Budget 2021: ନିର୍ମଳାଙ୍କ ପେଡ଼ିରୁ ଓଡ଼ିଶାକୁ ମିଳିବ କେତେ ?

1 min read

ଭୁବନେଶ୍ୱର: ଫେବ୍ରୁଆରୀ ପହିଲା ସଂସଦରେ ଆଗତ ହେବ କେନ୍ଦ୍ରୀୟ ବଜେଟ୍‌ । କେନ୍ଦ୍ର ବଜେଟ୍‌ରୁ ଓଡ଼ିଶାକୁ ଏଥର ତା’ ହକ୍‌ ମିଳିବ କି ନାହିଁ । ଏହାକୁ ନେଇ ଚର୍ଚ୍ଚା । ରାଜନୈତିକ ବୟାନବାଜି ବି ଆରମ୍ଭ ହୋଇଛି । କରୋନା କାଳରେ କେନ୍ଦ୍ର ରାଜ୍ୟକୁ କେଉଁ ନଜରରେ ଦେଖୁଛି, ତାହା ଅସଲ କଥା । କରୋନା ସତ୍ତ୍ୱେ ଓଡ଼ିଶା ବଜେଟ୍‌ ଆକାର ବଢ଼ିବାର ସମ୍ଭାବନା ଥିବାରୁ କେନ୍ଦ୍ର ବଜେଟ୍‌ ଉପରେ ନଜର ଅଛି ।

Budget 2021, How Much Will Get Odisha From Centre ?

ନିମର୍ଳାଙ୍କ ବଜେଟ୍‌ ପେଡ଼ିରେ ଏଥର ଓଡ଼ିଶା ଭାଗ କେତେ ? କେନ୍ଦ୍ର ବଜେଟ୍‌ରୁ ଓଡ଼ିଶା ଯାହା ଆଶା କରିଛି ତାହା ପାଇବ ନା ପୁଣି ନିରାଶ ହେବ ? ବିଜେଡି କହିଛି- ସେଣ୍ଟ୍ରାଲ୍ ପୁଲ୍‌ରୁ ପ୍ରାୟ ୮ହଜାର ୫ ଶହ କୋଟି ଟଙ୍କା ରାଜ୍ୟ ପାଇବ । ଏହି ଟଙ୍କା ଆସିଲେ ରାଜ୍ୟର ଆର୍ଥିକ ସ୍ଥିତିରେ ଅନେକ ସୁଧାର ଆସିବ । କେନ୍ଦ୍ର ବଜେଟ୍‌ରୁ ଓଡ଼଼ିଶାକୁ ଭଲ ଅର୍ଥ ମିଳିବ ବୋଲି ବିଜେଡି ଆଶା କରିଛି । ଏଥର ବଜେଟ୍‌ରେ ରେଳବାଇ ପାଇଁ ଓଡ଼ିଶା ୭ ହଜାର ୨ ଶହ କୋଟି ଟଙ୍କା ଦାବି କରିଛି । ପୁରୁଣା ପ୍ରକଳ୍ପ ପାଇଁ ୩ ହଜାର ୫ଶହ କୋଟି ଓ ନୂଆ ପ୍ରକଳ୍ପ ପାଇଁ ୩ ହଜାର ୭ ଶହ କୋଟି ଟଙ୍କା ଦାବି କରିଛି ଓଡ଼ିଶା । କରୋନା ସତ୍ତ୍ୱେ ଓଡ଼ିଶାରୁ କେନ୍ଦ୍ର ଅଧିକ ଟିକସ ପାଇଥିବାରୁ ଓଡ଼ିଶାକୁ ତା’ ହକ୍ ମିଳିବ ବୋଲି ବିଜେଡି ଆଶା ରଖିଛି ।

Budget 2021, How Much Will Get Odisha From Centre ?

କେନ୍ଦ୍ର ବଜେଟର ରୂପରେଖ ଉପରେ ରାଜ୍ୟ ନଜର ରଖିଛି । କଂଗ୍ରେସର କହିବା କଥା- ଓଡ଼ିଶା ଯାହା ଆଶା କରୁଛି ତାହା ପାଇବ ନାହିଁ । କେନ୍ଦ୍ର ସବୁବେଳେ ଓଡ଼ିଶାକୁ ଅବହେଳା କରିଛି । ଏଥର ବଜେଟରେ ମଧ୍ୟ ତାହା ହେବ । ତେଣୁ କେନ୍ଦ୍ର ବଜେଟ୍‌କୁ ଓଡ଼ିଶା ଭରସା ନକରି ନିଜସ୍ୱ ଯୋଜନା ପ୍ରସ୍ତୁତ କରୁ ବୋଲି କଂଗ୍ରେସ ପରାମର୍ଶ ଦେଇଛି । ସେପଟେ ବିଜେପି କହିଛି- ଓଡ଼ିଶାକୁ ସବୁବେଳେ କେନ୍ଦ୍ର ଗୁରୁତ୍ୱ ଦେଇଛି । ମାଗିବା ପୂର୍ବରୁ ରାଜ୍ୟକୁ ଆବଶ୍ୟକଠାରୁ ଅଧିକ ଅର୍ଥ ଦେଉଛି ବୋଲି କହିଛି ବିଜେପି ।

Budget 2021, How Much Will Get Odisha From Centre ?

ଅନ୍ୟପଟେ କରୋନା ସତ୍ତ୍ୱେ ରାଜ୍ୟ ବଜେଟର ଆକାର ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି । ଏଥର ବଜେଟ ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ହୋଇପାରେ । ବଜେଟରେ ରାଜ୍ୟ ଏଥର ସାମାଜିକ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦେଇପାରେ । ତେବେ କେନ୍ଦ୍ର ବଜେଟରେ ଓଡ଼ିଶାକୁ କେତେ ମିଳୁଛି, ତା ଉପରେ ନଜର ।

Leave a Reply