ସୁଟିଂ ସମୟରେ ଇମ୍ରାନ୍ ହାସମି ଆହତ, ବେକରେ ଲାଗିଛି ଗଭୀର ଆଘାତ

ନନ୍ଦିଘୋଷ ବ୍ୟୁରୋ : ବଲିଉଡ ଅଭିନେତା ଇମ୍ରାନ ହାସମିଙ୍କୁ ନେଇ ଏକ ବଡ ଖବର  ସମ୍ନାକୁ  ଆସିଛି  । ତାଙ୍କର ଆଗାମୀ ଚଳଚ୍ଚିତ୍ରର ସୁଟିଂ କରୁଥିବାବେଳେ ଅଭିନେତା ଏକ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ଏବଂ ତାଙ୍କ ବେକରେ ଆଘାତ ଲାଗିଥିବାର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ତାଙ୍କ ପ୍ରଶଂସକଙ୍କ ଚିନ୍ତା ବଢାଇ ଦେଇଛି ।

‘ଗୁଡାଚାରି ୨’ର ସୁଟିଂ ପାଇଁ ବଲିଉଡ ଅଭିନେତା ଇମ୍ରାନ ହାସମି  ହାଇଦ୍ରାବାଦରେ ଅଛନ୍ତି । ଗତ ସୋମବାର, ଅକ୍ଟୋବର 7ରେ ଖବର ଆସିଥିଲା ​​ଯେ ‘ଗୁଡାଚାରି ୨’ ପାଇଁ ଏକ ଆକ୍ସନ୍ ଦୃଶ୍ୟ କରୁଥିବାବେଳେ ଇମ୍ରାନ୍ ହାସମି ଆହତ ହୋଇଥିଲେ। ଅଭିନେତାଙ୍କ ବେକରେ ଆଘାତ ଲାଗିଛି। ଇମ୍ରାନଙ୍କ ବେକରେ ଗଭୀର ଆଘାତ ଲାଗିଛି। ମଙ୍ଗଳବାର ସେ ମୁମ୍ବାଇ ଫେରିବେ ବୋଲି ଆଶା କରାଯାଉଛି ।

ନିକଟରେ ଗୁଡାଚାରି ୨ ର କାଷ୍ଟରେ ଯୋଗ ଦେଇଥିବା ଇମ୍ରାନ୍ ହାସମି ହାଇଦ୍ରାବାଦରେ ଏକ ତୀବ୍ର ଆକ୍ସନ୍ ଦୃଶ୍ୟ ସୁଟିଂ କରୁଥିବାବେଳେ ବେକରେ ଆଘାତ ଲାଗିଛି।  ଇମ୍ରାନ୍ ହାସମି ଏକ ଜମ୍ପିଂ ସିନ୍ ସୁଟିଂ କରୁଥିଲେ । ଏହି ସମୟରେ ତାଙ୍କ ବେକରେ ଆଘାତ ଲାଗିଥିଲା । ଏହି ଚଳଚ୍ଚିତ୍ରରେ ସାଉଥ ଅଭିନେତା ଆଦୀଭି ସେଶ ମଧ୍ୟ ଅଭିନୟ କରିଛନ୍ତି, ଯିଏ ‘ମେଜର’ ଚଳଚ୍ଚିତ୍ର ପାଇଁ ଅନେକ ପ୍ରଶଂସା ସାଉଁଟି ଥିଲେ । ଏହି ଚଳଚ୍ଚିତ୍ର ବିଷୟରେ ଦର୍ଶକଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି, କିନ୍ତୁ ଏହି ଦୁର୍ଘଟଣା କୁ ନେଇ ପ୍ରଶଂସକ ବିବ୍ରତ ହୋଇପଡିଛନ୍ତି ।