ସୁଶାନ୍ତ ସିଂହ ମୃତ୍ୟୁ ମାମଲା: କଙ୍ଗନାଙ୍କ ପଛରେ ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ହାତ !

1 min read
BJP Senior Leader Subramanian swamy offers legal help to kangana ranaut in sushant singh rajput case

ନୂଆଦିଲ୍ଲୀ: କଙ୍ଗନା ରାଣାଓ୍ୱତଙ୍କୁ ମିଳିଲା ସୁବ୍ରମଣ୍ୟମ ସ୍ୱାମୀଙ୍କ ସମର୍ଥନ । ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣାକୁ ନେଇ ଏବେ ବି ସସ୍‌ପେନ୍ସ ଜାରି ରହିଛି । ମୃତ୍ୟୁ ଘଟଣାକୁ ମାସେ ପୁରି ଯାଇଥିଲେ ମଧ୍ୟ ଏଯାଏଁ କୌଣସି ସମାଧାନର ବାଟ ବାହାରି ନାହିଁ କିମ୍ବା ଘଟଣା ଉପରୁ ପରଦା ଉଠିନାହିଁ । ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ବୋଲି ମୁମ୍ବାଇ ପୋଲିସ କହୁଥିବା ବେଳେ କହିଁକି ଆତ୍ମହତ୍ୟା କଲେ ତାହା ଏବେ ବି ସନ୍ଦେହ ଘେରରେ ।

Subramanian Swamy

ତେବେ ଏହାରି ମଧ୍ୟ ବଲିଉଡ କୁଇନ୍‌ କଙ୍ଗନା ରାଣାଓ୍ୱତ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଅନେକ କିଛି ମନ୍ତବ୍ୟ ଦେଇଛନ୍ତି । ଯାହାକି ଘଟଣାକୁ ଆହୁରି ଘନିଭୂତ କରିଛି । ସୁଶାନ୍ତ ମୃତ୍ୟୁ ପଛରେ ବଲିଉଡ୍‌ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ପ୍ରଡ୍ୟୁସର ଓ ଡାଇରେକ୍ଟରଙ୍କ ହାତ ଥିବା ସେ ଅଭିଯୋଗ କରିଛନ୍ତି । ଏମିତିକି ସେ କଙ୍ଗନା କହିଛନ୍ତି ଯେ, ବିଗତ ଦିନରେ ତାଙ୍କୁ ମଧ୍ୟ ବାଧ୍ୟ କରାଯାଇଥିଲା ଆତ୍ମହତ୍ୟା କରିବାକୁ । କିନ୍ତୁ ସେ ସେତିକି ହେଡ୍‌ ଷ୍ଟ୍ରଙ୍ଗ ଥିଲେ ତେଣୁ ସେ ଆତ୍ମହତ୍ୟା କଲେ ନାହିଁ ବରଂ ପରିସ୍ଥିତି ସହ ଲଢ଼ିଲେ ।

 

ଅନ୍ୟପଟେ ଏହି ଘଟଣାକୁ ନେଇ କଙ୍ଗନାଙ୍କ ଏଭଳି ବୟାନ୍‌ ପରେ ବିଜେପିର ବରିଷ୍ଠ ନେତା ତଥା ବରିଷ୍ଠ ଆଇନ‌ଜୀବୀ ସୁବ୍ରମଣ୍ୟମ ସ୍ୱାମୀ କଙ୍ଗନାଙ୍କୁ ଆଇନଗତ ସମସ୍ତ ସହଯୋଗ କରିବେ ବୋଲି କହିଛନ୍ତି । କଙ୍ଗନା ଦେଇଥିବା ମନ୍ତବ୍ୟକୁ ପୋଲିସ ଆଗରେ ସତ ପ୍ରମାଣିତ କରିବା ପାଇଁ ଯାହା କିଛି ଆଇନଗତ ସହଯୋଗ ଲୋଡ଼ା ହେବ ସେଥିରେ ସୁବ୍ରମଣ୍ୟମ ସ୍ୱାମୀ ସହଯୋଗ କରିବେ । ଏନେଇ ତାଙ୍କ ଓକିଲ ଇଶକରଣ ସୂଚନା ଦେଇଛନ୍ତି ।

https://twitter.com/ishkarnBHANDARI/status/1284745389933903872

କିଛି ଦିନ ପୂର୍ବରୁ କଙ୍ଗନା କହିଥିଲେ ଯେ ବଲିଉଡ୍‌ରେ ନେପୋଟିଜିମ୍‌ର ପରିମାଣ ବହୁତ ଅଧିକ ରହିଛି । କିଛି ବଡ଼ ବଡ଼ ପ୍ରଡ୍ୟୁସର ଓ ଡାଇରେକ୍ଟର ପୁରା ଇଣ୍ଡଷ୍ଟ୍ରିକୁ ନିଜ କବ୍‌ଜାରେ ସବୁବେଳେ ରଖିବାକୁ ଚାହୁଛନ୍ତି । ଆଉ ନେପୋଟିଜିମ୍‌ କାରଣରୁ ହିଁ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ବୋଲି କଙ୍ଗନା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଏକଥା ସତ ନହେଲା ତେବେ ସେ ପାଇଥିବା ପଦ୍ମଶ୍ରୀ ପୁରଷ୍କାର ଫେରେଇଦେବେ ।

Leave a Reply