spot_img

Latest Posts

ମିଲେଟକୁ ପ୍ରୋତ୍ସାହନ ପାଇଁ ଆରମ୍ଭ ହେବ ‘ଶ୍ରୀଅନ୍ନ’ ଯୋଜନା

ନନ୍ଦିଘୋଷ ବ୍ୟୁରୋ: ମିଲେଟ୍ ପାଇଁ ଗ୍ଲୋବାଲ ହବ୍ ହେବ ଭାରତ। ମିଲେଟକୁ ପ୍ରୋତ୍ସାହନ ପାଇଁ ଆରମ୍ଭ ହେବ ଶ୍ରୀଅନ୍ନ ଯୋଜନା। ଭାରତୀୟ ମିଲେଟ ସଂସ୍ଥାର ଗଠନ କରାଯିବ। ହାଇଦ୍ରାବାଦସ୍ଥିତ ମିଲେଟ୍ ସଂସ୍ଥାକୁ ଉତ୍କର୍ଷ କେନ୍ଦ୍ର କରିବାକୁ ପାଇଁ ସରକାର ସହଯୋଗ କରିବେ। କେନ୍ଦ୍ର ବଜେଟ୍ରେ କୃଷି ସଂପର୍କିତ ଷ୍ଟାର୍ଟଅପକୁ ଗୁରୁତ୍ବ ଦିଆଯାଇଛି। ଯୁବ ଉଦ୍ୟୋଗୀଙ୍କ ଆଗ୍ରି-ଷ୍ଟାର୍ଟଅପକୁ ପ୍ରୋତ୍ସାହନ ପାଇଁ କୃଷି ତ୍ବରିତ ପାଣ୍ଠି ପ୍ରତିଷ୍ଠା କରାଯିବ। ଦୁଗ୍ଧ ଫାର୍ମ, ପଶୁପାଳନ, ମତ୍ସ୍ୟ ପାଳନକୁ ଫୋକସ ଦେଇ କୃଷି ଋଣ ୨୦ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି। କୃଷି ପାଇଁ ଡିଜିଟାଲ ଭିତ୍ତିଭୂମିକୁ ଗୁରୁତ୍ବ ଦିଆଯାଇଛି।

ଆଧୁନିକ ଟେକ୍ନୋଲୋଜି ଦ୍ବାରା ବଢିବ କୃଷି ଉତ୍ପାଦନ। ପିଏମ ପ୍ରଣାମ ଯୋଜନାରେ ବିକଳ୍ପ ସାର ପାଇଁ ସହାୟତା ଦିଆଯିବ। କୀଟନାଶକ ପାଇଁ ଶହେଟି ବାୟୋ ଇନପୁଟ୍ ସେଣ୍ଟର ପ୍ରତିଷ୍ଠା କରାଯିବ। ସେହିପରି ୫ଲକ୍ଷ ପଞ୍ଚାୟତରେ ବହୁମୁଖୀ କ୍ରେଡିଟ୍ ସମବାୟ ସମିତି କରାଯିବ। ବିନା ସୁଧରେ ରାଜ୍ୟମାନଙ୍କୁ ଆଉ ବର୍ଷେ ପର୍ଯ୍ୟନ୍ତ ଋଣ ଦେବେ କେନ୍ଦ୍ର ସରକାର। ପିଏମଜିକେଓ୍ବାଇ ପାଇଁ ୨ଲକ୍ଷ କୋଟିର ବ୍ୟୟ ବରାଦ କରାଯାଇଛି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ପାଳନ ଯୋଜନା ପାଇଁ ୬ହଜାର କୋଟି ଦିଆଯାଇଛି। ଆସନ୍ତା ୩ବର୍ଷ ପର୍ଯ୍ୟନ୍ତ ଏକ କୋଟି ଚାଷୀଙ୍କୁ ପ୍ରାକୃତିକ ପ୍ରଣାଳୀରେ ଚାଷ ପାଇଁ ଦିଆଯିବ ସହାୟତା। ୧୦ ହଜାର ଜୈବିକ ଇନପୁଟ୍ ରିସୋର୍ସ ସେଣ୍ଟର ପ୍ରତିଷ୍ଠା କରାଯିବ।

Latest Posts

Don't Miss