ବୋରିସ୍‌ ଜନସନ୍‌ଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ କାଟ୍ ଖାଇଲା

1 min read

ନୂଆଦିଲ୍ଲୀ: ବ୍ରିଟେନ ପାର୍ଲାମେଣ୍ଟରେ ନୋ-ଟ୍ରଷ୍ଟ ଭୋଟ ଜିତିଲେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ । ‘ପାର୍ଟିଗେଟ୍ ସ୍କାମ’ ଯୋଗୁଁ ବୋରିସଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ । ବିରୋଧୀଙ୍କ ପ୍ରସ୍ତାବକୁ ଶାସକ କନଜରବେଟିବ ପାର୍ଟିର ୪୦ରୁ ଅଧିକ ସାଂସଦ ମଧ୍ୟ ଏହାକୁ ସମର୍ଥନ କରିଥିଲେ । ଇସ୍ତଫା ଦାବି ଜୋର ଧରିବା ପରେ ପାର୍ଲାମେଣ୍ଟରେ ଜନସନଙ୍କ ବିରୋଧରେ ଅନାସ୍ଥା ଭୋଟ ଗ୍ରହଣ କରାଯାଇଥିଲା । ଗତ ରାତିରେ ଏନେଇ ଭୋଟିଂ ହୋଇଥିବା ବେଳେ ବୋରିସଙ୍କୁ ବହୁମତ ମିଳିଛି । ବୋରିସ ଜନସନଙ୍କ ଉପରେ କ‌ରୋନା କଟକଣା ଭଙ୍ଗ କରିଥିବାର ଆରୋପ ଲାଗିଥିଲା ।

କରୋନା ସଂକ୍ରମଣକୁ ରୋକିବା ପାଇଁ କରାଯାଇଥିବା ଲକଡାଉନ ମଧ୍ୟରେ ଜୁନ୍ ୧୯, ୨୦୨୦ରେ ବୋରିସ ଜନସନ ନିଜ ଜନ୍ମଦିନ ପାଳନ କରିଥିଲେ । ଏହି ସମୟରେ ଡାଉନିଙ୍ଗ ଷ୍ଟ୍ରିଟରେ ଜନସନଙ୍କ ପତ୍ନୀ କାରୀଙ୍କ ଦ୍ୱାରା ଏକ ପାର୍ଟିର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦ ଜଣ ଲୋକ ଯୋଗ ଦେଇଥିବା ଅଭିଯୋଗ ହୋଇଛି । ସେହି ସମୟରେ କରୋନା ଲକଡାଉନ ବଳବତ୍ତର ଥିଲା ଏବଂ କୌଣସି କାର୍ଯ୍ୟକ୍ରମରେ ଦୁଇରୁ ଅଧିକ ଲୋକଙ୍କୁ ଯିବା ପାଇଁ ଅନୁମତି ଦିଆଯାଇନଥିଲା । ଏହି ସମୟରେ ୩୦ଜଣଙ୍କୁ ନେଇ ପାର୍ଟି କରିଥିବାରୁ ତାଙ୍କର ଇସ୍ତଫା ଦାବି କରାଯାଇଛି । ଏହି ପୂରା ବିବାଦକୁ ‘ପାର୍ଟିଗେଟ୍ ସ୍କାମ’ ବୋଲି କୁହାଯାଉଛି ।

ଏଥିସହିତ ପଢ଼ନ୍ତୁ: କେରଳ ଛୁଇଁବା ପରେ ଦୁର୍ବଳ ମୌସୁମୀ; ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ଅସହ୍ୟ ତାତି