spot_img

Latest Posts

ବନ୍ୟା ପାଣିରେ ବୁଡିଲା ଅସ୍ଥାୟୀ ପୋଲ, ୧୦ଖଣ୍ଡରୁ ଊର୍ଦ୍ଧ୍ବ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ନୀଳଗିରି : ନୀଳଗିରି ଉପଖଣ୍ଡ ବେଗୁନିଆରେ ବନ୍ୟା ପାଣିରେ ବୁଡିଲା ଅସ୍ଥାୟୀ ପୋଲ। ଫଳରେ ୧୦ଖଣ୍ଡରୁ ଊର୍ଦ୍ଧ୍ବ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ନୀଳଗିରି ବ୍ଲକ ବେଗୁନିଆ ପଞ୍ଚାୟତ ଦେଇ ବହି ଯାଇଥିବା ସୋନ ନଦୀର ଶାଖା ନଦୀ  ଉପରେ ୪୦ ବର୍ଷ ତଳର ଏକ ପୁରୁଣା ପୋଲ ରହିଥିଲା। ତାହା ନଷ୍ଟ ହେବା ପରେ ଅସ୍ଥାୟୀ ଭାବରେ ରାସ୍ତା କରି ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯୋଗାଯୋଗ କରାଯାଉଥିଲା॥ କିନ୍ତୁ ବାତ୍ୟା ଦାନା ଯିବା ପରେ ସୋନ ନଦୀର ଜଳସ୍ତର ବଢ଼ିଛି। ଯାହାଦ୍ବାରା ଅସ୍ଥାୟୀ ପୋଲଟି ବୁଡି ଯାଇଛି।  ଫଳରେ ବେଗୁନିଆ , ମିତ୍ରପୁର , କଲ୍ୟାଣୀ ,ସିଙ୍ଗିରୀ , ତୋଟାପଡ଼ା , ଲଇଛଣପୁର , ଶଂଶାପାଳ , ନିଶଙ୍ଖପୁର , ଟିକିରାପାଳ , ପଥରଗଡ଼ , ଦୁବାଟି ଆଦି ୧୦ରୁ ଅଧିକ ଗାଁ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ତୁରନ୍ତ  ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ।

Latest Posts

Don't Miss