ପୁରୁଣା ବାହାନ ପାଇଁ ସ୍କ୍ରାପ ପଲିସି, ପ୍ରଦୂଷଣ ରୋକିବାକୁ ୨୨୧୭ କୋଟି ଟଙ୍କା ଖର୍ଚ୍ଚ ହେବ

1 min read

ନୂଆଦିଲ୍ଲୀ: ନୂଆ ବଜେଟ୍‌ରେ ପୁରୁଣା ଗାଡ଼ିକୁ ଗୁରୁତ୍ୱ । ପୁରୁଣା ଯାନ ବାହାନ ପାଇଁ ସ୍କ୍ରାପ ପଲିସି ଆଣିବେ କେନ୍ଦ୍ର ସରକାର । ଏନେଇ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ ବେଳେ କହିଛନ୍ତି । ସେ ଆହୁରି କହିଛନ୍ତି, ବାୟୁ ପ୍ରଦୂଷଣ ରୋକିବାକୁ ୨୨୧୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସ୍ୱାସ୍ଥ୍ୟ ପାଇଁ ମଧ୍ୟ ୨ ଲକ୍ଷ ୩୮ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

କରୋନା ମହାମାରୀ ଦେଇ ଗତି କରୁଛି ସାରା ବିଶ୍ୱ । ଏଭଳି ସ୍ଥିତରେ ଦେଶର ବଜେଟ୍‌ ଅତ୍ୟନ୍ତ କଠିନ ପରିସ୍ଥିତି ମଧ୍ୟରେ ପ୍ରସ୍ତୁତ କରାଯାଇଛି । ଏନେଇ ବଜେଟ୍‌ ଉପସ୍ଥାପନ ବେଳେ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଏଥର ବଜେଟ୍‌ରେ ସୁସ୍ଥ ଭାରତ ଉପରେ ଗୁରୁତ୍ୱ ଦିଆଯାଇଛି । ସୀତାରମଣ କହିଛନ୍ତି ସୁସ୍ଥ ଭାରତ ଆମର ମନ୍ତ୍ର । ଏଥିପାଇଁ ମିଶନ ପୋଷଣ ୨.୦ର ଶୁଭାରମ୍ଭ କରାଯାଇଛି । ପିଏମ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଯୋଜନାର ମଧ୍ୟ ଆରମ୍ଭ କରାଯାଇଛି । ଏହା ସହ ଖୁବ୍‌ଶୀଘ୍ର ୧୧୨ ଜିଲ୍ଲାରେ ଖୋଲିବ ୧୭ ନୂଆ ଏମର୍ଜେନ୍ସି ସେଣ୍ଟର । କୋଭିଡ ଭ୍ୟାକ୍ସିନ ପାଇଁ ୩୫ ହଜାର କୋଟି ଟଙ୍କା ଅନୁମୋଦନ ମଧ୍ୟ କରାଯାଇଛି । ପୂର୍ବ ବଜେଟରୁ ୧୩୭ ପ୍ରତିଶତ ବଢ଼ିଛି ସ୍ୱାସ୍ଥ୍ୟ ବଜେଟ ।

ସେହିଭଳି ଡାଲିଜାତୀୟ ଶସ୍ୟ ଚାଷ କ୍ଷେତ୍ରରେ ସରକାରଙ୍କ ସହାୟତା ୪୦ ଗୁଣା ବଢ଼ିଛି । ୨୦୧୩-୧୪ ଆର୍ଥିକ ବର୍ଷରେ ୨୩୬ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ବେଳେ ୨୦୨୦-୨୧ରେ ୧୦ ହଜାର ୫୩୦ କୋଟି ଟଙ୍କା ହୋଇଛି । ଏହିବର୍ଷ ଗହମ ଚାଷୀଙ୍କୁ ୭୫ହଜାର ୬୦ କୋଟି ଟଙ୍କା ଏବଂ ଧାନ ଚାଷୀଙ୍କୁ ୧ଲକ୍ଷ ୭୨ ହଜାର୭୫୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ଖାଲି ସେତିକି ନୁହେଁ ଚାଷୀଙ୍କ ଆୟ ଦୁଇଗୁଣା କରିବାକୁ ଯୋଜନା କରାଯାଇଛି । ଯୁବବର୍ଗଙ୍କୁ କିଭଳି ରୋଜଗାରର ସୁଯୋଗ ମିଳିବ ସେନେଇ ପଦକ୍ଷେପ ନିଆଯାଉଛି ।

ଆତ୍ମନିର୍ଭର ପ୍ୟାକେଜ PMGKY ୨.୭୬ ଲକ୍ଷ କୋଟି ଟଙ୍କାର ଆବଣ୍ଟନ କରାଯାଇଛି । ମୋଟ ଆତ୍ମନିର୍ଭର ଭାରତ ପ୍ୟାକେଜ ୨୭.୧ ଲକ୍ଷ କୋଟି ଟଙ୍କା । ଜିଡିପିର ୧୩% ହେଉଛି ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ । ତେବେ ଚଳିତ ଥର ଭଳି ଆର୍ଥିକ ମାନ୍ଦାବସ୍ଥାର ଆଶା ପୂର୍ବରୁ କରାଯାଇନଥିଲା । ଏହି କରୋନା ସମୟରେ ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟ ଦିଆଯାଇଛି ।

Leave a Reply