ଭିଡ଼ ପାଇଁ ୟୁନିଟ୍-୧ ପରିବା ହାଟକୁ ସିଲ୍ କଲା ବିଏମସି
1 min read
ଭୁବନେଶ୍ୱର: ଲକଡାଉନ୍ ଯୋଗୁଁ ହାଟରେ ଅସମ୍ଭାଳ ଭିଡ଼ । ବୁଧବାର ଆସନ୍ତାକାଲି ଠାରୁ ଲକଡାଉନ୍ ଲାଗୁ ହେଉଥିବା ବେଳେ ଆଜି ଦିନ ତମାମ୍ ୟୁନିଟ୍-୧ ହାଟରେ ଲୋକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା । ସନ୍ଧ୍ୟାରେ ସ୍ଥିତି ଅଣାୟତ୍ତ ହେବାରୁ ପ୍ରଶାସନ ହାଟକୁ ସିଲ୍ କରି ଦେଇଛି । ପୋଲିସ ଉପସ୍ଥିତିରେ ବିଏମସି ଏକ ନମ୍ବର ହାଟକୁ ସିଲ୍ କରିବା ସହ ବ୍ୟବସାୟୀଙ୍କ ଠାରୁ ଫାଇନ୍ ଆଦାୟ କରିଛି । ପ୍ରବଳ ଭିଡ଼ ଯୋଗୁଁ ହାଟରେ ସାମାଜିକ ଦୂରତା ରହୁନଥିଲା ।
ଲକଡାଉନ୍ ପାଇଁ ହାଟରେ ସକାଳ ଠାରୁ ଭିଡ଼ ଲାଗି ରହିଥିଲା । ଲକଡାଉନ୍ ପାଇଁ ଲୋକେ ଆବଶ୍ୟକତା ଠାରୁ ଅଧିକ ପନିପରିବା କିଣି ନେଉଥିଲେ । ଫଳରେ ବ୍ୟବସାୟୀ ପନିପରିବାର ଦରଦାମ ମଧ୍ୟ ବୃଦ୍ଧି କରିଥିଲେ । ହାଟରେ କୌଣସି ପରିବା ୩୦ ତଳେ ନଥିଲା ।
ହାଟରେ ଭିଡ଼ ନ କରିବା ଲାଗି ପ୍ରଶାସନ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ ଲୋକ ଶୁଣି ନଥିଲେ । ଭିଡ଼ କରିବାରୁ ବିଏମସି ୟୁନିଟ୍ ୧ ପରିବା ହାଟକୁ ସିଲ୍ କରି ଦେଇଛି । ଲକଡାଉନ୍ ସମୟରେ ପାଦରେ ଚାଲି ଚାଲି ସକାଳ ୬ଟାରୁ ଦିନ ୧୨ଟା ମଧ୍ୟରେ ପନିପରିବା କିଣିବାକୁ ଅନୁମତି ଦିଆଯାଇଛି ।
ଏଥିସହ ପଢ଼ନ୍ତୁ- ଭିଡ଼ ବଢ଼ାଇଲା ଦର, ୩୦ ତଳେ ନାହିଁ କୌଣସି ପନିପରିବା