ବନ୍ଦୀ ହୋଇ ରହିଥାନ୍ତି ୧୪ ହଜାର ୪ଶହ ମିନିଟ

ନନ୍ଦିଘୋଷ ବ୍ୟୁରୋ: ଆସିଛି ୨୦୨୩ ଆର୍ଥିକ ବଜେଟ  । ପ୍ରତି ବର୍ଷ ସଂସଦରେ ଆସିଥାଏ ବଜେଟ  । କିନ୍ତୁ ଜାଣନ୍ତି କି ବଜେଟ ପାଇଁ କେତେ ସମୟ ଦରକାର  । କଣ ଏହାର ପକ୍ରିୟା  ।  ବଜେଟ ପ୍ରସ୍ତୁତ ପାଇଁ ସୁରକ୍ଷା ବ୍ୟବସ୍ଥା କେମିତି ହୋଇଥାଏ  ।  ଅର୍ଥ ମନ୍ତ୍ରାଳୟ ସମେତ ଉଦ୍ୟୋଗ ଏବଂ ଅନେକ ସେକ୍ଟରର ସହଭାଗିତା ଆବଶ୍ୟକ ପଡିଥାଏ  । ବଜେଟକୁ ଶେଷ ସ୍ପର୍ଶ ଦେବା ପାଇଁ ଆବଶ୍ୟକ ପଡିଥାଏ ୧୦ ଦିନ  । ଆଉ ଯେଉଁ ୧୦ ଦିନ ସେହି କର୍ମଚାରୀ ବନ୍ଦୀ ଭଳି ଜୀବନ ବିତାଇଥାନ୍ତି  ।

ବହୁତ ଗୋପନୀୟ ହୋଇଥାଏ ଏହି ପକ୍ରିୟା  । ବଜେଟ ପ୍ରସ୍ତୁତରେ ସାମିଲ ଥିବା ପ୍ରତିଟି କର୍ମଚାରୀ ଘର ବା ସମ୍ପର୍କୀୟଙ୍କ ଠାରୁ ନିର୍ଦ୍ଧିଷ୍ଟ କିଛି ଦିନ ପାଇଁ ସମ୍ପର୍କ ଛିନ୍ନ କରିଥାନ୍ତି  । ୧୦ ଦିନ ପର୍ଯ୍ୟନ୍ତ କାହାରି ସହ ସମ୍ପର୍କରେ ରୁହନ୍ତି ନାହିଁ  । ଯଦି ଏହି ୧୦ ଦିନକୁ ମିନିଟରେ କନଭର୍ଟ କରିବା ତେବେ ଦେଖିବା ୧୪ ହଜାର ୪ଶହ ମିନିଟ ପର୍ଯ୍ୟନ୍ତ ଏମାନେ ବନ୍ଦୀ ହୋଇ ରହିଥାନ୍ତି  । କେବଳ ସେହି ମାନଙ୍କୁ ଘରକୁ ଯିବାକୁ ଅନୁମତି ମିଳିଥାଏ, ଯେଉଁମାନେ ସେତିକି ବିଶ୍ୱସ୍ତ ଏବଂ ବରିଷ୍ଠ  ।

କଡ଼ା କଡି ହୋଇଥାଏ ସୁରକ୍ଷା ବ୍ୟବସ୍ଥା  । ବଜେଟ ପକ୍ରିୟାରେ ଯୋଡି ହୋଇଥିବା ପ୍ରତିଟି ବ୍ୟକ୍ତିଙ୍କୁ ସ୍କାନରରେ ରଖାଯାଇଥାଏ  । କାହାକୁ ମଧ୍ୟ ବାହାରକୁ ବାହାରିବା ପାଇଁ ଅନୁମତି ମିଳିନଥାଏ  । ବଜେଟ ଛପାଉଥିବା ବ୍ୟକ୍ତି ଠାରୁ ପ୍ରସ୍ତୁତ କରୁଥିବା କର୍ମଚାରୀ, କାହାକୁ ମଧ୍ୟ ସହଯୋଗୀଙ୍କ ସହ ସମ୍ପର୍କ ରଖିବାକୁ ଅନୁମତି ମିଳିନଥାଏ  । ସେଇଠି କରାଯାଇଥାଏ ସମସ୍ତ ବ୍ୟବସ୍ଥା  । ହଁ ଯଦି ବଜେଟ ପ୍ରସ୍ତୁତ ବେଳେ କୌଣସି କର୍ମଚାରୀ ଅସୁସ୍ଥ ହୋଇପଡନ୍ତି, ତେବେ ସେଇଠି ହିଁ ଚିକିତ୍ସାର ବ୍ୟବସ୍ଥା କରାଯାଇଥାଏ  ।

ବଜେଟ ପ୍ରସ୍ତୁତ ବେଳେ କଟାହୋଇଯାଏ ଇଣ୍ଟରନେଟ ସୁବିଧା  । ତଥ୍ୟ ଚୋରି ବା ଡାଟା ହ୍ୟାକ କାରଣରୁ ଏହାକୁ ଗୁରୁତ୍ୱ ଦିଆଯାଇଥାଏ  । ସମସ୍ତ କମ୍ପ୍ୟୁଟରରୁ ନେଟର ସୁବିଧା କଟାହୋଇଯାଏ  । କେବଳ କମ୍ପ୍ୟୁଟର ସହ ପ୍ରିଣ୍ଟର ମେସିନକୁ ସଂଯୋଗ ରଖାଯାଇଥାଏ  ।