ଆଫଗାନିସ୍ତାନ ରାଜଧାନୀ କାବୁଲରେ ବିସ୍ଫୋରଣରେ ୩୦ ମୃତ, ୫୦ରୁ ଅଧିକ ଗୁରୁତର
1 min read
Security personnel and onlookers stand at the site of a blast along the roadside in Lashkar Gah, the capital of Helmand province on November 12, 2020. - An Afghan journalist working for a US-funded radio network was killed in a blast in southern Afghanistan on November 12, officials said, just days after a former television presenter was murdered in Kabul. (Photo by NOOR MOHAMMAD / AFP)
କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ବିସ୍ଫୋରଣ । କାବୁଲରେ ଥିବା ଏକ ସ୍କୁଲ ନିକଟରେ ବଡ଼ ଧରଣର ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୩୦ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି । ଅନୁଯାୟୀ ଆଫଗାନିସ୍ତାନ ଗୃହ ମନ୍ତ୍ରଣାଳୟର ମୁଖପାତ୍ର ତାରିକ ଆରିୟାନ କହିଛନ୍ତି ଏହି ବିସ୍ଫୋରଣରେ ୩୦ ଜଣଙ୍କର ମୃତ୍ୟୁ ଘଟିଛି । ଏବଂ ୫୦ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ତେବେ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ଆହତମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରୀ ହୋଇଥିବାବେଳେ ବିସ୍ଫୋରଣର କାରଣ କ’ଣ ଏବଂ କିଏ ଏହି ବିସ୍ଫୋରଣ କରିଛି ସେ ନେଇ ସୂଚନା ମିଳିପାରିନାହିଁ |। ଏହି ବିସ୍ଫୋରଣ କାବୁଲର ପଶ୍ଚିମ ଦାଶତ-ଇ-ବାରଚିର ଏକ ସ୍କୁଲ ବାହାରେ ଘଟିଥିଲା ଯେଉଁଠାରେ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।