ବୋରଓ୍ବେଲରୁ ବାହାରୁଛି ରାହୁଲ । ସଫଳ ହେଲା ଅପରେସନ ଜିନ୍ଦେଗୀ

ରାହୁଲକୁ ଉଦ୍ଧାର କରିବା ପାଇଁ ପ୍ରାୟ ୬୫ ଫୁଟର ଟନେଲ ଖୋଳାଯିବା ପରେ ଏକ ବିରାଟ ପଥର ପଡିଥିଲା । ଯାହାକୁ କାଟି ରାହୁଲ ପାଖକୁ ଯିବା କଷ୍ଟକର ହୋଇଥିଲା । ପଥର ସେପଟେ ରାହୁଲ ଥିବାରୁ ଏହାକୁ ବିସ୍ଫୋରଣରେ ମଧ୍ୟ ଉଡାଇବା ସମ୍ଭବ ନଥିଲା । ଏମିତି ସ୍ଥିତିରେ ଉଦ୍ଧାରକାରୀ ଦଳ ପଥରକୁ ଗ୍ୟାସ କଟର ଓ ସେଣି, ହାତୁଡିରେ କାଟି ଆଗକୁ ବଢିଥିଲେ । ରାହୁଲଠାରୁ ୪ରୁ ୫ ଫୁଟ୍ ଦୂରରୁ ମେସିନରେ ସୁଡ଼ଙ୍ଗ କରିବା ବନ୍ଦ କରାଯାଇ ହାତରେ ଖୋଳା ଯାଉଛି ।