ଯୋଜନାବଦ୍ଧ ଥିଲା ବଲାଙ୍ଗୀର ଆରଟିଓ ଛକରେ ଦୁର୍ଘଟଣା, ମୁଖ୍ୟ ଅଭିଯୁକ୍ତ ଚିତ୍ତ ମହାନ୍ତିଙ୍କୁ ଗିରଫ କଲା ପୋଲିସ

1 min read

ବଲାଙ୍ଗୀର: ବଲାଙ୍ଗୀର ଆରଟିଓ ଛକରେ ଯୋଜନାବଦ୍ଧ ଭାବେ ହୋଇଥିଲା ସିରିଜ୍ ଦୁର୍ଘଟଣା । ପୂର୍ବ ଶତ୍ରୁତା ଓ ଜମିବାଡ଼ି ବିବାଦରୁ ହୋଇଥିଲା ମର୍ଡର ପ୍ଲଟ୍ । ସାନୁ ନାୟକଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରି ଗାଡ଼ି ମଡ଼ାଇ ଦେଇଥିଲା ଅଭିଯୁକ୍ତ ଚିତ୍ତ ମହାନ୍ତି । । ମୁଖ୍ୟ ଅଭିଯୁକ୍ତ ଚିତ୍ତ ରଞ୍ଜନ ମହାନ୍ତିକୁ ଗିରଫ୍ କଲା ଟାଉନ୍ ଥାନା ପୋଲିସ I ଆଉ କିଛି ସମୟ ମଧ୍ୟରେ କୋର୍ଟରେ ହାଜର କରିବ ବଲାଙ୍ଗୀର ପୋଲିସ । ଏନେଇ ସୂଚନା ଦେଲେ ବଲାଙ୍ଗୀର ଏସପି ନୀତିନ୍ କୁଶଳକର ।

ଗତ ୨୧ ତାରିଖ ଦିନ ଦ୍ୱିପ୍ରହରରେ ହତ୍ୟା ଉଦ୍ଦେଶ୍ୟରେ ଏକ ୪୦୭ ଗାଡ଼ି ସାନୁଙ୍କ ବାଇକ ଉପରେ ଚଢ଼ି ଯାଇଥିଲା । ତାପରେ ଏକ ଟ୍ରକକୁ ଧକ୍କା ଦେଇଥିଲା ଚିତ୍ତର ଗାଡ଼ି । ସିସିଟିଭି ଫୁଟେଜରେ ଦୁର୍ଘଟଣାର ପୂରା ଚିତ୍ର ସାମ୍ନାକୁ ଆସିବା ପରେ ପୋଲିସ ତଦନ୍ତ କରୁଛି । ଦୁର୍ଘଟଣାରେ ବାଇକ ଆରୋହୀ ସାନୁ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ସହ ଥିବା ଶ୍ରୀକାନ୍ତ ବାଗଙ୍କର ମୃତ୍ୟୁ ହୋଇଥିଲା ।