ବଲିଉଡ୍ର ISI ଲିଙ୍କ୍, କିଙ୍ଗ୍ ଖାନ୍ଙ୍କ ନାଁରେ ସଙ୍ଗିନ୍ ଆରୋପ !
2 min readମୁମ୍ବାଇ: ପୁଣି ବିବାଦ ଭିତରକୁ ଟାଣି ହୋଇ ଆସିଛି ବଲିଉଡ୍ । ଆଇଏସ୍ଆଇ ସହ ବଲିଉଡ୍ର ଲିଙ୍କ ଥିବା ନେଇ ଏବେ ସୋସିଲ ମିଡିଆରେ ଢ଼େର୍ ଚର୍ଚ୍ଚା । ବିଗତ ଦିନରେ ବଲିଉଡ୍ ତାରକାଙ୍କ ସହ ଅନେକ ପାକିସ୍ତାନ୍ତୀଙ୍କୁ ଦେଖାଯାଇଥିଲା । ପାକିସ୍ତାନ ସହ ବଲିଉଡ୍ର ଘନିଷ୍ଠ ସମ୍ପର୍କ ରହିଛି ବୋଲି ଦାବି କରି ଅନେକ ଲୋକ ଏବେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରୁଛନ୍ତି । ବଡ଼ ବଡ଼ ତାରକାଙ୍କଠାରୁ ଆରମ୍ଭ କରି ଅନେକ ଅଭିନେତା ଅଭିନେତ୍ରୀଙ୍କର ପାକିସ୍ତାନୀ ପ୍ରିତି ରହିଥିବା ସୋସିଆଲ ମିଡିଆ ୟୁଜର୍ସ ଦାବି କରିଛନ୍ତି । ବିଦେଶରେ ପାକିସ୍ତାନୀ ଏଜେଣ୍ଟଙ୍କ ସହ ବଲିଉଡ୍ ତାରକା ଡିଲ କରୁଛନ୍ତି ବୋଲି ସୋସିଆଲ ମିଡିଆରେ ଅନେକ ଦାବି କରିଛନ୍ତି । ଯାହାକୁ ନେଇ ଏବେ ପୁଣି ବିବାଦ ଘେରରେ ଛନ୍ଦି ହୋଇଛି ବଲିଉଡ୍ ।
https://twitter.com/Defence_360/status/1214975362884657152?ref_src=twsrctfwtwcamptweetembedtwterm1214975362884657152twgr&ref_url=httpsnavbharattimes.indiatimes.comindiabollywood-stars-pics-with-alleged-pakistani-agents-go-viral-on-social-mediaarticleshow77126119.cms
ବଲିଉଡ୍ ତାରକାଙ୍କ ଦ୍ୱାରା ପାକିସ୍ତାନ ଏଜେଣ୍ଟ ମାନେ ପାଣ୍ଠି ସଂଗ୍ରହ କରୁଛନ୍ତି । ଆଉ ସେହି ପାଣ୍ଠି ଜାମ୍ମୁ-କାଶ୍ମୀରରେ ହିଂସାକାଣ୍ଡ ଘଟାଇବା ପାଇଁ ବ୍ୟବହାର ହେଉଛି ବୋଲି ଅନେକ ୟୁଜର୍ସ ଦାବି କରିଛନ୍ତି ।
ବଲିଉଡ୍ର କିଙ୍ଗ ଖାନ୍ ସାହରୁଖ ଖାନ୍ ଓ ତାଙ୍କ ପତ୍ନୀ ଗୌରି ଖାନ୍ଙ୍କ ଏକ ଫଟୋ ଭାଇରାଲ ହେଉଛି । ଯେଉଁଥିରେ କି ସେ କାଲିଫର୍ଣ୍ଣିଆରେ ଜାମ୍ମୁ-କାଶ୍ମୀରର ଜଣେ ବିଛିନ୍ନତାବାଦୀ ଟୋନୀ ଆଶାୟୀଙ୍କ ସହ ଆଲୋଚନା କରୁଛନ୍ତି । ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଆଲୋଚନା ଖବର ପ୍ରକାଶ ପାଇଛି । କାଶ୍ମୀର ଯୁବକଙ୍କୁ ଭାରତ ବିରୋଧରେ ଉସକାଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ଟୋନୀ ଅଶାୟୀ ହେଉଛି ଅନ୍ୟତମ । ଏନେଇ ପୂର୍ବରୁ ଟୋନୀ ଆଶାୟୀ ବିରୋଧରେ ପ୍ରମାଣ ମଧ୍ୟ ରହିଛି ।
କାଶ୍ମୀରର ମୂଳବାସିନ୍ଦା ଅଲ୍ ଇସ୍କନ୍ଦର ବୁଧବାର ନିଜ ଟ୍ୱିଟ୍ରେ ଦାବି କରିଛନ୍ତି ଯେ, ଆଇଏସ୍ଆଇ ଦ୍ୱାରା ପ୍ରାୟୋଜିତ ଆତଙ୍କି ସଂଗଠନ ଜାମ୍ମୁ-କାଶ୍ମୀର ଲିବ୍ରେସନ୍ ଫ୍ରଣ୍ଟର ସଦସ୍ୟ ହେଉଛି ଟୋନୀ ଅଶାୟୀ ଓରଫ ଅଜିଜ୍ ଅଶାୟୀ । ଏମିତିକି ଏହି ଇସ୍କନ୍ଦର ଟୋନୀର କିଛି ଟ୍ୱିଟ୍କୁ ପ୍ରମାଣ ସ୍ୱରୂପ ଦେଖାଇଛନ୍ତି । ଯେଉଁଥିରେ ଟୋନୀ ଭାରତ ବିରୋଧରେ କାଶ୍ମୀର ଯୁବକଙ୍କୁ ଉସ୍କାଉଛି ।
Thread:- ?
Look who is talking the man @tonyashai (Aka Aziz Ashai) who himself is sitting in the cozy rooms of California and provoking Kashmiri Youth to Pick-up Stones and Guns while his own Son Bilal Ashai recently graduated from Los Angeles @USC with Masters Degree.
1/n ? pic.twitter.com/WB8wcQ5IeL
— Sajid Yousuf Shah (@TheSkandar) July 21, 2020
ଟୋନୀ ଅଶାୟୀ ଆହୁରି ଦାବି କରିଛନ୍ତି ଯେ, ଟୋନୀ ଶାହରୁଖ ଖାନ୍ଙ୍କ ଦୁବାଇ ସ୍ଥିତ ବିଲ୍ଡିଂ ଓ ଲସ୍ ଆଞ୍ଜେଲେସ୍ରେ ଥିବା ଆପାର୍ଟମେଣ୍ଟର ଡିଜାଇନ୍ ପ୍ରସ୍ତୁତ କରିଥିଲେ । ତେବେ ସାହରୁଖ ଖାନ୍ଙ୍କୁ ଟୋନୀ ଭଳି ଲୋକଙ୍କଠାରୁ ସତର୍କ ରହିବାକୁ ଇସ୍କନ୍ଦର ପରାମର୍ଶ ମଧ୍ୟ ଦେଇଛନ୍ତି ।
Tony Ashai, aka Aziz Ashai, a JKLF member who has designed SRK's Dubai buildings & Los Angeles Apartments. Ever since 2014, he has been trying to mask his love for Ashai because he knows that if this Genie is out of the box, it would do irreversible damage to his reputation. 2/n
— Sajid Yousuf Shah (@TheSkandar) July 21, 2020
SRK has used Ashai for a lot of his architecture brains. Moreover, @gaurikhan has also been involved with Ashai in a lot of her projects. This is very important to know as Ashai is a masked Peace Activist, he has been spewing venom against India on Indus News, consistently. 3/n
— Sajid Yousuf Shah (@TheSkandar) July 21, 2020
ଇସ୍କନ୍ଦର ଆହୁରି ଦାବି କରିଛନ୍ତି ଯେ, ବଫାଲୋ ୟୁନିଭରସିଟି (ଯୁକ୍ତରାଷ୍ଟ୍ର) ରେ ଟୋନୀ ଅଶାୟୀଙ୍କ ସମସ୍ତ ପଢ଼ା ଖର୍ଚ୍ଚ ଆତଙ୍କି ସଂଗଠନ JKLF ବହନ କରିଛି । ସେ ଇଟାଲୀରେ JKLF ର ଏକ ବୈଠକ ମଧ୍ୟ କରିଥିଲେ । ଏମିତିକି ବ୍ୟବସାୟ ଚଳାଇବା ପାଇଁ JKLF ଟୋନୀକୁ ଟଙ୍କା ମଧ୍ୟ ଦେଇଛି । ଟୋନୀର ପୁଅ ବିଲାଲ ଅଶାଇ ମଧ୍ୟ ଏମଏସଏ ନାମକ ଏକ ସଂଗଠନର ସଦସ୍ୟ ରହିଛି । କୁଖ୍ୟାତ ଆତଙ୍କବାଦୀ ସଂଗଠନ ମୁସଲିମ ବ୍ରଦର ହୁଡ୍ ସହିତ ଏହାର ଲିଙ୍କ୍ ରହିଛି ବୋଲି ମଧ୍ୟ ସୂଚନା ଦେଇଛନ୍ତି ଇସ୍କନ୍ଦର । ଇସ୍କନ୍ଦର ଅଭିଯୋଗ କରିଛନ୍ତି ଯେ ଆଶାଇ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇର ଦରମା ଉପରେ ଅଛନ୍ତି ।
https://twitter.com/tonyashai/status/888927214074445824
https://twitter.com/tonyashai/status/1286186939809296385