ଟିକାକରଣ ବ୍ୟାପକ କଲା ବିଏମସି: ୧୦ହଜାର ଗର୍ଭବତୀ କଲେ ପଞ୍ଜୀକରଣ
ଭୁବନେଶ୍ୱର: ଗର୍ଭବତୀ ମହିଳାଙ୍କ ଟିକାକରଣକୁ ବ୍ୟାପକ କଲା ବିଏମସି । ବିଏମସି ଅଞ୍ଚଳରେ ମୋଟ ୧୦ହଜାରରୁ ଅଧିକ ଗର୍ଭବତୀ ମହିଳାଙ୍କ ଟିକାକରଣ ନେଇ ହୋଇଛି ପଞ୍ଜିକରଣ । ସମସ୍ତଙ୍କୁ ଦୁଇଟି ଡୋଜ୍ ଟିକା କିଭଳି ଦିଆଯିବ ସେଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପୂର୍ବରୁ ଅର୍ଥାତ୍ ଗତ ୧୫ତାରିଖରୁ କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସ୦ ରେ ଯଦିଓ ଗର୍ଭବତୀଙ୍କ ଟିକାକରଣ ଆରମ୍ଭ ହୋଇସାରିଛି ତଥାପି ବର୍ତ୍ତମାନ ଭୁବନେଶ୍ବରର ସମସ୍ତ ପୌର ଓ ସରକାରୀ ହସ୍ପିଟାଲରେ ଏହି ବ୍ୟବସ୍ଥା କରାଯାଇଛି ।
ତେବେ ସପ୍ତାହର ଦୁଇ ଦିନ ହେବ ଗର୍ଭବତୀଙ୍କ ପଞ୍ଜିକରଣ । ବୁଧବାର ଓ ଶନିବାଦ ଦୁଇ ଦିନ କେବଳ ଦିନ ୧୧ଟା ଠାରୁ ୧ଟା ପର୍ଯ୍ୟନ୍ତ ଟିକାକରଣ ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଗର୍ଭବତୀଙ୍କ ଟିକାକରଣରେ ନିୟୋଜିତ ହେଉଥିବା ଏଏନ୍ଏମ୍, ନର୍ସ ଓ ଆଶାକର୍ମୀଙ୍କୁ ଏଥିପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି । ଗର୍ଭବତୀଙ୍କୁ ଯେଭଳି କୌଣସି ଟିକାକେନ୍ଦ୍ରରେ ଧାଡିରେ ଅପେକ୍ଷା କରିବାକୁ ପଡିବ ନାହିଁ ସେଥିପାଇଁ ସ୍ବତନ୍ତ୍ର ନଜର ରଖାଯାଇଛି ।