିଁ
- ୭୫ ବର୍ଷରୁ ଅଧିକ ବୟସ୍କ ପାଇଁ ଭଲ ଖବର
- ୭୫ ବର୍ଷରୁ ଅଧିକ ବୟସ୍କଙ୍କୁ ଆୟକର ଦେବାକୁ ପଡିବ ନାହିଁ
- କେବଳ ପେନସନରୁ ଆୟ ଥିଲେ,ଦେବାକୁ ପଡିବ ନାହିଁ କର
- ଫେସଲେସ୍ ଇନକମ୍ ଟ୍ୟାକ୍ସ ଆପଲେଟ୍ ଟ୍ରିବ୍ୟୁନାଲ ବ୍ୟବସ୍ଥା
- ନିବେଶ ଆକର୍ଷିତ କରିବାକୁ କର୍ପୋରେଟ୍ ଟ୍ୟାକ୍ସ କମାଗଲା,ଡିଭିଡେଣ୍ଡ୍ ଟ୍ୟାକ୍ସ ହଟିଲା
- ଟ୍ୟାକ୍ସ ଅଡିଟ୍ ଲିମିଟ ୫ କୋଟିରୁ ୧୦ କୋଟିକୁ ବୃଦ୍ଧି
- ପ୍ରବାସୀ ଶ୍ରମିକଙ୍କୁ ଶସ୍ତାରେ ଭଡା ଘର
- ସରକାର ସୁଲଭ ଘର ଉପରେ ସୁଧ ଛାଡ ସୀମାକୁ ଏକ ବର୍ଷ ପାଇଁ ବୃଦ୍ଧି କରିଛନ୍ତି । ୨୦୧୯ରେ ଏଥିପାଇଁ ୧.୫ ଲକ୍ଷ ସୁଧ ରିହାତି ଘୋଷଣା କରାଯାଇଥିଲା ।
- ଷ୍ଟାର୍ଟ ଅପ ପାଇଁ ପ୍ରସ୍ତାବ
- ଷ୍ଟାର୍ଟ ଅପଙ୍କ ପାଇଁ ଟ୍ୟାକ୍ସ ହଲିଡେ ଆଉ ଏକ ବର୍ଷ ବଢିଲା
- ଏହା ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଜାରି ରହିବ
- ଜିଏସଟିକୁ ନେଇ ବକ୍ତବ୍ୟ ରଖୁଛନ୍ତି ଅର୍ଥମନ୍ତ୍ରୀ
- ଜିଏସଟି ପରିଷଦ ସମସ୍ତ ବିବାଦିତ ପ୍ରସଙ୍ଗର ସମାଧାନ କରିଛି
- କାଉନସିଲ ଅଧ୍ୟକ୍ଷ ଭାବେ ମୁଁ ଆଶ୍ୱାସନା ଦେଉଛି ଯେ,ଏହାକୁ ଆହୁରି ସରଳ କରାଯିବ
- କଷ୍ଟମ ଡ୍ୟୁଟିର ସମୀକ୍ଷା କରାଯିବ
- ପୁରୁଣା ୪ଶହରୁ ଅଧିକ ରିହାତିର ସମୀକ୍ଷା କରାଯିବ
- ଲୁହା,ଇସ୍ପାତ ମୂଲ୍ୟବୃଦ୍ଧି କାରଣରୁ ଏମଏସଏମଇ ପ୍ରଭାବିତ
- ତେଣୁ ଏହା ଉପରେ ଲାଗୁ ଥିବା ଏଡିଡି,ସିଡିଡି ଶେଷ କରାଯାଉଛି
- ଲୁହା ଉପରେ
- ମୋବାଇଲ ଫୋନ୍ ମହଙ୍ଗା ହୋଇପାରେ
- ମୋବାଇଲର କିଛି ପାର୍ଟ୍ ଉପରେ ଲାଗିବ କର
- ଦେଶରେ ସୁନା,ରୂପା ମୂଲ୍ୟ ବୃଦ୍ଧି ଘଟିଛି
- ସରକାର ଦେଶରେ ସୁନା ଓ ରୂପା ଉପରେ ଡ୍ୟୁଟି କମ୍ କରିବାକୁ ଯାଉଛନ୍ତି
- କପା ଉପରେ କଷ୍ଟମ ଡ୍ୟୁଟି ଶୂନ୍ୟରୁ ୧୦ ପ୍ରତିଶତ ହେଲା
- କୃଷି ଭିତ୍ତିଭୂମି ସୁଧାରିବା ଆବଶ୍ୟକତା ରହିଛି
Budget live : ଲୋକସଭାରେ ବଜେଟ ରଖିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ,ଆୟକର ସ୍ଲାବ୍ ଅପରିବର୍ତ୍ତିତ

