BUDGET 2021: ଏଣିକି ବୀମା କ୍ଷେତ୍ରରେ ୭୪ ପ୍ରତିଶତ ଏଫ୍‌ଡିଆଇ ବିନିଯୋଗ

1 min read
Sitaraman

ନୂଆଦିଲ୍ଲୀ: ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରୁଛନ୍ତି ବଜେଟ୍‌ ୨୦୨୧ । କରୋନା ମହାମାରୀ ସମୟରେ ଅତ୍ୟନ୍ତ କଠିନ ପରିସ୍ଥିତି ମଧ୍ୟରେ ବଜେଟ୍‌ ପ୍ରସ୍ତୁତ କରାଯାଇଛି । ତେବେ ଏଥର ବଜେଟରେ ଏକ ଗରୁତ୍ୱପୂର୍ଣ୍ଣ ନିଷ୍ପତି ହେଉଛି, ଏଣିକି ବୀମା କ୍ଷେତ୍ରରେ ୭୪ ପ୍ରତିଶତ ଏଫ୍‌ଡିଆଇ ବିନିଯୋଗ ହୋଇପାରିବ । ପୂର୍ବରୁ ଏହି କ୍ଷେତ୍ରରେ ୪୯ ପ୍ରତିଶତ ଏଫ୍‌ଡିଆଇ ବିନିଯୋଗର ଅନୁମତି ଥିଲା । ଏହା ବ୍ୟତୀତ ନିବେଶକଙ୍କ ପାଇଁ ଏକ ଖସଡ଼ା ପ୍ରସ୍ତୁତ ପାଇଁ ଘୋଷଣା କରାଯାଇଛି । ଷ୍ଟାର୍ଟ ଅପ୍ କମ୍ପାନୀକୁ ସବୁ ପ୍ରକାର ସହଯୋଗ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ଏହା ଦ୍ୱାରା ପ୍ରାୟ ଏକ ପ୍ରତିଶତ କମ୍ପାନୀକୁ ବିନା କୌଣସି ରୋକ୍‌-ଟୋକ୍‌ରେ ବ୍ୟବସାୟ କରିବାକୁ ଆରମ୍ଭରୁ ଅନୁମତି ଦିଆଯିବ ବୋଲି କହିଛନ୍ତି ସୀତାରମଣ ।

ସେ ଆହୁରି କହିଛନ୍ତି ଯେ, ଅର୍ଥ ବିନିଯୋଗ ପାଇଁ ସରକାର ଲଗାତାର ପ୍ରୟାସ ଜାରି ରଖିଛନ୍ତି । ଅନେକ କମ୍ପାନୀର ପ୍ରକ୍ରିୟା ଚଳିତ ବର୍ଷ ଶେଷ ହେବ । ଚଳିତ ବର୍ଷ LIC ର IPO ବଜାରକୁ ଅଣାଯିବ ବୋଲି ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ ବେଳେ ଘୋଷଣା କରିଛନ୍ତି ।

ଅନ୍ୟପଟେ ଏଥର ବଜେଟ୍‌ରେ ସୁସ୍ଥ ଭାରତ ଉପରେ ଗୁରୁତ୍ୱ ଦିଆଯାଇଛି । ସୀତାରମଣ କହିଛନ୍ତି ସୁସ୍ଥ ଭାରତ ଆମର ମନ୍ତ୍ର । ଏଥିପାଇଁ ମିଶନ ପୋଷଣ ୨.୦ର ଶୁଭାରମ୍ଭ କରାଯାଇଛି । ପିଏମ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଯୋଜନାର ମଧ୍ୟ ଆରମ୍ଭ କରାଯାଇଛି । ଏହା ସହ ଖୁବ୍‌ଶୀଘ୍ର ୧୧୨ ଜିଲ୍ଲାରେ ଖୋଲିବ ୧୭ ନୂଆ ଏମର୍ଜେନ୍ସି ସେଣ୍ଟର । କୋଭିଡ ଭ୍ୟାକ୍ସିନ ପାଇଁ ୩୫ ହଜାର କୋଟି ଟଙ୍କା ଅନୁମୋଦନ ମଧ୍ୟ କରାଯାଇଛି ।

ସେହିଭଳି ଡାଲିଜାତୀୟ ଶସ୍ୟ ଚାଷ କ୍ଷେତ୍ରରେ ସରକାରଙ୍କ ସହାୟତା ୪୦ ଗୁଣା ବଢ଼ିଛି । ୨୦୧୩-୧୪ ଆର୍ଥିକ ବର୍ଷରେ ୨୩୬ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ବେଳେ ୨୦୨୦-୨୧ରେ ୧୦ ହଜାର ୫୩୦ କୋଟି ଟଙ୍କା ହୋଇଛି । ଏହିବର୍ଷ ଗହମ ଚାଷୀଙ୍କୁ ୭୫ହଜାର ୬୦ କୋଟି ଟଙ୍କା ଏବଂ ଧାନ ଚାଷୀଙ୍କୁ ୧ଲକ୍ଷ ୭୨ ହଜାର୭୫୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ଖାଲି ସେତିକି ନୁହେଁ ଚାଷୀଙ୍କ ଆୟ ଦୁଇଗୁଣା କରିବାକୁ ଯୋଜନା କରାଯାଇଛି । ଯୁବବର୍ଗଙ୍କୁ କିଭଳି ରୋଜଗାରର ସୁଯୋଗ ମିଳିବ ସେନେଇ ପଦକ୍ଷେପ ନିଆଯାଉଛି ।

ଆତ୍ମନିର୍ଭର ପ୍ୟାକେଜ PMGKY ୨.୭୬ ଲକ୍ଷ କୋଟି ଟଙ୍କାର ଆବଣ୍ଟନ କରାଯାଇଛି । ମୋଟ ଆତ୍ମନିର୍ଭର ଭାରତ ପ୍ୟାକେଜ ୨୭.୧ ଲକ୍ଷ କୋଟି ଟଙ୍କା । ଜିଡିପିର ୧୩% ହେଉଛି ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ । ତେବେ ଚଳିତ ଥର ଭଳି ଆର୍ଥିକ ମାନ୍ଦାବସ୍ଥାର ଆଶା ପୂର୍ବରୁ କରାଯାଇନଥିଲା । ଏହି କରୋନା ସମୟରେ ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟ ଦିଆଯାଇଛି ।

Leave a Reply