ଇଂଲଣ୍ଡରେ ବୋରିସ୍ ଜଙ୍ଗସନ୍ ଜିତିଲେ ହାଉସ୍ ଅଫ୍ କମନ୍ସ ନିର୍ବାଚନ

ଲଣ୍ଡନ : ହାଉସ୍ ଅଫ୍ କମନ୍ସରେ କନଜରଭେଟିଭ୍ ପାର୍ଟିର ବଡ଼ ଜିତ୍ । ସବୁଠି ଶୁଭୁଛି ବୋରିସ୍ ଇଜ୍ ବ୍ୟାକ୍ । ଇଂଲଣ୍ଡରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ କନଜରଭେଟିଭ୍ ପାର୍ଟି ଅଧିକ ୪୩ଟି ଆସନରେ ବିଜୟୀ ହୋଇ ୩୨୬ର ମ୍ୟାଜିକ୍ ନମ୍ବର ଅତିକ୍ରମ କରିଛି । ବୋରିସ୍ ଏହାକୁ ଐତିହାସିକ ବିଜୟ ବୋଲି କହିଛନ୍ତି । ଖୁବଶୀଘ୍ର ବ୍ରେକ୍ସିଟରୁ ସେ ଅଲଗା ହେବେ ବୋଲି କହିଛନ୍ତି । ୨୦୨୦ ମାର୍ଚ୍ଚ ସୁଦ୍ଧା କିଛି ନୂଆ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବୋରିସ ତାଙ୍କ ସ୍ୱାଗତ ଭାଷଣରେ ସୂଚନା ଦେଇଛନ୍ତି ।

ଏଥର ଇଂଲଣ୍ଡରେ ଲେବର ପାର୍ଟିକୁ ବଡ଼ ଧରଣର ଝଟକା ମିଳିଛି । ପାର୍ଟିର ୫୫ ସିଟ୍ ହ୍ରାସ ହୋଇ ୧୯୭ରେ ପହଞ୍ଚିଛି । ନୂଆ ପ୍ରଧାନମନ୍ତ୍ରୀ ବୋରିସଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଛା ଜଣାଇଛନ୍ତି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ବୋରିସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସାରା ବିଶ୍ୱରୁ ବୋରିସଙ୍କୁ ଶୁଭେଚ୍ଛା ଓ

Leave a Reply