ମେକଅପ୍‌ ପାଇଁ ମହିଳାଙ୍କୁ ମାରି ମାରି ଗୁରୁତର କରିଦେଲା ଯୁବକ

ନୂଆଦିଲ୍ଲୀ:  ପ୍ରେମ କୌଣସି ମଧ୍ୟ ବୟସରେ ହୋଇପାରେ । ସେ ବୟସରେ ବଡ଼ ହୋଇପାରନ୍ତି ବା ସାନ ହୋଇପାରନ୍ତି ।  ଜଣେ ମହିଳାଙ୍କୁ ୧୦ ବର୍ଷ କମ୍‌ ବୟସର ଯୁବକଙ୍କୁ ପ୍ରେମ ହୋଇଗଲା  । କିନ୍ତୁ କିଛି ଦିନ ପରେ ଯୁବକ ଜଣକ ଖରାପ ବ୍ୟବହାର କରିବା ଆରମ୍ଭ କରିଦେଲେ ।  ସମୟ ଏଭଳି ଆସିଲାଯେ ମେକଅପ ପାଇଁ ମହିଳାଙ୍କୁ ଯୁବକ ଜଣକ ମରଣାନ୍ତକ ଆକ୍ରମଣ କଲେ ।

ସୂଚନା ଅନୁସାରେ ୨୦୧୮ରେ ବ୍ରିଟେନରେ ଏଭଳି ଏକ ଘଟଣା ଘଟିଥିଲା । ଏମା କ୍ରାଷ୍ଟନ୍‌ ନାମକ ଜଣେ ମହିଳା ଏହାର ଶିକାର ହୋଇଥିଲେ । ମହିଳାଙ୍କ ଠାରୁ ଯୁବକ ୧୦ ବର୍ଷ ସାନ ଥିଲେ । କିନ୍ତୁ ସେ ମହିଳାଙ୍କୁ ଠିକ୍‌ ଭାବରେ ବୁଝିପାରୁନଥିଲା ।  ଦିନେ ସେ ମହିଳାଙ୍କୁ ମେକଅପ ନେବାକୁ ମନାକଲା ଏବଂ ଏତେ ପିଟିଲାଯେ, ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଲା ।  ଏମ୍ମାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି ।

୩୯ ବର୍ଷୀୟ ଏମ୍ମାଙ୍କ ପୂର୍ବ ପାର୍ଟନର ଜଜ୍‌ ଅରାଥୁନ୍‌ (୨୯ ବର୍ଷ) ୨୦୧୮ରେ ତାଙ୍କ ଉପରେ ଆକ୍ରମଣ କରିଥିଲା । ଯାହାର ଖୁଲାସା ମହିଳା ଜଣକ ଏବେ ଏକ ସାକ୍ଷାତକାରରେ କହିଛନ୍ତି । ତେବେ ତାଙ୍କ ବଏଫ୍ରେଣ୍ଡ୍‌ କିଭଳି ନୃଶଂସ ଭଳି ତାଙ୍କୁ ମାରପିଟ୍‌ କରିଥିଲା ସେ ତାହାର ଖୁଲାସା କରିଛନ୍ତି । ତେବେ ବଏଫ୍ରେଣ୍ଡର ମରଣାନ୍ତକ ଆକ୍ରମଣରେ ଗୁରୁତର ହୋଇ ପଡ଼ିଥିଲେ ଏମ୍ମା । ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ମାଧ୍ୟମରେ ହସ୍ପିଟାଲ ନେବାକୁ ପଡ଼ିଥିଲା ।

ଏମ୍ମାଙ୍କ କହିବା ହେଉଛି ଜଜ୍‌ ତାଙ୍କ ମେକଅପ୍‌ ହେବାକୁ ମନା କରୁଥିଲା । କେବଳ ସେତିକି ନୁହେଁ ବରଂ ଚାକିରି ଛାଡ଼ିବାକୁ ମଧ୍ୟ ବାଧ୍ୟ କରୁଥିଲା । କିନ୍ତୁ ତା’ର ଏଭଳି ଆଚରଣ ଯୋଗୁଁ ଏମ୍ମା ତାକୁ ଛାଡ଼ିଥିବା କହିଛନ୍ତି । ତେବେ ଘରୋଇ ହିଂସା ପାଇଁ ଜଜ୍‌ଙ୍କୁ ୫ ବର୍ଷ ଜେଲଦଣ୍ଡ ହୋଇଛି ।