ଜୀବନକୁ ବାଜି ଲଗାଇ ଆକ୍ରମଣକାରୀକୁ କାବୁ କଲେ ପୋଲିସ ଅଧିକାରୀ, ଭିଡିଓ ଭାଇରାଲ୍

1 min read

ଥିରୁଅନନ୍ତପୁରମ: ଆପଣମାନେ ଫିଲ୍ମରେ ଦେଖିଥିବେ ପୋଲିସ ନିଜ ଜୀବନକୁ କିପରି ବାଜି ଲଗାଇ ଅପରାଧୀଙ୍କୁ ଧରି ଦଣ୍ଡ ଦେଇଥାନ୍ତି  । କିନ୍ତୁ ବାସ୍ତବରେ ଖୁବ୍ କମ୍ ପୋଲିସ ଅଧିକାରୀ ଜୀବନକୁ ଖାତିର ନକରି ଅପରାଧୀଙ୍କୁ ଧରିଥାନ୍ତି  । ଆମେ ଏପରି ଜଣେ ପୋଲିସ ଅଧିକାରୀଙ୍କ କଥା କହୁଛୁ ଯିଏ ଫିଲ୍ମି ଅନ୍ଦାଜରେ ଧାରୁଆ ଅସ୍ତ୍ର ଧାରି ଅପରାଧୀକୁ କାବୁ କରିଛନ୍ତି  । ଧାରୁଅ ଅସ୍ତ୍ର ଧରିଥିବା ଅପରାଧୀକୁ ଜୀବନକୁ ବାଜି ଲଗାଇ ପୋଲିସ ଅଧିକାରୀ ଜଣକ କାବୁ କରୁଥିବା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭଆଇରାଲ୍ ହେବାରେ ଲାଗିଛି  ।

ଘଟଣାଟି କେରଳ କାୟମକୁଲମ ପାଖ ପାରା ଜଂକ୍ସନର । ଏହି ଭିଡିଓଟିକୁ ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ ସ୍ୱାତି ଲାକ୍ରା ନିଜ ଟ୍ବିଟରରେ ସେୟାର କରି ଉକ୍ତ ପୋଲିସ ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି ।

ଭିଡିଓ ଟିରେ ଦେଖାଯାଇଛି ରାସ୍ତା କଡରେ ଛିଡା ହୋଇଥିବା ଜଣେ ବ୍ୟକ୍ତିଙ୍କ ପାଖରେ ପୋଲିସ ଜିପ୍ ଆସି ପହଞ୍ଚିୁଛି  । ଜଣେ ପୋଲିସ ଅଧିକାରୀ ଜିପ୍ ରୁ ଓହ୍ଲାଇବା କ୍ଷଣି ଉକ୍ତ ବ୍ୟକ୍ତି ଜଣଙ୍କ ହଠାତ୍ ଏକ ଧାରୁଅ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଦେଉଛି  । ଅବଶ୍ୟ ପୋଲିସ ସବ ଇନିସପେକ୍ଟର  ଜଣଙ୍କ ବୀରତାର ସହ ଆକ୍ରମଣକାରୀ ସହ ଲଢିଥିଲେ  । ହାତରେ ଅସ୍ତ୍ରର ଆଘାତ ସତ୍ତ୍ବେ ଆକ୍ରମଣକାରୀ ସହିତ ବୀରତାର ସହ ଲଢିଥିଲ  । ତାକୁ ତଳେ ପକାଇ କାବୁ କରିନେଇଥିଲେ  । ଆକ୍ରମଣକାରୀଠୁ ଧାରୁଅ ଅସ୍ତ୍ର ଛଡାଇନେଇଥିଲେ  । ଏହାରି ମଧ୍ୟରେ ପୋଲିସ୍ ଭ୍ୟାନ ଡ୍ରାଇଭର ଆସି ସହାୟତା କରିଥିଲେ  ।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ସହ ପୋଲିସ ଅଧିକାରୀଙ୍କ ସାହସକିତା ପାଇଁ ପ୍ରଶଂସା କରାଯାଉଛି  । ଘଟଣାଟି ୧୨ ତାରିଖ ସନ୍ଧ୍ୟାର  । ପୋଲିସ ଅଧିକାରୀ ଜଣଙ୍କ ହାତରେ ଗଭୀର ଆଘାତ କାରଣରୁ ଷ୍ଟିଜ୍ ପଡିଛି ।