ପ୍ରଧାନମନ୍ତ୍ରୀ ଆବାସ ପାଇଁ ଟଙ୍କା ମାଗୁଥିଲେ, ହେଲା ଏମିତି ଦଶା

1 min read

ଢ଼େଙ୍କାନାଳ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନଦେବାରୁ ହଟହଟା  । ନିଲମ୍ବିତ ହେଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁକାନ୍ତି ସେଠୀ । କାମାକ୍ଷାନଗର ବ୍ଲକ ସୋଗର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା କରିଥିବା କାରଣରୁ ନିଲମ୍ବିତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ହିତାଧିକାରୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶକୁ ନିଜ ପାଖରେ ରଖି ଗରିବଙ୍କ ସହ ଖେଳ ଖେଳୁଥିଲେ ସୁକାନ୍ତି । ଟଙ୍କା ନାହିଁ ମାନେ ଘର ନାହିଁ ବୋଲି ରୋକ୍ ଠୋକ ମନା କରି ଦେଉଥିଲେ । ତେବେ, ଏନେଇ ହିତାଧିକାରୀ ଜଣକ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ । ସୁକାନ୍ତି ଟଙ୍କା ମାଗୁଥିବା ଫୋନ୍ ରେକର୍ଡ ମଧ୍ୟ ଦେଇଥିଲେ । ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ପଞ୍ଚାୟତ ଅଧିକାରୀ ସୁକାନ୍ତି ସେଠୀଙ୍କୁ ନିଲମ୍ବନ କରିଛନ୍ତି ।

  ')}

Leave a Reply