୪୧ ବର୍ଷ ପରେ ହକିରେ ଭାରତକୁ ପଦକ, ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି
2 min readମୁମ୍ବାଇ: ୧୯୮୦ ପରେ ଭାରତକୁ ମିଳିଛି ବଡ ସଫଳତା । ଖେଳରେ ସାରା ବିଶ୍ୱ ଆଗରେ ନିଜର ପରିଚୟ ସୃଷ୍ଟି କରିବାପାଇଁ ଭାରତୀୟ ହକି ଦଳ ଖୁବ କଠିନ ପରିଶ୍ରମ କରିଥିଲା । ସେଥିପାଇଁ ତ ସେମାନଙ୍କ ପରିଶ୍ରମର ଫଳ ପାଇଁ ଆଜି ଭାରତ ୪୧ ବର୍ଷ ପରେ ସଫଳତା ପାଇଛି । ହକି ଇଣ୍ଡିଆକୁ ଟୋକିଓ ଅଲମ୍ପିକ୍ସରେ ବ୍ରୋଞ୍ଜ ମେଡାଲ୍ ମିଳିଛି । ବିଜୟ ସାଙ୍ଗକୁ ଏହି ମେଡାଲ୍ ସାରା ଦେଶବାସୀଙ୍କ ଛାତିକୁ ଗର୍ବରେ ଭରି ଦେଇଛି । ଭାରତୀୟ ପୁରୁଷ ହକି ଟିମ୍ ଏହି ବ୍ରୋଞ୍ଜ ପାଇଁ ଶକ୍ତିଶାଳୀ ଜର୍ମାନୀ ବିରୋଧରେ ଲଢେଇ କରିଥିଲା । ଆରମ୍ଭରୁ ଗୋଲ୍ ଦେଇଥିଲା ଟିମ୍ ଜର୍ମାନୀ ହେଲେ ପରବର୍ତ୍ତୀ ସମୟରେ ଗୋଲ୍ ବର୍ଷା କରିଥିଲେ ଭାରତୀୟ ଖେଳାଳି । ଏହି ଐତିହାସିକ ବିଜୟ ପରେ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ ।
#WATCH The entire country is proud of the achievement of the Indian men's hockey team. In the last few days, Hockey has brought together every Indian across the globe. The performance of this team will inspire many: Odisha CM Naveen Patnaik pic.twitter.com/WVwhyQLoZA
— ANI (@ANI) August 5, 2021
ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି । କେବଳ ସେତିକି ନୁହେଁ ବଲିଉଡ୍ ସେଲିବ୍ରିଟି ମାନଙ୍କ ତରଫରୁ ବି ଅଗଣିତ ଶୁଭେଚ୍ଛାର ସୁଅ ଛୁଟୁଛି । ସମସ୍ତେ ସୋସିଆଲ ମିଡିଆରେ ଭାରତୀୟ ଦଳ ପାଇଁ ପୋଷ୍ଟ କରୁଛନ୍ତି । ଏଥିରେ ଶାରୁଖାନଙ୍କ ଠାରୁ ଆରମ୍ଭ କରି ସନି ଦେୱାଲ ପର୍ଯ୍ୟନ୍ତ ସମସ୍ତେ ସାମିଲ ଅଛନ୍ତି ।
We won !!!!
What a great victory
Kudos to our team.
Bronze medal to our Indian Men's hockey team#Hockey #IndiaAtTokyo2020
#IndvsGer @TheHockeyIndia— Sunny Deol (@iamsunnydeol) August 5, 2021
ପୁରୁଷ ହକି ଦଳର ଏହି ଜବରଦସ୍ତ ବିଜୟ ପରେ ସନି ଦେୱାଲ ଟ୍ୱିଟ୍ କରି ଲେଖିଛନ୍ତି- ‘ଆମେ ଜିତିଗଲୁ, କେତେ ସାନଦାର ଜିତ୍ ଥିଲା, ଆମ ଦଳକୁ ଢେର ସାରା ଶୁଭେଚ୍ଛା, ବ୍ରୋଞ୍ଜ ପଦକ ପାଇଁ…
Wow!! Indian Men’s Hockey Team Congratulations. Resilience and skill at its peak. What an exciting match.
— Shah Rukh Khan (@iamsrk) August 5, 2021
ସେହିଭଳି ଶାରୁଖାନ୍ ମଧ୍ୟ ଟ୍ୱିଟ୍ କରି ଲେଖିଛନ୍ତି- ବହୁତ ସୁନ୍ଦର, ଭାରତୀୟ ହକି ଦଳକୁ ଶୁଭେଚ୍ଛା, ବଢିଆ କୌଶଳର ସହିତ ଦଳ ମଇଦାନରେ ପ୍ରଦର୍ଶନ ଦେଖାଇଛନ୍ତି ଯାହା ଉଚ୍ଚକୋଟୀର ଥିଲା,ଖୁବ୍ ସାନଦାର୍ ମ୍ୟାଚ ଥିଲା…
ଆପଣମାନେ ତ ଜାଣନ୍ତି ହକି ପ୍ରତି ଦେଶବାସୀଙ୍କର ଅନେକ ଆତ୍ମୀୟତା ରହିଛି । ଚଳଚିତ୍ରରେ ବି ହକି ପ୍ରତି ଦେଶପ୍ରେମ ଆମେ ପରଦାରେ ଦେଖିଛୁ । ଶାରୁଖାନଙ୍କର ଚକ୍ ଦେ ଇଣ୍ଡିଆ ଚଳଚିତ୍ର ବି ଆପଣମାନଙ୍କର ମନେଥିବ । କିଭଳି ନିଜ ଦେଶକୁ ବିଶ୍ୱ ଆଗରେ ସକ୍ଷମ କରି ଛିଡା କରିବାରେ ପୂରା ଦଳ ସତ ଚେଷ୍ଟା କରୁଥିବେ । ଆଉ ସେହି ଚେଷ୍ଟା ହିଁ ତାଙ୍କୁ ସଫଳ କରାଇବ । ଠିକ୍ ସେହିଭଳି ଟୋକିଓ ଅଲମ୍ପିକ୍ସରେ ବି ଭାରତୀୟ ଦଳ ରୋମାଞ୍ଚକର ପ୍ରଦର୍ଶନ କରିଛନ୍ତି ।
Congratulations Team India on rewriting history! An Olympic medal after 41 years! What a match, what a comeback! #Tokyo2020 pic.twitter.com/3mdym3Cupa
— Akshay Kumar (@akshaykumar) August 5, 2021
ସାରୁଖାନଙ୍କ ପରେ ଅକ୍ଷୟ କୁମାର ମଧ୍ୟ ସୋସିଆଲ ମିଡିଆରେ ଶୁଭେଚ୍ଛା ଦେଇ ଲେଖିଛନ୍ତି- ଇତିହାସକୁ ଦ୍ୱିତୀୟଥର ଲେଖିବା ପାଇଁ ଭାରତୀୟ ଦଳ ସଫଳ ହୋଇଛି । ୪୧ ବର୍ଷ ପରେ ଅଲମ୍ପିକ ମେଡାଲ୍ ହାତେଇଛି । କଣ ମ୍ୟାଚ ଥିଲା, କଣ କମବ୍ୟାକ୍ ଥିଲା ଭାରତୀୟ ଦଳର..
ସେହିଭଳି ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ତାପସୀ ପନ୍ନୁ ମଧ୍ୟ ଭାରତୀୟ ଦଳର ପ୍ରଦର୍ଶନକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ତାପସୀ ନିଜ ଟ୍ୱିଟରେ ଲେଖିଛନ୍ତି-ଓଃ ମିଳିଲା ବ୍ରୋଞ୍ଜ !
Phenomenal win .. wish my dad was alive to see this historic day will be happy up there .. Thank you so much men’s hockey team ..congratulations !!! https://t.co/WZEzM0e5db
— Anil Kapoor (@AnilKapoor) August 5, 2021
ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ହକି ଦଳକୁ ଶୁଭେଚ୍ଛା ଦେଇଛନ୍ତି । ବଲିଉଡ ଅଭିନେତା ଅନିଲ କପୁର ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ଅନିଲ କପୁର ଲେଖିଛନ୍ତି- ଅଦ୍ଭୁତ ଜିତ୍, ଯଦି ମୋ ବାପା ଜୀବିତ ଥାଆନ୍ତେ ଏହି ଐତିହାସିକ ଦିନକୁ ଦେଖି ଖୁବ୍ ଖୁସି ହୋଇଥାନ୍ତେ । ପୁରୁଷ ହକି ଦଳକୁ ଅନେକ ଅନେକ ଶୁଭେଚ୍ଛା । ଏହିଭଳି ବଲିଉଡର ଅନେକ କଳାକାର ଅଲମ୍ପିକରେ ପୁରୁଷ ହକି ଦଳର ବିଜୟ ପରେ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।