ଅଗଷ୍ଟ ସୁଦ୍ଧା ବ୍ରିଟେନ ହେବ କରୋନାମୁକ୍ତ.

1 min read

କରୋନା ଭାଇରସ୍‌କୁ ନେଇ ସବୁଠି ବଢୁଛି ଚିନ୍ତା । ବିଶ୍ୱବ୍ୟାପୀ କରୋନା କବଳରୁ କେହି ବି ପାରୁନାହାନ୍ତି ମୁକୁଳି । ତେବେ କରୋନାର ଭୟାବହତ ଯୋଗୁଁ ସବୁଠି ଭୟ ଓ ଡରର ମାହୋଲ । କାହିଁକି ନା ଗତ ବର୍ଷ ଠାରୁ ଆହୁରୀ ମାରାତ୍ମକ ହେଉଛି ଏହି କରୋନା ଭାଇରସ୍ । ନୂଆ ନୂଆ ଧରଣର ଲକ୍ଷଣ ଦେଖାଯାଉଛି ଏହି ଭାଇରସ୍‌ରେ । କିନ୍ତୁ ଏହାରି ଭିତରେ ଆଉ ଏକ ଖବର ସବୁଠି ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି । ଅଗଷ୍ଟ ସୁଦ୍ଦା ବ୍ରିଟେନରେ ଆଉ ନୂତନ ପ୍ରଜାତିର କରୋନା ଭାଇରସ୍ ସଂକ୍ରମଣ ହେବ ନାହିଁ ବୋଲି ସୂଚନା ମିଳୁଛି ।

ବ୍ରିଟେନର ଭ୍ୟାକସିନ୍ ଟାକ୍ସ ଫୋର୍ସର ମୁଖ୍ୟ କ୍ଲାଇଭ୍ ଡିକ୍ସ ଦୈାନିକ ଟେଲିଗ୍ରାଫ୍ କୁ ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି । ସଂକ୍ରମିତ ହେବେ ବୋଲି ଆଶଙ୍କା କରାଯାଉଥିବା ଲୋକମାନଙ୍କୁ ଏ ବର୍ଷ ଶେଷ ଆଡକୁ କେଉଁ ଟିକା ସର୍ବୋତ୍ତମ ବୁଷ୍ଟର ଭାବେ ଦିଆଯିବ ତାହା ସରକାର ଅନୁଧ୍ୟାନ କରୁଛନ୍ତି । ଟେଲିଗ୍ରାଫ୍‌କୁ କ୍ଲାଇଭ୍ ଡିକ୍ସ କହିଛନ୍ତି ଯେ ଜୁଲାଇ ଶେଷ ସୁଦ୍ଦା ଇଂଲଣ୍ଡର ସବୁ ଲୋକଙ୍କୁ ଟିକା ପ୍ରଦାନ କରିଦିଆଯିବ । ଏଯାବତ୍ ଇଂଲଣ୍ଡର ୫୧ ନିୟୁତରୁ ଅଧିକ ଡୋଜ୍ ଟିକା ସେଠାକାର ଜନତାଙ୍କୁ ମିଳିସାରିଲାଣି । ଦେଶର ମୋଟ ପ୍ରାପ୍ତ ବୟସ୍କ ଜନତାଙ୍କ ଭିତରୁ ଅଧିକାଂଶ ଜନତାଙ୍କୁ ଟିକା ଦିଆସରିଲାଣି । ଏହି ଦିଗରେ ଇଂଲଣ୍ଡ ବିଶ୍ୱର ଦ୍ୱିତୀୟ ତ୍ୱରିତ ଦେଶ । ବ୍ରିଟିଶ ସରକାରଙ୍କ କର୍ତ୍ତୁପକ୍ଷଙ୍କ କହିବା ଅନୁସାରେ ରକ୍ତ ଜମାଟ ବାନ୍ଧିବାର ସାମାନ୍ୟ ଆଶଙ୍କା ଥିବାରୁ ୪୦ବର୍ଷରୁ କମ୍ ବୟସ୍କ ବ୍ୟକ୍ତି ବିଶେଷଙ୍କୁ ଅକ୍ସୋଫଡ ଆଷ୍ଟ୍ରାଜେନିକା କୋଭିଡ୍‌-୧୯ ଟିକାର ବିକଳ୍ପ ଦିଆଯିବ । ହେଲେ ଅନ୍ୟପଟେ କିଛି ବିଶେଷଜ୍ଞଙ୍କ ରିପୋର୍ଟ ଅନୁସାରେ କରୋନା ଏହିଭଳି ଭାବେ ଆମ ମାନଙ୍କ ଗହଣରେ ରହିବ ।

 

Leave a Reply