ପଟ୍ଟା ପାଇଁ ସଂଘର୍ଷ କରୁଛନ୍ତି ବଲାଙ୍ଗୀର ଆଗଲପୁର ବ୍ଲକର ତେନ୍ତୁଳି ଗ୍ରାମବାସୀ..
1 min readନନ୍ଦିଘୋଷ ବ୍ୟୁରୋ: ବନ୍ୟା ବିପନ୍ନ ପରିବାରକୁ ଏପର୍ଯ୍ଯନ୍ତ ମିଳିପାରିନି ପଟ୍ଟା । ୧୯୮୨ ବନ୍ୟାରେ ବାସହରା ହୋଇ ନିଜ ଭିଟା ମାଟି ଛାଡ଼ି ଅନ୍ୟତ୍ର ରହୁଛନ୍ତି । ହେଲେ ଦୀର୍ଘ ୪୨ ବର୍ଷ ପରେ ମଧ୍ୟ ପଟ୍ଟା ପାଇବାରୁ ବଞ୍ଚିତ ଅଛନ୍ତି ତେନ୍ତୁଳି ଗାଁ ଲୋକେ l ପଟ୍ଟା ଖଣ୍ଡିଏ ନ ଥିବାରୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।
ଦିନ ଥିଲା ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅଙ୍ଗ ନଦୀ କୂଳରେ ବସବାସ କରୁଥିଲେ ତେନ୍ତୁଳି ଗାଁ ଲୋକେ । ହେଲେ ୧୯୮୨ ବନ୍ୟା ତାଙ୍କ ଘର ଦ୍ଵାର ଛାରଖାର କରିଦେଇଥିଲା l ବନ୍ୟା ବିଭୀଷିକାରେ ନିଜ ଘର ଦ୍ଵାର ଛାଡ଼ି ପ୍ରାୟ ୧୫୦ଟି ପରିବାର ଏବେ ଅନ୍ଯତ୍ର ବସବାସ କରୁଛନ୍ତି । ସରକାର ତାଙ୍କୁ ଅନ୍ଯତ୍ର ଥଇଥାନ କରିଛନ୍ତି ହେଲେ ଏପର୍ଯ୍ଯନ୍ତ ତାଙ୍କୁ ମିଳିପାରିନି ଜାଗା ପଟ୍ଟା । ଫଳରେ ନାନା ଅସୁବିଧାରର ସମ୍ମୁଖିନ ହେଉଛନ୍ତି ତେନ୍ତୁଳି ଗାଁ ଲୋକେ । ନିଜର ପଟ୍ଟା ନ ଥିବାରୁ ଆବlସ ଘର ଖଣ୍ଡିଏ ପାଇ ପାରୁନାହାନ୍ତି କି ପିଲାଙ୍କ ପାଠ ପଢା ଠିକ୍ ଭାବରେ କରିପାରୁନାହାଁନ୍ତି । ଆଉ କୌଣସି ଋଣ ବି କରିପାରୁନାହାଁନ୍ତି । ଏହାକୁ ନେଇ ଗ୍ରାମବାସୀ ଆରଆଇ ଠୁ ଆରମ୍ଭ କରି ତହସିଲଦାରଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଗଲେଣି l ହେଲେ କୌଣସି ସୁଫଳ ମିଳି ପାରିନାହିଁ l
୧୯୮୨ ମସିହା ବନ୍ଯା ଠାରୁ ତେନ୍ତୁଳି ଗ୍ରାମବାସୀ ନିଜ ଗାଁ ଛାଡି ଅନ୍ଯ ଗାଁରେ ରହୁଛନ୍ତି । ହେଲେ ନିଜ ନାଁରେ ପଟ୍ଟା ଖଣ୍ଡିଏ ଏପର୍ଯ୍ଯନ୍ତ ହୋଇପାରିନଥିବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାରଙ୍କ ପକ୍ଷରୁ ପଟ୍ଟା ପରିଚୟ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।