ବ୍ରିିଟେନ୍ ଫେରନ୍ତାଙ୍କୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ: ସରିଛି ଟେଷ୍ଟିଂ, ରିପୋର୍ଟକୁ ଅପେକ୍ଷା

1 min read

ଭୁବନେଶ୍ୱର: ବ୍ରିଟେନ୍ ଫେରନ୍ତାଙ୍କୁ ନେଇ ରାଜଧାନୀବାସୀ ଭୟଭୀତ ହେବାର ଆବଶ୍ୟକତା ନାହିଁ। ସମସ୍ତ ଫେରନ୍ତାଙ୍କୁ ଚିହ୍ନଟ କରାଯାଇଛି । ଅଧିକାଂଶଙ୍କ ଟେଷ୍ଟ ବି ସରିଛି । ଅପେକ୍ଷା କେବଳ ରିପୋର୍ଟକୁ । ସେପଟେ ସ୍ମାର୍ଟସିଟିରେ ଟିକାକରଣ ପାଇଁ ବିଏମ୍ସି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ଦେଇଛି । ଅନୁମତି ମିଳିଲେ ୩ଟି ପର୍ଯ୍ୟାରେ ହେବ ଟିକାକରଣ । ବ୍ରିଟେନ୍‌ର ନୂଆ ଷ୍ଟ୍ରେନ୍‌କୁ ନେଇ ସବୁଆଡେ ଚିନ୍ତା । ଦେଶରେ ଚିହ୍ନଟ ହେଲେଣି ଏକାଧିକ ଆକ୍ରାନ୍ତ । ଏଭଳି ପରିସ୍ଥିତିରେ ଓଡିଶାକୁ ଫେରିଛନ୍ତି ୮୦ରୁ ଅଧିକ । ସେଥିମଧ୍ୟରୁ ୬୨ଜଣ ଭୁବନେଶ୍ବର ତଥା ଆଖପାଖର ଥିବା ବେଳେ ଅବଶିଷ୍ଟ ବିଭିନ୍ନ ଜିଲ୍ଲାର । ଭୁବନେଶ୍ବରର ମୋଟ ୬୨ଜଣଙ୍କ ମଧ୍ୟରୁ ୫୮ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ଟେଷ୍ଟିଂ ସରିଛି । ଅବଶିଷ୍ଟ ୪ଜଣଙ୍କୁ ଖୁବଶୀଘ୍ର ଚିହ୍ନଟ କରାଯିବ ବୋଲି କହିଛନ୍ତି ବିଏମ୍‌ସି କମିଶନର । ପୂର୍ବରୁ ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ପୁଣେରୁ ରିପୋର୍ଟ ଆସିନାହିଁ । ସମସ୍ତ ବ୍ରିଟେନ୍ ଫେରନ୍ତାଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି । ସେପଟେ କରୋନା ଭ୍ୟାକ୍ସିନ ପାଇଁ ସ୍ମାର୍ଟସିଟିରେ ଚାଲିଛି ବ୍ୟାପକ ପ୍ରସ୍ତୁତି । ୩ଟି ପର୍ଯ୍ୟାୟରେ କରାଯିବ ଟୀକାକରଣ । ଏଥିପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯିବା ସହ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ବିଦ୍ୟାଳୟ ଓ କଲେଜ୍ ଖୋଲିବାକୁ ରାଜ୍ୟ ସରକାରଙ୍କ ସବୁଜ ସଂକେତ

Leave a Reply