ଶବ୍ଦର ଗତି ଠାରୁ ଜୋରେ ଉଡ଼ିବ ଏହି ବିମାନା, ହଜାର କିଲୋମିଟର ମାତ୍ର କିଛି ମିନିଟରେ ହେବ ପୂରଣ

1 min read

ନୂଆଦିଲ୍ଲୀ: ଯଦି ଆପଣ କିଛି ମିନିଟରେ ହଜାର ହଜାର କିଲୋମିଟର ଯାତ୍ରା ସଂପୂର୍ଣ୍ଣ କରିବାକୁ ଚାହାଁନ୍ତି । ଏଥିପାଇଁ ଆପଣଙ୍କୁ ସୁପରସୋନିକ୍ ଜେଟ୍ ବିମାନ ଦ୍ୱାରା ଯାତ୍ରା କରିବାକୁ ପଡ଼ିବ । ଆସନ୍ତା ୨୦୨୧ ରେ ତୁମର ସ୍ୱପ୍ନ ସାକାର ହୋଇପାରେ । କାରଣ ଡେନଭର ଷ୍ଟାର୍ଟ ଅପ୍ କମ୍ପାନୀ ବୁମ୍ ଟେକ୍ନୋଲୋଜି ଏହାର ବୁମ୍ ସୁପରସୋନିକ୍ ଜେଟ୍ XB-1 ପ୍ରୋଟୋଟାଇପ୍ ପରୀକ୍ଷା ଆରମ୍ଭ କରିବ । ଯଦି ଏହା ସଫଳ ହୁଏ, ତେବେ ସାଧାରଣ ଲୋକମାନେ ମାତ୍ର କିଛି ମିନିଟରେ ହଜାର ହଜାର କିଲୋମିଟର ଦୂରତା ଅତିକ୍ରମ କରିପାରିବେ ।

କନକର୍ଡ ବିମାନର ପ୍ରଥମ ଉଡ଼ାଣର ବହୁ ବର୍ଷ ପରେ, ଶବ୍ଦର ଦୁଇଗୁଣ ବେଗରେ ଉଡ଼ୁଥିବା ଏକ ସୁପରସୋନିକ୍ ବିମାନ ଆସନ୍ତା ବର୍ଷ ସାଧାରଣ ଜନତାଙ୍କ ପାଇଁ ପରୀକ୍ଷା କରାଯାଇପାରିବ । କମ୍ପାନୀ ଚଳିତ ବର୍ଷ ଅକ୍ଟୋବରରେ ଘୋଷଣା କରିପାରିବ । ଏହି ସୁପରସୋନିକ୍ ଜେଟ୍ ବିଷୟରେ ବୁମ୍ ସୁପରସୋନିକ୍ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ବ୍ଲେକ୍ ସ୍କାଲ୍ କମ୍ପାନୀର ଅଫିସିଆଲ୍ ୱେବସାଇଟରେ କହିଛନ୍ତି । ସେ କହିଛନ୍ତି ଯେ ସୁପରସୋନିକ୍ ଯାତ୍ରାକୁ ବିଶ୍ୱକୁ ଫେରାଇ ଆଣିବା ଦିଗରେ XB-1 ପ୍ରଥମ ପଦକ୍ଷେପ ହେବ।

ଏହାପୂର୍ବରୁ ୨୦୦୩ ରେ, ଶେଷ ଜଣାଶୁଣା ଡେଲଟା ୱିଙ୍ଗ୍ ଯାତ୍ରୀ ବିମାନ ଉଡ଼ାଣ ଆରମ୍ଭ କରିଥିଲା । ଏହାର ବିମାନ କନକୋର୍ଡର ଶବ୍ଦ ଏତେ ଜୋରରେ ଥିଲା ଯେ ବିମାନବନ୍ଦରର ଗ୍ଲାସ ମଧ୍ୟ ଭାଙ୍ଗୁଥିଲା । ଯାହାଫଳରେ ଏହି ବିମାନଟି ପ୍ରତ୍ୟେକ ବିମାନବନ୍ଦରରେ ଅବତରଣ କରିପାରୁ ନଥିଲା । କମ୍ପାନୀ କ୍ଷତି କାରଣରୁ ଏହାର ସେବା ବନ୍ଦ କରିଦେଇଥିଲା ।

ଅନ୍ୟପକ୍ଷରେ ଏୟାରଲାଇନ୍ସ କମ୍ପାନୀଗୁଡ଼ିକ ମଧ୍ୟ ସୁପରସୋନିକ୍ ବିମାନ କିଣିବାକୁ ଆଗ୍ରହ ଦେଖାଉଛନ୍ତି । ଏହି ସୁପରସୋନିକ୍ ବିମାନ ପାଇଁ କମ୍ପାନୀ ପ୍ରାୟ ୪୫୧ କୋଟି ଟଙ୍କାର ପ୍ରି-ଅର୍ଡର ପାଇଛି । ଯାହା ବର୍ଜିନ୍ ଗ୍ରୁପ୍ ଏବଂ ଜାପାନ ଏୟାରଲାଇନ୍ସ ଦେଇଛି ।

Leave a Reply