spot_img

Latest Posts

Budget 2022: ମଧ୍ୟବିତ୍ତଙ୍କୁ ପୁଣି ନିରାଶ କଲେ ନିର୍ମଳା, କ୍ରିପ୍ଟୋକରେନ୍ସି ଉପରେ ୩୦% ଟିକସ

ନୂଆଦିଲ୍ଲୀ: ପୁଣି ମଧ୍ୟବିତ୍ତଙ୍କୁ ନିରାଶ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସଂସଦରେ ନିର୍ମଳା ଆତ୍ମନିର୍ଭର ଭାରତ ବଜେଟ୍ ୨୦୨୨-୨୩ ଉପସ୍ଥାପନ କରିଛନ୍ତି । କର୍ପୋରେଟ୍ କର ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ କର୍ପୋରେଟ୍ କର ୧୮ ପ୍ରତିଶତ ଥିବାବେଳେ ୩ ପ୍ରତିଶତ ହ୍ରାସ ପାଇ ୧୫ ପ୍ରତିଶତ କରାଯାଇଛି । କର୍ପୋରେଟ୍ ସରଚାର୍ଜ୍ ୧୨ ପ୍ରତିଶତରୁ ୭ ପ୍ରତିଶତ କରିବାକୁ ପ୍ରସ୍ତାବ । ଆୟ ବେସ ୧ କୋଟିରୁ ୧୦ କୋଟି କରାଯାଇଛି । ଏହାଛଡ଼ା ଆୟକର ରିଟର୍ଣ୍ଣ ଦାଖଲରେ ହେଉଥିବା ଗୋଲକଧନ୍ଦା ସୁଧାରିବାକୁ ୨ ବର୍ଷ ସମୟ ମିଳିବ ବୋଲି କହିଛନ୍ତି ନିର୍ମଳା ।

ଦିବ୍ୟାଙ୍ଗକୁ ଆୟକରରେ ରିହାତି ମିଳିବ । ଡିଜିଟାଲ କରେନ୍ସି ଆୟ ଉପରେ ୩୦ ପ୍ରତିଶତ କର ଦେବାକୁ ପଡ଼ିବ । ଏୟାର ଅର୍ଥ କ୍ରିପ୍ଟୋକରେନ୍ସିରେ ମଧ୍ୟ ଟିକସ ଅନ୍ତର୍ଭୁକ୍ତ ହେବ । ତେବେ ଚଳିତ ବଜେଟରେ ସାଧାରଣବର୍ଗଙ୍କୁ କୌଣସି ଆଶ୍ୱସ୍ତି ମିଳିନି । ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ ହୋଇନାହିଁ । କର ଚଢ଼ାଉରୁ ଜବତ ସମ୍ପତ୍ତି ଉପରେ ବୁଝାମଣା ହେବ ନାହିଁ ।

ଏହା ଛଡ଼ା ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ଲାଭରେ ସାହାଯ୍ୟ ଲାଗି କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ଭଳି ସମାନ ସ୍ଥିତି ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ଟିକସ ସୀମା ୧୦ରୁ ୧୪ ପ୍ରତିଶତ କରାଯିବ ।

କଣ ରହିଛି ପୁରୁଣା ସ୍ଲାବ୍ ?

୨.୫ ଲକ୍ଷ ଟଙ୍କା ଆୟ ଉପରେ କୌଣସି ଟିକସ ଦେବାକୁ ପଡ଼ୁନାହିଁ । ୨.୫ ଲକ୍ଷରୁ ୫ ଲକ୍ଷ ଟଙ୍କା ଯାଏ ଆୟ ଉପରେ ୫ ପ୍ରତିଶତ,୫ ଲକ୍ଷରୁ ୭.୫ ଲକ୍ଷ ଆୟ ଉପରେ ୧୦ ପ୍ରତିଶତ, ୭.୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ଆୟ ଉପରେ ୧୫ ପ୍ରତିଶତ, ୧୦ରୁ ୧୨.୫ ଲକ୍ଷ ଟଙ୍କା ଆୟ ଉପରେ ୨୦ ପ୍ରତିଶତ, ୧୨.୫ ଲକ୍ଷରୁ ୧୫ ଲକ୍ଷ ଆୟ ଉପରେ ୨୫ ପ୍ରତିଶତ ଏବଂ ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଟିକସ ଦେବାକୁ ପଡ଼ୁଛି ।

Latest Posts

Don't Miss