ବଲାଙ୍ଗୀର ଶାସ୍ତ୍ରୀନଗରରେ ସେକ୍ସ ରାକେଟ ଠାବ ଘଟଣା, ରାକେଟ ଚଳାଉଥିବା ବିଜେପି ନେତା ଫେରାର୍

ବଲାଙ୍ଗୀର: ବଲାଙ୍ଗୀର ଶାସ୍ତ୍ରୀନଗରରେ ସେକ୍ସ ରାକେଟ ଠାବ ଘଟଣା । ସେକ୍ସ ରାକେଟ ଚଳାଉଥିବା ପାଟଣାଗଡ଼ ବ୍ଲକ ଉଲବା ଗାଁର ବିଜେପି ନେତା କୈଳାସ ଚନ୍ଦ୍ର ରାଉତ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରୁ ପୋଲିସ କୈଳାସଙ୍କ ବୁଲେଟ୍ ଗାଡ଼ି ଜବତ କରିଛି । କୈଳାସ ବଲାଙ୍ଗୀରର ଜଣେ ରାଣୀମହୁମାଛି ଜରିଆରେ କିଛି ମାସ ହେବ କାରବାର ଚଳାଇ ଆସୁଥିଲା । କୈଳାସ ପାଟଣାଗଡ଼ ବ୍ଲକ ମୁଣ୍ଡୋମହୁଲ ଗ୍ରାମପଞ୍ଚାୟତର ସମିତିସଭ୍ୟ ଥିବା ଜଣାପଡ଼ିଛି । ବାହାରୁ ଯୁବତୀ ମାନଙ୍କୁ ଆଣି ସେକ୍ସ ରାକେଟ ଚଳାଇ ପ୍ରତିଦିନ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲା କୈଳାସ ।

କୈଳାସର ବୁଲେଟ୍ ଡିକି ଓ ଭଡ଼ାଘରୁ ପୋଲିସ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରି ତଦନ୍ତ ଆରମ୍ଭ କରିଛି । ଗତକାଲି ଟାଉନ ଥାନା ପୋଲିସ୍ ଚଢାଉ କରି ୭ ଜଣ ଯୁବତୀ ଓ ୩ ଜଣ ଯୁବକଙ୍କୁ କାବୁ କରିଥିଲା । ଦୀର୍ଘଦିନ ଧରି ଏହି ଆଲିସାନ କୋଠାରେ ସେକ୍ସ ରାକେଟ୍ ଚାଲିଥିବା ପୋଲିସ୍ କହିଛି । ଚଢାଉବେଳେ ଯୁବକ ଯୁବତୀଙ୍କୁ ଅସଞ୍ଜତ ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ୍ । ଘର ମାଲିକ ସୋନପୁର ଜିଲ୍ଲାର ହୋଇଥିବା ବେଳେ ସେ କଳାହାଣ୍ଡିରେ ରହୁଛନ୍ତି ।