ପରିମଳ ତ୍ରୁଟି ପାଇଁ ରିଲାଏନ୍ସ ଫ୍ରେସକୁ ସିଲ୍ କଲା ବିଏମସି

ଭୁବନେଶ୍ୱର: ପରିମଳ ଜନିତ ତ୍ରୁଟି କାରଣରୁ ବିଏମସିର କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ବର ଗୋପବନ୍ଧୁ ଛକ ସ୍ଥିତ ରିଲାଏନ୍ସ ଫ୍ରେସକୁ ୩ ଦିନ ପାଇଁ ସିଲ କଲା ବିଏମସି । ଦୋକାନୀ ତଥା ବ୍ୟବସାୟିକ ପ୍ରତିଷ୍ଠାନମାନେ ୫ ମିଟର ପରିସୀମା ଭିତରେ ପରିମଳ ଦାୟିତ୍ୱ ବୁଝିବେ । ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୂର୍ବରୁ ମାଷ୍ଟରକ୍ୟାଣ୍ଟିନ ଛକ ସ୍ଥିତ ଗ୍ରୀନ ଚିଲି ଫାଷ୍ଟ ଫୁଡ୍ ଦୋକାନକୁ ସମାନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ପରିମଳ ବ୍ୟବସ୍ଥା ଅପରିସ୍କାର କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସ୍ୱାସ୍ଥ୍ୟରକ୍ଷା ବ୍ୟବସ୍ଥାର ଉନ୍ନତ କରିବା ପରେ ଖୋଲିବା ପାଇଁ ଅନୁତି ମିଳିବା ନେଇ ବିଏମସି ଟ୍ୱିଟ କରି ସୂଚନା ଦେଇଛି  ।