ପୁଣି ଚିଲିକାରେ ବୁଡିଗଲା ଡ଼ଙ୍ଗା, କାଳିଜାଈ ଦର୍ଶନ ସାରି ଫେରୁଥିଲେ ୧୨ ଯାତ୍ରୀ

1 min read

ଟାଙ୍ଗୀ:  ଚିଲିକାରେ ପୁଣି ଦୁର୍ଘଟଣା । ମଝି ଦରିଆରେ ବୁଡିଗଲା ଯାତ୍ରୀ ବାହୀ ଡଙ୍ଗା  । ମାଆ କାଳିଜାଈ ଦର୍ଶନ ସାରି ଫେରୁଥିବା ବେଳେ ବୁଡିଗଲା ଡଙ୍ଗା  । ମିଳିଥିବା ସୂଚନା ମୁତାବକ ସମସ୍ତ ଯାତ୍ରୀ ବାଲେଶ୍ୱର ଅଞ୍ଚଳର  । ଡଙ୍ଗାରେ ସମୁଦାୟ ୧୨ ଜଣ ଯାତ୍ରୀ ରହିଥିଲେ  । ଡଙ୍ଗା ଦୁର୍ଘଟଣା ହେବାରୁ ସମସ୍ତ ଯାତ୍ରୀ ବୁଡିଯାଇଛନ୍ତି  ।

ସେପଟେ ଦୁର୍ଘଟଣା ଖବର ପାଇ ହଠାତ ପହଁଚିିଥିଲା ସ୍ପିଡ ବୋଟ  । ଯଦ୍ୱାରା  ୧୧ଜଣଙ୍କୁ ଉଦ୍ଧାର କରାଯାଇପାରିଛି  । ଉଦ୍ଧାର ହୋଇଥିବା ସମସ୍ତ ଯାତ୍ରୀଙ୍କୁ ବାଲୁଗାଁ ମେଡିକାଲରେ ଭର୍ତି କରାଯାଇଛି  । ବର୍ତ୍ତମାନ ସୁଦ୍ଧା ଜଣହ୍କର କୌଣସି ଖୋଜ ଖବର ମିଳି ପାରୁନାହିଁ  ।   ବାଲୁଗାଁ ଓ ବାଣପୁର ପୋଲିସ ଘଟଣାସ୍ଥଳରେ ପହଁଚିଛନ୍ତି  ।

ନିଖୋଜ ବ୍ୟକ୍ତି ଖୋରଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ କୋଦପୁର ଗ୍ରାମର ରାଜକିଶୋର ଖୁଣ୍ଟିଆ । ମା କାଳିଜାଇ ପୀଠରେ ଏକ ଦୋକାନ କରିଥିଲେ । ପ୍ରତିଦିନ ପରି ରାଜକିଶୋର ସଂଧ୍ୟାରେ ଦୋକାନ ବନ୍ଦ କରି ସେହି ଡଙ୍ଗାରେ ଫେରୁଥିଲେ । ତାଙ୍କର ସହ ଡଙ୍ଗାରେ ୮ ଜଣ ପର୍ଯ୍ୟଟକ , 3 ନୌକା ଚାଳକ ଥିଲେ। ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ଥିଲେ । ସମସ୍ତ ପର୍ଯ୍ୟଟକ ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳର ।

ଏପର୍ଯ୍ୟନ୍ତ ରାଜକିଶୋର ନିଖୋଜ ଥିବା ବେଳେ ଅନ୍ୟ ୧୦ ଜଣ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ବାଲୁଗାଁ sdpo ମାନସ ରଞ୍ଜନ ବାରିକଙ୍କ ସୂଚନା ଅନୁସାରେ ୮ଜଣ ଯାତ୍ରୀ ପୂର୍ବାହ୍ନରେ ଚିଲିକା ବୁଲିବାକୁ ଆସିଥିଲେ। ମା କାଲିଯାଇ ଦର୍ଶନ ସାରି ଫେରୁଥିବାବେଳେ ହଠାତ କାଳବୈଶାଖୀରେ ଡଙ୍ଗାଟି ପାଣି ମଧ୍ୟରେ ବୁଡିଯାଇଥିଲା। ଉପସ୍ଥିତ ବୁଦ୍ଧି ଖଟାଇ କିଛି ଯାତ୍ରୀ ପୋଲିସକୁ ସହାୟତା ପାଇଁ ଯୋଗାଯୋଗ କରିଥିଲେ। ଉଦ୍ଧାର ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ବାଲୁଗାଁ ମେଡିକାଲ ଡାକ୍ତର କହିଛନ୍ତି ।