ଚନ୍ଦନପୁରରେ ଫୁଟିଲା ବୋମାମାଡ଼

ପୁରୀ: ଚନ୍ଦନପୁର ଅଞ୍ଚଳରେ ଫୁଟିଲା ବୋମାମାଡ଼ । ତିନି ମୁହାଣୀ, ଜାନକା ଦେଇପୁର ଏବଂ କପ୍ତେଶ୍ୱର ଅଞ୍ଚଳରେ ବୋମାମାଡ଼ କରି ଦୁର୍ବୁର୍ତ୍ତ ଫେରାର । ବାଇକ ଯୋଗେ ଆସି ବୋମାମାଡ଼ କରିଛନ୍ତୁ ଦୁର୍ବୁତ୍ତ । ମିଳିଥିବା ସୂଚନା ମୁତାବକ ପୂର୍ବ ଶତ୍ରୁତାରୁ ଏହି ବୋମା ମାଡ଼ ଘଟିଛି । ଆଜି କଞ୍ଚିନଦୀ ପଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା । ପରେ ଗୋଟିଏ ଗୋଷ୍ଠ ପକ୍ଷରୁ ଏଭଳି ବୋମା ମାଡ଼ କରାଯାଇଛିଥିବା ଜଣାପଡିଛି ।
ବୋମାମାଡ଼ ପରେ ଥାନାରେ ଅଭିଯୋଗ ହୋଇଛି । ଚନ୍ଦନପୁର ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ପୁରୀ ଅଞ୍ଚଳରେ ଗତ କିଛିଦିନ ତଳେ ମଧ୍ୟ ବୋମାମାଡ ହୋଇଥିବା ଖବର ପ୍ରକାଶ ପାଇଥିଲା । ଅପରାଧିଙ୍କ ଚରାଭୂମି ପାଲଟିଲାଣି ପୁରୀ । ହତ୍ୟା, ରାହାଜାନି, ଗୁଣ୍ଡାଗର୍ଦ୍ଦି ପରେ ବୋମାମାଡ ଭଳି ଖବର ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।