ହୃଦଘାତର ଶିକାର ହେଲେ ସୁସ୍ମିତା, ସୁସ୍ଥତା କାମନା କଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ହୃଦଘାତ । ଇନଷ୍ଟାଗ୍ରାମରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଅଭିନେତ୍ରୀ  । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି  । ୪୬ ବର୍ଷୀୟ ସୁସ୍ମିତାଙ୍କ କିଛି ଦିନ ପୂର୍ବରୁ ଏଞ୍ଜିଓପ୍ଲାଷ୍ଟି ହୋଇସାରିଛି  । ଅଭିନେତ୍ରୀ ବାପାଙ୍କ ସହ ଏକ ପୋଷ୍ଟ ସେୟାର କରିଛନ୍ତି  । ଯାହା ପରେ ସୁସ୍ମିତାଙ୍କ ସୁସ୍ଥତା କାମନା କରିଛନ୍ତି ପ୍ରଶଂସକ । ପୋଷ୍ଟ ସେୟାର କରି ସେ ଲେଖିଛନ୍ତି ‘ସୋନା ତୁମ ହୃଦୟକୁ ସବୁବେଳେ ଖୁସିରେ ରଖିବା ସହ ଶକ୍ତିଶାଳୀ ରଖ  । ଏହା ତୁମର ସାଥ୍‌ ଦେବ  । (ଏହି ଶବ୍ଦ ମୋ ବାପା ମୋ ପାଇଁ କହିଥିଲେ)  । କିଛି ଦିନ ପୂର୍ବରୁ ମୁଁ ହୃଦଘାତର ଶିକାର ହୋଇଥିଲି  । ଏଞ୍ଜିଓପ୍ଲାଷ୍ଟି ହୋଇସାରିଛି  । ଏବେ ମୋ ଡାକ୍ତର କହିଛନ୍ତି ଯେ ମୋ ହୃଦୟ ବହୁତ ବଡ ’।

ଅଭିନେତ୍ରୀ ଜଣକ ଆହୁରି ମଧ୍ୟ କହିଛନ୍ତି ଯେ ‘ସମୟରେ ସାହାଯ୍ୟ କରିଥିବାରୁ ବହୁତ ଜଣଙ୍କୁ ଧନ୍ୟବାଦ ଦେବି  । ମୋ ଶୁଭଚିନ୍ତକଙ୍କୁ ଭଲ ଖବର ଦେବା ପାଇଁ ପୋଷ୍ଟଟି କଲି  । ଆଉ କିଛି ବର୍ଷ ଜୀଇଁବା ପାଇଁ ଏବେ ପ୍ରସ୍ତୁତ ଅଛି  । ଆପଣ ସମସ୍ତଙ୍କୁ ମୋ ଭଲ ପାଇବା ’ ।

 

ପୂର୍ବତନ ମିସ୍‌ ୟୁନିଭର୍ସ ସୁସ୍ମିତା ଜଣେ ସିଙ୍ଗଲ୍‌ ମଦର  । ଗତ ୨୦୦୦ରେ ରେନେ ଓ ୨୦୧୦ରେ ଆଲିଶାହ ନାମକ ଦୁଇ ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ସୁସ୍ମିତା  ।