Budget 2022: କେବେ ଦେଶରେ ଆରମ୍ଭ ହେବ 5G ସେବା ? କହିଲେ ଅର୍ଥମନ୍ତ୍ରୀ…

1 min read
Budget 2022 India To Roll Out 5G Services In 2022-23

ନୂଆଦିଲ୍ଲୀ: ଦେଶବାସୀ ପାଇବେ ଦ୍ରୁତ ଇଣ୍ଟରନେଟ୍ । ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ଭାରତରେ ଖୁବଶୀଘ୍ର ଆରମ୍ଭ ହେବ 5G । ଏଥିପାଇଁ 5G ଟେଲିକମ୍ ସ୍ପେକ୍ଟ୍ରମର ନିଲାମ ୨୦୨୨ରେ ହେବ ଏବଂ 5G ସେବା ୨୦୨୩ରେ ଆରମ୍ଭ ହେବ । 5G ସହ ଅର୍ଥମନ୍ତ୍ରୀ ଗାଁକୁ ଦ୍ରୁତ ଇଣ୍ଟରନେଟ୍ କଥା ବଜେଟରେ କହିଛନ୍ତି । ୨୦୨୫ ସୁଦ୍ଧା ପ୍ରତି ଗାଁକୁ ଅପ୍ଟିକାଲ୍ ଫାଇଭର ମାଧ୍ୟମରେ ବ୍ରଡବ୍ୟାଣ୍ଡ ଯୋଗାଇ ଦିଆଯିବ ।

Budget 2022 India To Roll Out 5G Services In 2022-23

ଦେଶରେ ଘରୋଇ ଟେଲିକମ୍ କମ୍ପାନୀ 5G ସେବା ଆମ୍ଭ କରିବେ । ୨୦୨୨-୨୩ ବର୍ଷରେ 5G ମୋବାଇଲ୍ ସେବା ଆରମ୍ଭ ହେବ । ଏଥିପାଇଁ ୨୦୨୨ ଏପ୍ରିଲ-ମେରେ ସ୍ପେକ୍ଟ୍ରମ ନିଲାମୀ କରାଯିବ । 5G ଆରମ୍ଭ ପାଇଁ ସ୍କିମ୍ ଅଣାଯିବ । ପିପିପି ମୋଡରେ ଗାଁ ଓ ଅପହଞ୍ଚ ଅଞ୍ଚଳରେ ଇଣ୍ଟରନେଟ୍ ପହଞ୍ଚା ଯିବ ।

ଟେଲିକମ୍ କମ୍ପାନୀ 5Gର ଟେଷ୍ଟିଂ ଆରମ୍ଭ କରିଛନ୍ତି । 5Gରେ 4G ତୁଳନାରେ ୮ରୁ ୧୦ ଗୁଣ ଅଧିକ ସ୍ପିଡ୍ ମିଳୁଛି । ଚଳିତବର୍ଷ 5G ଆସିବା ନେଇ ବଜେଟରେ ଘୋଷଣା କରାଯାଇଛି । ଏବେ ଦେଶର ପ୍ରମୁଖ ୧୩ଟି ସହରରେ ଘରୋଇ ଟେଲିକମ୍ କମ୍ପାନୀ 5G ଟ୍ରାଏଲ୍ ଆରମ୍ଭ କରି ଦେଇଛନ୍ତି ।

Leave a Reply