କରୋନା ଟୀକା ନେଇ ମହିଳାଙ୍କ ମୃତ୍ୟ ମାମଲାରେ ବମ୍ବେ ହାଇକୋର୍ଟଙ୍କ ନୋଟିସ୍

ମୁମ୍ବାଇ: କରୋନା ଟିକା ନେଇ ମୃତ୍ୟୁ ମାମଲା । ବିଲ ଗେଟ୍ସ କେନ୍ଦ୍ର ସରକାରଙ୍କୁ ବମ୍ବେ ହାଇକୋର୍ଟଙ୍କ ନୋଟିସ । ଏହାସହ ଫାର୍ମା କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ, ଏମ୍ସ ନିର୍ଦ୍ଦେଶକ, ଡିସିଜିଆଇ ମୁଖ୍ୟଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି । କରୋନା ଟିକା କୋଭିସିଲ୍ଡ ନେବା ପରେ ଜଣେ ଫ୍ରଣ୍ଟଲାଇନ ଓ୍ବାର୍କରଙ୍କର ମୃତ୍ୟୁ ହୋଇଥିଲା । ଝିଅର ମୃତ୍ୟୁ ପରେ ଅନୁକମ୍ପାମୂଳକ ସହାୟତା ପାଇଁ କୋର୍ଟରେ ପିଟିସନ ଦାଏର କରିଥିଲେ ବାପା ।

କରୋନା ଭାକସିନକୁ ନେଇ ସରକାର ଭୂଲ ତଥ୍ୟ ଦେଇଥିବା ବେଳେ ମେଡିକାଲରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଏହାକୁ ବାଧ୍ୟତାମୂଳକ କରାଯଇଥିଲା । ଆବେଦନକାରୀଙ୍କ ଝିଅ ଡାକ୍ତ ସ୍ନେହାଲ ଲୁନାଓ୍ବତ କରୋନା କାଳରେ ଏକ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ । ସେଠାରେ ସେ କୋଭିସିଲଡ ଭାକସିନ ନେଇଥିଲେ । ଟିକା ୧୧୦ ପ୍ରତିଶତ ସୁରକ୍ଷିତ ବୋଲି ଡିସିଜିଆଇ ପକ୍ଷରୁ କୁହାଯାଇଥିଲା ।

ହେଲେ ଟିକା ନେବା ପରେ ଡାକ୍ତର ଲୁନାଓ୍ବତଙ୍କର ମୃତ୍ୟୁ ହୋଇଥିଲା । ଝିଅର ମୃତ୍ୟୁ ପାଇଁ ଏକ ହଜାର କୋଟିର ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ପିଟିସନରେ ଦାବି କରିଛନ୍ତି ଡାକ୍ତର ଲୁନାଓ୍ବତଙ୍କ ବାପା । ସୂଚନାଥାଉକି ୨୦୨୦ ମସିହାରେ ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ବିଲ ଆଣ୍ଡ ମେଲିନ୍ଦା ଗେଟ୍ସ ଫାଉଣ୍ଡେସନ ସହ ସହଭାଗିତା କରିଥିଲା । ଉଭୟଙ୍କ ଲକ୍ଷ୍ୟ ଭାରତ ଏବଂ ଅନ୍ୟ ଦେଶ ପାଇଁ କୋଭିଶସିଲ୍ଡ ଭାକ୍ସିନର ୧୦୦ ମିଲିୟନ ଖୁରାକ ତିଆରି ଏବଂ ସାରା ବିଶ୍ୱରେ ପହଞ୍ଚାଇବାର ଥିଲା ।