BUDGET 2021: ଚାଷୀଙ୍କୁ ଗୁରୁତ୍ୱ, ୟୁପିଏଠାରୁ ୩ ଗୁଣା ଅଧିକ ଅର୍ଥ ଦେଇଛନ୍ତି ମୋଦି ସରକାର

1 min read
Sitaraman

୨୦୨୧-୨୨ ପାଇଁ ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି, କରୋନା ମାହାମାରୀ ଭଳି ବିପତ୍ତି ମଧ୍ୟରେ ଚଳିତ ଥରର ବେଜେଟ୍‌ ପ୍ରସ୍ତୁତ ଅତ୍ୟନ୍ତ କଷ୍ଟକର ଥିଲା । ତେବେ ଏଥର ବଜେଟ୍‌ରେ ସ୍ୱାମିତ୍ୱ ଯୋଜନା ଉପରେ ଗୁରୁତ୍ୱ ଦିଆଯାଇଛି । ଆଗାମୀ ଦିନରେ ସାରା ଦେଶରେ ଏହି ଯୋଜନା ଲାଗୁ କରାଯିବ । କୃଷି କ୍ଷେତ୍ରରେ ୧୬ ଲକ୍ଷ କୋଟି ଟଙ୍କା ଋଣ ଦିଆଯିବା ନେଇ ନିଷ୍ପତି ହୋଇଛି । ଏହା ସହ ଅପରେସନ୍‌ ଗ୍ରୀନ୍‌ ସ୍କିମ୍‌ର ଘୋଷଣା କରାଯାଇଛି । ଯେଉଁଥିରେ ଅନେକ ଫସଲକୁ ସାମିଲ କରାଯିବ ଏବଂ ଚାଷୀଙ୍କୁ ଫାଇଦା ପହଞ୍ଚାଯିବ ।

ଏହାସହ ସୀତାରମଣ କହିଛନ୍ତି, ଦେଶର ୫ଟି ଫିସିଂ ହାର୍ବରକୁ ଆର୍ଥନୈତିକ ହବ୍‌ ରୂପେ ପ୍ରସ୍ତୁତ କରାଯିବ । ତାମିଲନାଡ଼ୁରେ ଫିସ୍‌ ଲାଣ୍ଡିଂ ସେଣ୍ଟର ପ୍ରସ୍ତୁତ ହେବ ବୋଲି ନିଷ୍ପତି ହୋଇଛି ।

ପ୍ରବାସୀ ଶ୍ରମିକଙ୍କ ପାଇଁ ପୁରା ଦେଶରେ, ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଯୋଜନା ଆରମ୍ଭ କରାଯାଇଛି । ଏଥିପାଇଁ ଏକ ପୋର୍ଟାଲର ଆରମ୍ଭ କରାଯିବ, ଯେଉଁଥିରେ ପ୍ରବାସୀ ଶ୍ରମିକଙ୍କ ସବୁ ତଥ୍ୟ ରଖାଯିବ । ମହିଳାମାନଙ୍କୁ ସବୁ ସିଫ୍ଟରେ କାମ କରିବାର ଅନୁମତି ମିଳିବ । ମହିଳାଙ୍କୁ ନାଇଟ୍‌ ସିଫ୍ଟ ଡ୍ୟୁଟି ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ମଧ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ସୀତାରମଣ । ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ବଡ଼ ଘୋଷଣା କରାଯାଇଛି । ଏହି କ୍ଷେତ୍ରରେ ବଜେଟ ମଧ୍ୟ ବୃଦ୍ଧି କରାଯାଇଛି ।

ସେହିଭଳି ସରକାର କୃଷକଙ୍କ ପାଇଁ ସମର୍ପିତ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ତେବେ ଏହା କହିବା ସମୟରେ ଗୃହରେ ହଙ୍ଗାମା କରିଥିଲେ ବିରୋଧୀ । ସୀତାରମଣ କହିଛନ୍ତି ଯେ, ଚାଷୀଙ୍କ ଆୟ ଦୁଇଗୁଣ କରିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଏହା ସହ ୟୁପିଏ ସରକାର ତୁଳନାରେ ମୋଦି ସରକାର ଚାଷୀଙ୍କ ଖାତାକୁ ତିନି ଗୁଣା ଅର୍ଥ ଦେଇଛନ୍ତି । ମୋଦି ସରକାରଙ୍କ ଅମଳରେ ପ୍ରତ୍ୟେକ କ୍ଷେତ୍ରରେ ଚାଷୀଙ୍କୁ ଗୁରତ୍ୱ ଦିଆଯାଇଛି ।  ଡାଲି, ଗହମ, ଧାନ ସମେତ ସବୁ ଫସଲର ଏମ୍‌ଏସ୍‌ପି ବୃଦ୍ଧି କରାଯାଇଛି ।

Leave a Reply