ଋଷିଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ
2 min readଭୁବନେଶ୍ୱର: ଋଷି କପୁରଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ଏଦେଶ ଜଣେ ଏଭଳି ଅଭିନେତାଙ୍କୁ ହରାଇଛି ଯାହାଙ୍କର ସ୍ଥାନ ଅପୁରଣୀୟ । କେହି କେବେ ତାଙ୍କର ସ୍ଥାନକୁ ଅକ୍ତିଆର କରିପାରିବେ ନାହିଁ । ଯାହାପାଇଁ ସେ ଫିଲ୍ମ ଦୁନିଆରେ ଅମର ହୋଇ ରହିବେ । ସେପଟେ ଋଷିଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭାରତୀୟ ସିନେମା ଜଣେ ମହାନ୍ ଅଭିନେତାଙ୍କୁ ହରାଇଲା । ଅନେକ ଚଳଚ୍ଚିତ୍ରରେ ଅଭିନୟର ପଦଚିହ୍ନ ଛାଡ଼ିଯାଇଛନ୍ତି ଋଷି । ପରିବାରକୁ ସମବେଦନା ଜଣାଇଛନ୍ତି ନବୀନ ପଟ୍ଟନାୟକ ।
Multifaceted, endearing and lively…this was Rishi Kapoor Ji. He was a powerhouse of talent. I will always recall our interactions, even on social media. He was passionate about films and India’s progress. Anguished by his demise. Condolences to his family and fans. Om Shanti.
— Narendra Modi (@narendramodi) April 30, 2020
ଋଷିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଋଷି ପ୍ରତିଭାର ପାଓ୍ୱାର ହାଉସ୍ ଥିଲେ ବୋଲି ମୋଦି ଟ୍ୱିଟ୍ କରିଛନ୍ତି । ଭାରତୀୟ ସିନେମା ପାଇଁ ଦୁଃଖଦ ସପ୍ତାହ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।
This is a terrible week for Indian cinema, with the passing of another legend, actor Rishi Kapoor. A wonderful actor, with a huge fan following across generations, he will be greatly missed. My condolences to his family, friends & fans all over the world, at this time of grief.
— Rahul Gandhi (@RahulGandhi) April 30, 2020
କାରଣ ଗତ କାଲି ଇର୍ଫାନ ଖାନଙ୍କ ଦେହାନ୍ତ ହୋଇଥିଲା ଆଉ ଆଜି ଋଷି କପୁରଙ୍କ ଦେହାନ୍ତ ହୋଇଛି । ଶରଦ ପାଓ୍ୱାର କହିଛନ୍ତି, ମହାନ୍ ଅଭିନେତାଙ୍କୁ ହରାଇଲା ଫିଲ୍ମ ଉଦ୍ୟୋଗ । ଋଷି କପୁରଙ୍କ ବିୟୋଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୋକ ପ୍ରକାଶ କରିଛନ୍ତି । ସେପଟେ ସ୍ତବ୍ଧ ହୋଇଛି ବଲିଉଡ୍ ।
It seems like we’re in the midst of a nightmare…just heard the depressing news of #RishiKapoor ji passing away, it’s heartbreaking. He was a legend, a great co-star and a good friend of the family. My thoughts and prayers with his family ??
— Akshay Kumar (@akshaykumar) April 30, 2020
ଋଷି କପୁରଙ୍କ ବିୟୋଗରେ ଗଭୀର ଦୁଃଖିତ ବୋଲି ବିଗ୍ ବି ଅମିତାଭ ବଚ୍ଚନ ଟ୍ୱିଟ୍ କରିଛନ୍ତି । ଋଷିଙ୍କ ଦେହାନ୍ତରେ ଗଭୀର ମର୍ମାହତ ବୋଲି ଟ୍ୱିଟ୍ କରିଛନ୍ତି ଅକ୍ଷୟ କୁମାର, ରିତେସ ଦେସମୁଖ, ଜନ ଆବ୍ରାହାମ । ସେପଟେ କପୁର ପରିବାରକୁ ସମବେଦନା ଜଣାଇଛନ୍ତି ଅନିଲ କୁମ୍ବଲେ ।