Budget 2021: ବଜେଟ୍‌ରେ ପ୍ରତିରକ୍ଷା କ୍ଷେତ୍ରକୁ ଗୁରୁତ୍ୱ

1 min read

ନୂଆଦିଲ୍ଲୀ: ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଅଭିଭାଷଣରେ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନାରେ ସରକାରଙ୍କ ତରଫରୁ ପିଏମ୍ ଆତ୍ମନିର୍ଭର ସୁସ୍ଥ ଭାରତ ପାଇଁ ୬୪,୧୮୦ କୋଟି ନିବେଶ କରାଯିବ ଏବଂ ସ୍ୱାସ୍ଥ୍ୟ ବଜେଟକୁ ପ୍ରାଥମିକତା ଦିଆଯାଉଛି। ଏଥର ପ୍ରତିରକ୍ଷା ପାଇଁ ମଧ୍ୟ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି।

ପୂର୍ବ ଲଦାଖରେ ଚୀନ ସହ ଚାଲିଥିବା ବିବାଦ ମଧ୍ୟରେ ଭାରତ ସରକାର ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ବଜେଟ୍‌ରେ ପ୍ରତିରକ୍ଷା କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। ଗତଥର ଅପେକ୍ଷା ଚଳିତବର୍ଷ ପ୍ରତିରକ୍ଷା ବଜେଟ୍‌ ୭.୪ ପ୍ରତିଶତ ବୃଦ୍ଧି ପାଇଛି। ପେନସନକୁ ଛାଡ଼ି କେବଳ ପ୍ରତିରକ୍ଷା ଖର୍ଚ୍ଚ ପାଇଁ ବଜେଟ୍‌ରେ ୩.୬୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ସେହିପରି ଚଳିତ ବର୍ଷ ପୂରା ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ୪ ଲକ୍ଷ ୭୮ ହଜାର ୧୯୫ ଦଶମିକ ୬୨ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା ହୋଇଛି। ସେନା ବାହିନୀକୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇବା ଓ ଆଧୁନିକୀକରଣ କରିବାକୁ ଗତ ବର୍ଷ ୧ ଲକ୍ଷ ୧୩ ହଜାର ୭୩୪ ଲକ୍ଷ କୋଟି ଟଙ୍କା ବ୍ୟବସ୍ଥା ହୋଇଥିଲା। ହେଲେ ୨୦୨୧-୨୨ରେ ଏହାକୁ ୧ଲକ୍ଷ ୩୫ ହଜାର ୦ କୋଟି ଟଙ୍କାକୁ ସରକାର ବୃଦ୍ଧି କରିଛନ୍ତି।

Leave a Reply