Union Budget 2022: ସୁନା, ରୂପା ଉପରେ ହ୍ରାସ ହୋଇପାରେ ଆମଦାନୀ ଶୁଳ୍କ
1 min read
ନୂଆଦିଲ୍ଲୀ: ବଜେଟକୁ ନେଇ ବ୍ୟବସାୟୀଙ୍କ ଠାରୁ ସାଧାରଣ ଲୋକଙ୍କ ମଧ୍ୟରେ ରହିଛି ଉତ୍ସାହ । ଫେବ୍ରୁଆରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିବେ । ବଜେଟରୁ ବଡ଼ ଆଶା ରଖିଛି ଜୁଏଲାରୀ କ୍ଷେତ୍ର । ଆଶା କରାଯାଉଛି ଚଳିତ ବଜେଟରେ ସରକାର ସୁନା ଓ ରୂପା ଆମଦାନୀ ଉପରେ ଆମଦାନୀ ଶୁଳ୍କକୁ ହ୍ରାସ କରିବେ । ଏହାବାଦ୍ ସୁନା, ରୂପା ଓ ହୀରା କ୍ରୟ କରି ବିକ୍ରିର କ୍ୟାପିଟାଲ ଗେନ୍ସ (ପୁଞ୍ଜି ନିବେଶରୁ ମିଳୁଥିବା ଲାଭ) ଉପରେ ଟିକସ ହ୍ରାସ ଆଶା ରହିଛି ।
ଏଥିସହ ପଢ଼ନ୍ତୁ: Union Budget 2022: ବଢ଼ିପାରେ କିଷାନ କ୍ରେଡିଟ୍ କାର୍ଡ ଲିମିଟ୍, ମିଳିପାରେ ଶସ୍ତା ଋଣ
୧୦ ଭରି ସୁନା ନଗଦ ଦେଇ କିଣିବା ଉପରେ ଟିକସ ଛାଡ଼ ଦାବି ହେଉଛି । ଏଥିସହ ପୁରୁଣା ଗହଣା ଦେଇ ନୂଆ ଅଳଙ୍କାର କିଣିବା ବେଳେ ନୂଆର ବିକ୍ରି ମୂଲ୍ୟରୁ ପୁରୁଣାର କ୍ରୟ ମୂଲ୍ୟ କାଟି ଟିକସ ଲଗାଇବା ଆବଶ୍ୟକତା ରହିଛି । ସେହିଭଳି ସୁନା, ରୂପା ଓ ହୀରା କିଣି ବିକ୍ରିର ଲାଭ ଉପରେ ଦୀର୍ଘ ମିଆଦୀ କ୍ୟାପିଟାଲ ଗେନ୍ସରେ ଟିକସ ୨୦ ପ୍ରତିଶତରୁ ୧୦ ପ୍ରତିଶତ ଏବଂ ସ୍ୱଳ୍ପ ମିଆଦୀ କ୍ୟାପିଟାଲ ଗେନ୍ସ ଉପରେ ଟିକସ ୩୦ ପ୍ରତିଶତରୁ ୨୦ ପ୍ରତିଶତକୁ ହ୍ରାସ କରିବା ଆବଶ୍ୟକ ବୋଲି କହିଛନ୍ତି ବିଶେଷଜ୍ଞ ।
ଗତ ବଜେଟରେ ଅର୍ଥମନ୍ତ୍ରୀ ସୀତାରମଣ ସୁନା ଆମଦାନୀ ଶୁଳ୍କ ୧୨.୫ ପ୍ରତିଶତରୁ ହ୍ରାସ କରି ୭.୫ ପ୍ରତିଶତ କରିଥିଲେ । ତେବେ ଅଲଗା ଅଲଗା ସେସ୍, ସରଚାର୍ଜ ଓ ୩ ପ୍ରତିଶତ ଜିଏସଟି ମିଶାଇ ସୁନା ଉପରେ ୧୦.୭୫ ପ୍ରତିଶତ ଆମଦାନୀ ଶୁଳ୍କ ଦେବାକୁ ପଡ଼ୁଛି । ତେଣୁ ଚଳିତ ବର୍ଷ ବଜେଟରେ ସର୍ବନିମ୍ନ ଆମଦାନୀ ଶୁଳ୍କ ୪ରୁ ୫ ପ୍ରତିଶତ କରାଯାଇପାରେ ।
ଏଥିସହ ପଢ଼ନ୍ତୁ: Budget 2022: ଫେବ୍ରୁଆରୀ ୧ରେ ଆସିବ କେନ୍ଦ୍ରୀୟ ବଜେଟ୍, ଜାଣନ୍ତୁ ବଜେଟ୍ ଟିମରେ ଅଛନ୍ତି କିଏ କିଏ ?
ଦୁନିଆରେ ସୁନା ଆମଦାନୀ କରୁଥିବା ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ । ଦେଶରେ ସୁନାର ବେଶ ଚାହିଦା ରହିଛି । ଏହାଛଡ଼ା ପୂଜାପାର୍ବଣ, ମହୋତ୍ସବ, ବିବାହ ଓ ବ୍ରତରେ ସୁନାର ଚାହିଦା ଆହୁରି ବେଶି ବଢ଼ିଯାଏ । ଫଳରେ ଆମଦାନୀ ଶୁଳ୍କ ଘରୋଇ ବଜାରରରେ ସୁନାର ମୂଲ୍ୟ ଆହୁରି ବଢ଼ାଇ ଦିଏ । ତେଣୁ ସୁନା ଉପରେ ୧ ପ୍ରତିଶତ ଜିଏସଟି ଦାବି ହେଉଛି ।