ରାଖି ସାୱନ୍ତ ନାଟକ କରି ହସ୍ପିଟାଲରେ ଭର୍ତ୍ତି ହୋଇଥିବା କହିଲେ, ଦ୍ୱିତୀୟ ସ୍ୱାମୀ ଆଦିଲ ଖାନ ଦୁରାନୀ

ମୁମ୍ବାଇ: ବଲିଉଡ ବିବାଦୀୟ କୁଇନ ରାଖି ସାୱନ୍ତ ହସ୍ପିଟାଲରେ ଭର୍ତ୍ତି । ହସ୍ପିଟାଲରୁ ରାକ୍ଷୀଙ୍କ କିଛି ଫଟୋ ସାମ୍ନାକୁ ଆସିଛି । ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସମାନେ ଫଟୋ ଦେଥି ଆଶ୍ଚର୍ଯ୍ୟ ହେବା ସହ ତାଙ୍କ ସୁସ୍ଥତା କାମନା କରିଛନ୍ତି। ରାଖିଙ୍କ ପ୍ରଥମ ସ୍ୱାମୀ ରିତେସ କୁମାର ଏହି ସୂଚନା ଦେଇଥିବା ବେଳେ ତାଙ୍କର ଦ୍ୱିତୀୟ ସ୍ୱାମୀ ଆଦିଲ ଖାନ ଦୁରାନୀ ଏହାକୁ ରାଖୀଙ୍କ ମିଛ ଅଭିନୟ ବୋଲି କହିଛନ୍ତି। ସେ କହିଛନ୍ତି, ରାକ୍ଷୀ ହେଉଛନ୍ତି ଡ୍ରାମା କ୍ୱିନ, ଏସବୁ ତାଙ୍କର ମିଛ ଅଭିନୟ।

ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ  ରାଖୀ ସାୱନ୍ତ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ତାଙ୍କୁ ମୁମ୍ୱାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୁଧବାର ଦିନ ରାଖିଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତାଙ୍କ ପୂର୍ବତନ ସ୍ୱାମୀ ରିତେଶ ସୂଚନା ଦେଇଥିଲେ ଯେ ସେ ଖୁବ୍ ଶୀଘ୍ର ରାଖିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜଣାଇବେ। ହେଲେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଏପର୍ଯ୍ୟନ୍ତ ଅନ୍ୟ କୌଣସି ରିପୋର୍ଟ ଆସିନାହିଁ । । ଏହି ଖବର ଆସିବା ପରେ ତାଙ୍କ ଦ୍ୱିତୀୟ ସ୍ୱାମୀ ଆଦିଲ ରାଖିଙ୍କୁ ଡ୍ରାମା କରୁଥିବା କହିଛନ୍ତି । କାରଣ ତାଙ୍କୁ ପୋଲିସ ନିକଟରେ ଶିଘ୍ର ଆତ୍ମସମର୍ପଣ କରିବାକୁ ପଡିବ।  ଜେଲକୁ ନଯିବା ପାଇଁ ରାଖୀ ଏହି  ନାଟକ କରୁଛନ୍ତି ବୋଲି କହିଛନ୍ତି ଆଦିଲ।

ରାଖୀ ସାୱନ୍ତଙ୍କ ଭାଇରାଲ୍ ହେଉଥିବା ଫଟୋରେ ରାଖିଙ୍କ ଅବସ୍ଥା ବହୁତ ଖରାପ ଥିବା ଦେଖିବାକୁ ମିଳିଛି । ଏହି ଫଟୋ ଦେଖିବା ପରେ ରାଖିଙ୍କ ପ୍ରଶଂସକମାନେ ଏବେ ଚିନ୍ତାରେ ପଡ଼ିଛନ୍ତି ଏବଂ ସମସ୍ତେ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି । ତେବେ ପ୍ରକୃତରେ ରାଖି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି କି ନାହିଁ ତାହା ଜଣାପଡିନାହିଁ ।